ପାଞ୍ଚ ମନ୍ତ୍ରୀଙ୍କୁ ହଟାଇଲେ ଶ୍ରୀଲଙ୍କା ରାଷ୍ଟ୍ରପତି , କାରଣ ....
ଶ୍ରୀଲଙ୍କା ରାଷ୍ଟ୍ରପତି ରନୀଲ ବିକ୍ରମ ସିଂଘେ ମନ୍ତ୍ରୀମଣ୍ଡଳରୁ ୫ ଜଣ ମନ୍ତ୍ରୀଙ୍କୁ ବରଖାସ୍ତ କରିଛନ୍ତି । ସେମାନେ ହେଲେ ଗୀତା କୁମାର ସିଂଘେ, ଶଶିନ୍ଦ୍ର ରାଜପକ୍ଷ, ଅମିତ ଥେନୁକା ଭିଡ଼ଙ୍ଗାମାଗେ, ପ୍ରସନ୍ନା ରଣବୀରା ଏବଂ ଡି.ଭି. ଚଣକ ।

ସୂଚନା ଯୋଗ୍ୟ ଗତ ସପ୍ତାହରେ ମଧ୍ୟ ରାଷ୍ଟ୍ରପତି ୪ ଜଣ ମନ୍ତ୍ରୀ ପ୍ରେମଲାଲ ଜୟଶେଖର, ଇନ୍ଦିକା ଅନିରୁଦ୍ଧ, ମୋହନ ପ୍ରିୟଦର୍ଶନା ଡି ସିଲ୍ଭା ଏବଂ ସିରିପାଲା ଗମଲାଥଙ୍କୁ ମନ୍ତ୍ରିମଣ୍ଡଳରୁ ହଟାଇ ଦେଇଥିଲେ । ଏହି ୯ଜଣ ଯାକ ମନ୍ତ୍ରୀ ଏସ୍.ଏଲ୍.ପି.ପି. ଦଳର ରାଷ୍ଟ୍ରପତି ପ୍ରାର୍ଥୀ ନମଲ୍ ରାଜପକ୍ଷେଙ୍କୁ ସମର୍ଥନ ଜଣାଇଛନ୍ତି । ଆସନ୍ତା ୨୧ ତାରିଖରେ ଶ୍ରୀଲଙ୍କାରେ ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହେବ ।












Click it and Unblock the Notifications