Get Updates
Get notified of breaking news, exclusive insights, and must-see stories!

ସ୍ବଦେଶ ଫେରିବେ ଗୋଟବାୟା ରାଜପକ୍ସେ

ନିଜ ଦେଶକୁ ଫେରିବେ ଶ୍ରୀଲଙ୍କାର ପୂର୍ବତନ ତଥା ପଳାତକ ରାଷ୍ଟ୍ରପତି ଗୋଟାବାୟ ରାଜପକ୍ସେ । ଆର୍ଥିକ ସଙ୍କଟ ଯୋଗୁଁ ଦେଶରେ ଆକ୍ରୋଶ ଦେଖାଦେବା ପରେ ଦେଶ ଛାଡିଥିଲେ ରାଷ୍ଟ୍ରପତି ।

କଲମ୍ବୋ: ସ୍ବଦେଶ ଫେରିବେ ଶ୍ରୀଲଙ୍କାର ପୂର୍ବତନ ତଥା ପଳାତକ ରାଷ୍ଟ୍ରପତି ଗୋଟାବାୟ ରାଜପକ୍ସେ । ଆସନ୍ତାକାଲି ସେ ଥାଇଲ୍ୟାଣ୍ଡରୁ ଶ୍ରୀଲଙ୍କା ଫେରିବା ନେଇ ଜଣେ ବରିଷ୍ଠ ପ୍ରତିରକ୍ଷା ଅଧିକାରୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ବର୍ତ୍ତମାନ ରାଜପକ୍ସେ ଥାଇଲ୍ୟାଣ୍ଡର ବ୍ୟାଙ୍ଗକକ୍‌ରେ ଅଛନ୍ତି । ଆର୍ଥିକ ସଙ୍କଟ ଯୋଗୁଁ ଦେଶରେ ଆକ୍ରୋଶ ଦେଖାଦେବା ପରେ ଦେଶ ଛାଡିଥିଲେ ରାଷ୍ଟ୍ରପତି ।

srilanka

ପ୍ରଥମେ ମାଲଦ୍ବୀପ , ଏହାପରେ ସିଙ୍ଗାପୁର ଯାଇ ଆତ୍ମଗୋପନ କରିଥିଲେ । ଏହାପରେ ସେ ନିଜ ପଦରୁ ଇସ୍ତଫା ଦେଇଥିଲେ । ଭିସା ଅବଧି ବୃଦ୍ଧି ନ ହେବାରୁ ପୁଣିଥରେ ଗୋଟାବାୟା ବ୍ୟାଙ୍ଗକକ୍‌ ଚାଲିଯାଇଥିଲେ । ସେବେ ଠାରୁ ବ୍ୟାଙ୍କକକ୍ ରେ ଥିଲେ ଗୋଟବାୟା। ଆସନ୍ତାକାଲି ତାଙ୍କ ଫେରିବା ବେଳେ କଡା ସୁରକ୍ଷା ପ୍ରଦାନ କରାଯିବ । ଏନେଇ ନୂଆ ସୁରକ୍ଷା ଡିଭିଜନ ଗଠନ କରାଯାଇଛି ।

ଗୋଟବାୟାଙ୍କ ସାନଭାଇ ଗତ ମାସରେ ରାଷ୍ଟ୍ରପତି ରନିଲ ବିକ୍ରମସିଙ୍ଘେଙ୍କୁ ସାକ୍ଷାତ କରି ଗୋଟାବାୟାଙ୍କୁ ସ୍ବଦେଶ ଫେରିବାକୁ ଅନୁମତି ଦେବା ସଙ୍ଗେ ସଙ୍ଗେ ସୁରକ୍ଷା ଯୋଗାଇବାକୁ ନିବେଦନ କରିଥିଲେ । ଗୋଟବାୟାଙ୍କୁ ଅଙ୍ଗରକ୍ଷୀ ଏବଂ ଗାଡି ମଧ୍ୟ ପ୍ରଦାନ କରାଯିବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+