ଶ୍ରୀଲଙ୍କା ସଙ୍କଟ: ଚରମ ସୀମାରେ ହିଂସା, ସରକାରଙ୍କ ସମର୍ଥକ ଓ ବିରୋଧୀଙ୍କ ମଧ୍ୟରେ ରକ୍ତାକ୍ତ ସଂଘର୍ଷ
ଚରମ ସୀମାରେ ଶ୍ରୀଲଙ୍କା ସଙ୍କଟ । ଶ୍ରୀଲଙ୍କାରେ ସ୍ଥିତି ସୋମବାରଠୁ ଅଧିକ ବିଗିଡିବାରେ ଲାଗିଛି ।ସରକାର ସମର୍ଥକ ଓ ବିରୋଧଙ୍କ ମଧ୍ୟରେ ଆରମ୍ଭ ହୋଇଛି ବଡ ଧରଣର ସଂର୍ଘଷ ।
କଲମ୍ବୋ: ଚରମ ସୀମାରେ ଶ୍ରୀଲଙ୍କା ସଙ୍କଟ । ଶ୍ରୀଲଙ୍କାରେ ସ୍ଥିତି ସୋମବାରଠୁ ଅଧିକ ବିଗିଡିବାରେ ଲାଗିଛି ।ସରକାର ସମର୍ଥକ ଓ ବିରୋଧଙ୍କ ମଧ୍ୟରେ ଆରମ୍ଭ ହୋଇଛି ବଡ ଧରଣର ସଂର୍ଘଷ । ସରକାର ବିରୋଧୀ ପ୍ରଦର୍ଶନକାରୀମାନେ ପ୍ରଧାନମନ୍ତ୍ରୀ ମହିନ୍ଦ୍ରା ରାଜପକ୍ଷେ ଓ କିଛି ନେତାଙ୍କ ଘରେ ନିଆଁ ଲଗାଇବା ପରେ ସ୍ଥିତି ଅଣଆୟତ ହୋଇପଡିଛି । ପୂରା ଦେଶରେ ମେ ୧୧ ପର୍ଯ୍ୟନ୍ତ କଫ୍ୟୁ ଲଗାଯାଇଛି ।

ଗତକାଲି ରାଜଧାନୀ କଲମ୍ବୋ ସମେତ ସାରା ଦେଶରେ ବ୍ୟାପକ ହିଂସା ଓ ପୋଡ଼ାଜଳା ପରେ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ମହିନ୍ଦା ରାଜପାକସେ । ହେଲେ ବିରୋଧୀ ତାଙ୍କ ଇସ୍ତଫାରେ ସନ୍ତୁଷ୍ଟ ନହୋଇ ତାଙ୍କ ଗିରଫ ଦାବି କରି ଆଜି ବି ସାରା ଦେଶରେ ବିକ୍ଷୋଭ ଓ ହିଂସା ଭିଆଇଛନ୍ତି । ଏପଟେ ରକ୍ତମୁଖା ଆନ୍ଦୋଳନକାରୀଙ୍କ କବଳରୁ ବର୍ତ୍ତିବାକୁ ରାଜପାକସେ ନିଜ ପରିବାର ସହ କଲମ୍ବୋରୁ ପଳାଇଯାଇ ନୌସେନା ବେସ୍ରେ ଆଶ୍ରୟ ନେଇଥିବା କୁହାଯାଉଛି ।
୭୪ବର୍ଷ ଭିତରେ ଶ୍ରୀଲଙ୍କା ସବୁଠୁ ବଡ ଖରାପ ସ୍ଥିତି ଦେଇ ଗତି କରୁଛି । ଆର୍ଥିକ ସଙ୍କଟ କ୍ରମଶ ଦେଶର ରାଜନୀତିକୁ ସମସ୍ୟା ଭିତରକୁ ଠେଲି ଦେଇଛି । ହିଂସା ଘଟଣାରେ ଏବେ ସୁଦ୍ଧା ୧୨ଜଣଙ୍କ ମୃତ୍ୟୁ ହେବା ସହ ୨୦୦ରୁ ଅଧିକ ଆହତ ହୋଇଛନ୍ତି । ଘଟଣାରେ ଜଣେ ସାଂସଦ ଓ ତାଙ୍କର ପିଏଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି ।
ସେପଟେ ଶ୍ରୀଲଙ୍କା ସ୍ଥିତିକୁ ନେଇ ବିଶ୍ୱବ୍ୟାପୀ ଉଦ୍ବେଗ ପ୍ରକାଶ ପାଇଛି । ସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖାଯାଇଥିବା କହିଛି ଆମେରିକା । ଅନ୍ୟପକ୍ଷରେ ଶ୍ରୀଲଙ୍କାରେ ଗଣତନ୍ତ୍ର ଓ ରାଜନୈତିକ ସ୍ଥିରତା ପ୍ରତି ଭାରତ ପ୍ରତିଶ୍ରୁତିବଦ୍ଧ ବୋଲି କହିଛନ୍ତି ବୈଦେଶିକ ବ୍ୟାପାର ମୁଖପାତ୍ର ଅରିନ୍ଦମ ବାଗ୍ଚି ।












Click it and Unblock the Notifications