Sri Lanka presidential election: ସରିଲା ମତଦାନ, କିଏ ସମ୍ଭାଳିବ ଦେଶ, ଆସନ୍ତାକାଲି ହୋଇଯିବ ସ୍ପଷ୍ଟ
ଶ୍ରୀଲଙ୍କାର ରାଷ୍ଟ୍ରପତି ନିର୍ବାଚନ ପ୍ରାୟତଃ ଶାନ୍ତପୂର୍ଣ ଭାବେ ସମ୍ପନ୍ନ ହୋଇଛି । ପ୍ରାଥମିକ ଆକଳନରୁ ମିଳିଥିବା ସୂଚନା ଅନୁଯାୟୀ ପ୍ରାୟ ୭୫ରୁ ୮୦ ପ୍ରତିଶତ ମତଦାତା ଏହି ନିର୍ବାଚନରେ ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି । ଆଜି ସନ୍ଧ୍ୟାରେ ପୋଷ୍ଟାଲ ବାଲଟ ଗୁଡ଼ିକର ଗଣତି ଆରମ୍ଭ ହୋଇଛି । ବିଳମ୍ବିତ ରାତିରେ ଏହି ଗଣତିର ଫଳାଫଳ ଘୋଷଣା ହେବା ସହିତ ସମ୍ପୂର୍ଣ ଫଳାଫଳ ଆସନ୍ତାକାଲି ପ୍ରକାଶ ପାଇବ ବୋଲି ଶ୍ରୀଲଙ୍କାର ନିର୍ବାଚନ ଆୟୋଗଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।

ଶ୍ରୀଲଙ୍କାର ରାଷ୍ଟ୍ରପତି ନିର୍ବାଚନରେ ପସନ୍ଦ ଯୋଗ୍ୟ ମତଦାନ କରାଯାଇଥାଏ । ପ୍ରତ୍ୟେକ ମତଦାତାଙ୍କୁ ଦେଶର ରାଷ୍ଟ୍ରପତିଙ୍କୁ ନିର୍ବାଚନ କରିବା ଲାଗି ତିନୋଟି ଲେଖାଏଁ ପସନ୍ଦ ପ୍ରାର୍ଥୀଙ୍କୁ ଚୟନ କରିବାକୁ ପଡ଼ିଥାଏ । ମୋଟ୍ ମତଦାତାଙ୍କ ମଧ୍ୟରୁ ୫୦ ପ୍ରତିଶତରୁ ଉର୍ଦ୍ଧ୍ବ ଯୋଗ୍ୟ ମତଦାତା ପ୍ରଥମ ପସନ୍ଦ କରିଥିବା ପ୍ରାର୍ଥଙ୍କୁ ବିଜୟୀ ଘୋଷିତ କରାଯାଏ । ଯଦି ଏହା ସମ୍ଭବ ନ ହୁଏ ତେବେ ଦ୍ଵିତୀୟ ପସନ୍ଦର ପ୍ରତିଶତ ଗଣନା କରାଯାଏ । ଏହି ନିର୍ବାଚନରେ ୩୮ ଜଣ ପ୍ରାର୍ଥୀ ପ୍ରତିଦ୍ଵନ୍ଦିତା କରୁଥିବାରୁ ଏକ କଡ଼ା ମୁକାବିଲା ହେବ ବୋଲି ଆଶା କରାଯାଉଛି ।












Click it and Unblock the Notifications