ଗିରଫ ହେଲେ ଶ୍ରୀଲଙ୍କାର ପୂର୍ବତନ ରାଷ୍ଟ୍ରପତି ରାନିଲ ବିକ୍ରମସିଂଘେ
ଶ୍ରୀଲଙ୍କାର ପୂର୍ବତନ ରାଷ୍ଟ୍ରପତି ରନିଲ ବିକ୍ରମସିଂଘେ ଦୁର୍ନୀତି ଅଭିଯୋଗରେ ଗିରଫ ହୋଇଛନ୍ତି। ସେପ୍ଟେମ୍ବର ୨୦୨୩ରେ ଏକ ବ୍ରିଟିଶ ବିଶ୍ୱବିଦ୍ୟାଳୟରେ ତାଙ୍କ ସ୍ତ୍ରୀଙ୍କ ସମ୍ମାନାର୍ଥେ ଆୟୋଜିତ ଏକ ଉତ୍ସବରେ ଯୋଗଦେବା ପାଇଁ ବିକ୍ରମସିଂଘେଙ୍କ ଲଣ୍ଡନ ଯାତ୍ରା ବିଷୟରେ ପଚରାଯିବା ପରେ ତାଙ୍କୁ ଅଟକ ରଖାଯାଇଥିଲା।
ଜଣେ ଅଧିକାରୀ କହିଛନ୍ତି, ତାଙ୍କୁ କଲମ୍ବୋ ଫୋର୍ଟ ମାଜିଷ୍ଟ୍ରେଟଙ୍କ ସମ୍ମୁଖରେ ହାଜର କରାଯିବ। ବିକ୍ରମସିଂଘେଙ୍କ ଉପରେ ଦେଶର ସମ୍ବଳକୁ ବ୍ୟକ୍ତିଗତ ଉଦ୍ଦେଶ୍ୟ ପାଇଁ ବ୍ୟବହାର କରିବାର ଅଭିଯୋଗ ଆସିଛି।ଶ୍ରୀଲଙ୍କାର ସମ୍ବାଦପତ୍ର ଦି ଡେଲି ମିରର ଏକ ରିପୋର୍ଟ ଅନୁଯାୟୀ, ସେପ୍ଟେମ୍ବର ୨୦୨୩ରେ ଏକ ବ୍ରିଟିଶ ବିଶ୍ୱବିଦ୍ୟାଳୟରେ ତାଙ୍କ ପତ୍ନୀ ମୈତ୍ରୀ ବିକ୍ରମସିଂଘେଙ୍କ ସମ୍ମାନାର୍ଥେ ଆୟୋଜିତ ଏକ ଉତ୍ସବରେ ଯୋଗଦେବା ପାଇଁ ସେ ସରକାରୀ ଅର୍ଥ ଓ ବ୍ୟବସ୍ଥାର ଅପବ୍ୟବହାର କରି ଲଣ୍ଡନ ଯାତ୍ରା କରିଥିଲେ ।

ରିପୋର୍ଟ ଅନୁଯାୟୀ, ଜଣେ ଅଧିକାରୀ କହିଛନ୍ତି ଯେ ତାଙ୍କୁ କଲମ୍ବୋ ଫୋର୍ଟ ମାଜିଷ୍ଟ୍ରେଟଙ୍କ ସମ୍ମୁଖରେ ହାଜର କରାଯିବ। ସେ ଆହୁରି କହିଛନ୍ତି ଯେ ବିକ୍ରମସିଂଘେଙ୍କ ଉପରେ ବ୍ୟକ୍ତିଗତ ଉଦ୍ଦେଶ୍ୟରେ ଦେଶର ସମ୍ବଳ ବ୍ୟବହାର କରିବାର ଅଭିଯୋଗ ଆସିଛି। ତେବେ ବିକ୍ରମସିଂଘେ ଏହି ଅଭିଯୋଗକୁ ଅସ୍ବୀକାର କରିଛନ୍ତି । ସେ କହିଛନ୍ତି ଯେ ସେ ନିଜସ୍ବ ଅର୍ଥରେ ଲଣ୍ଡନ ଗସ୍ତ କରିଥିଲେ । ତେବେ ମାମଲାର ତଦନ୍ତ କରୁଥିବା ସିଆଇଡି ନିଜର ଅଭିଯୋଗକୁ ପ୍ରମାଣିତ କରିବାକୁ ବିକ୍ରମସିଂଘେଙ୍କ ପୂର୍ବତନ ବ୍ୟକ୍ତିଗତ ସଚିବଙ୍କ ବୟାନ ରେକର୍ଡ କରିଛି ।












Click it and Unblock the Notifications