ଶ୍ରୀଲଙ୍କା ବିକ୍ଷୋଭ: ଆକ୍ରମଣକାରୀଙ୍କୁ ଗୁଳି ନେଇ ପ୍ରତିରକ୍ଷା ବିଭାଗର ନିର୍ଦ୍ଦେଶ
ବିକ୍ଷୋଭ ନିଆଁରେ ଜଳୁଛି ଶ୍ରୀଲଙ୍କା । ପ୍ରଧାନମନ୍ତ୍ରୀ ପଦରୁ ମହିନ୍ଦା ରାଜପାକସା ଇସ୍ତଫା ଦେବା ପରେ ଆହୁରି ଭୟଙ୍କର ହେବାରେ ଲାଗିଛି ସ୍ଥିତି।
କଲମ୍ବୋ: ବିକ୍ଷୋଭ ନିଆଁରେ ଜଳୁଛି ଶ୍ରୀଲଙ୍କା । ପ୍ରଧାନମନ୍ତ୍ରୀ ପଦରୁ ମହିନ୍ଦା ରାଜପାକସା ଇସ୍ତଫା ଦେବା ପରେ ଆହୁରି ଭୟଙ୍କର ହେବାରେ ଲାଗିଛି ସ୍ଥିତି। ନେତା ମନ୍ତ୍ରୀଙ୍କ ଘର ଜାଳିବା ସହ ସେମାନଙ୍କ ଉପରେ ଆକ୍ରମଣ କରିବା ପାଇଁ ପଛାଉ ନାହାଁନ୍ତି ଉତ୍ୟକ୍ତ ଲୋକେ ।

ଏହି ହିଂସାକାଣ୍ଡରେ ବର୍ତ୍ତମାନ ସୁଦ୍ଧା ଜଣେ ସାଂସଦଙ୍କ ସମେତ 8 ଜଣଙ୍କ ମୃତ୍ୟୁ ଘଟିଲାଣି । ତେଣୁ ସ୍ଥିତି ନିୟନ୍ତ୍ରଣ ନେଇ କଠୋର ଆଭିମୁଖ୍ୟ ଗ୍ରହଣ କରିଛି ପ୍ରତିରକ୍ଷା ବିଭାଗ । ହିଂସାକାଣ୍ଡ ଘଟାଉଥିବା ଲୋକଙ୍କୁ ଦେଖିବା ମାତ୍ରେ ଗୁଳି କରିବା ପାଇଁ ନିର୍ଦ୍ଦେଶ ଦେଇଛି ବିଭାଗ ।
ସରକାର ବିରୋଧି ଆନ୍ଦୋଳନକାରୀ ଦେଶର ମୋରଟୁୱା ମେୟର ସମନ ଲାଲ ଫର୍ନାଣ୍ଡୋ, ସାଂସଦ ସନାଥ ନିଶାନ୍ଥ, ରମେଶ ପଥିରାନା, ମହିପାଲ ହେରଥ, ଥିସା କୁଟିଆରିଚଚି ଏବଂ ନିମଲ ଲନଜାଙ୍କ ସରକାରୀ ବାସଭବନରେ ନିଆଁ ଲଗାଇଛନ୍ତି । କଲମ୍ବୋର ପଶ୍ଚିମାଞ୍ଚଳରେ ବୁଧବାର କିଛି ବିକ୍ଷୋଭକାରୀ ବରିଷ୍ଠ ଡିଆଇଜିଙ୍କ ଉପରେ ଆକ୍ରମଣ କରି ତାଙ୍କ ଗାଡି ମଧ୍ୟ ପୋଡି ଦେଇଥିବା ସୂଚନା ମିଳିଛି ।












Click it and Unblock the Notifications