ଶ୍ରୀଲଙ୍କାରେ ବାତ୍ୟା 'ଦିତହା' ତାଣ୍ଡବ ,୪୭୯ରେ ପହଞ୍ଚିଲା ମୃତ୍ୟୁ ସଂଖ୍ୟା
ଶ୍ରୀଲଙ୍କାରେ ବାତ୍ୟା ପ୍ରଭାବରେ ସୃଷ୍ଟି ହୋଇଥିବା ପରିସ୍ଥିତି ଯୋଗୁଁ ମୃତ୍ୟୁସଂଖ୍ୟା 479ରେ ପହଞ୍ଚିଛି । ଏପର୍ଯ୍ୟନ୍ତ ୩୫୦ଜଣ ନିଖୋଜ ରହିଥିବା ସୂଚନା ମିଳିଛି । ଆଗାମୀ ଦିନରେ ସେଠାରେ ପାଗ ଖରାପ ରହିବା ନେଇ ଆକଳନ କରାଯାଇଛି । ଶ୍ରୀଲଙ୍କାର ବିଭିନ୍ନ କ୍ଷେତ୍ରରେ ବ୍ୟାପକ ନଷ୍ଟଭ୍ରଷ୍ଟ ହୋଇଥିବା ଜଣାପଡିଛି । ସେଠାକାର ପ୍ରଶାସନିକ ଅଧିକାରୀଙ୍କ ସୂଚନା ଅନୁଯାୟୀ ୧୭ଶହଟି ଟ୍ୟାଙ୍କ, ୪୮୦ରୁ ଅଧିକ ଡ୍ୟାମ୍ ଏବଂ ୨ହଜାରରୁ ଅଧିକ କେନାଲ କ୍ଷତିଗ୍ରସ୍ତ ହୋଇଛି ।

୨୨ଟି ସେତୁ ନଷ୍ଟ ହୋଇଥିବାବେଳେ ବାତ୍ୟାପ୍ରଭାବରେ ବନ୍ଦ ରହିଥିବା ୨୪୬ଟି ସଡ଼କକୁ ଯୋଗାଯୋଗକ୍ଷମ କରାଯାଇଛି । ଭାରତ ପକ୍ଷରୁ ଅପରେସନ ସାଗରବନ୍ଧୁ ଯୋଜନାରେ ସେଠାକାର ଯୋଗାଯୋଗ ଭିତ୍ତିଭୂମିର ପୁନଃରୁଦ୍ଧାର ଲାଗି ଉଦ୍ୟମ କରାଯାଉଛି । ଇତିମଧ୍ୟରେ ଯୋଗାଯୋଗ ସମ୍ପର୍କିତ ପ୍ରାୟ ୫୦ଟନ୍ର ଉପକରଣ ସହ ୫ଶହଟି ଜଳବିଶୋଧକ କିଟ୍ ଭାରତୀୟ ବାୟୁସେନା ସେଠାରେ ପହଞ୍ଚାଇଥିବା ଜଣାପଡିଛି ।












Click it and Unblock the Notifications