ବାଦଲ ଫଟା ବର୍ଷା ପାଇଁ ସ୍ପେନରେ ଭୟଙ୍କର ସ୍ଥିତି, ୯୫ ମୃତ , ଅନେକ ନିଖୋଜ

ପ୍ରବଳ ବର୍ଷା ଯୋଗୁଁ ସ୍ପେନରେ ବନ୍ୟା ତାଣ୍ଡବ ଦେଖିବାକୁ ମିଳିଛି । ଫଳରେ ୯୫ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ ହଜାରେରୁ ଅଧିକ ଲୋକ ବାସହରା ହୋଇଛନ୍ତି । ହଠାତ୍‌ ବନ୍ୟା ମାଡ଼ି ଆସିବାରୁ ରାସ୍ତାଘାଟ ଜଳାର୍ଣ୍ଣବ ହୋଇପଡ଼ିଥିଲା। ଜାତୀୟ ରାଜପଥ ଉପରେ ବନ୍ୟାଜଳ ପ୍ରବାହିତ ହେବାରୁ ଗମନାଗମନ ବାଧାପ୍ରାପ୍ତ ହୋଇଥିଲା। ବନ୍ୟାଜଳ ଲୋକଙ୍କ ଘରେ ପ୍ରବେଶ କରିବାରୁ ସେମାନଙ୍କ ଆସବାବପତ୍ର ଭାସି ଯାଇଥିଲା। ବନ୍ୟାଜଳରେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରିବାକୁ ୧ ହଜାରରୁ ଅଧିକ ସେନା ଯବାନ ଓ ଉଦ୍ଧାରକାରୀ ଦଳ ସଦସ୍ୟଙ୍କୁ ପଠାଯାଇଥିଲା।

ହେଲିକପ୍ଟର ଓ ବୋଟ୍‌ ମାଧ୍ୟମରେ ଲୋକଙ୍କୁ ବନ୍ୟାଘେରରୁ ଉଦ୍ଧାର କରାଯାଇଥିବା ସ୍ଥାନୀୟ ଅଧିକାରୀ ସୂଚନା ଦେଇଛନ୍ତି। ବନ୍ୟାଜଳରେ ଭାସି ଯାଇ ୯୫ଜଣ ପ୍ରାଣ ହରାଇଥିବାରୁ ସ୍ପେନ ପ୍ରଧାନମନ୍ତ୍ରୀ ପେଡ୍ରୋ ସାଞ୍ଚେଜ୍‌ ଶୋକବ୍ୟକ୍ତ କରିଛନ୍ତି। ଏହି ବନ୍ୟାରେ କ୍ଷତିଗ୍ରସ୍ତ ଲୋକଙ୍କୁ ସରକାରୀ ସହାୟତା ଯୋଗାଇ ଦିଆଯିବ ବୋଲି ସେ ଘୋଷଣା କରିଛନ୍ତି। ସ୍ପେନର ପୂର୍ବ ଏବଂ ଦକ୍ଷିଣ ଭାଗରେ ମୂଷଳଧାରା ବର୍ଷା ଯୋଗୁଁ ବନ୍ୟା ଆସିଛି । ମଲାଗା ନିକଟରେ ଏକ ରେଳଗାଡି ଲାଇନଚ୍ୟୁତ ହୋଇଥିବା ଖବର ମିଳିଛି ।

Spain races to find survivors

ଏଥିରେ ୩୦୦ରୁ ଅଧିକ ଲୋକ ରହିଥିଲେ । ତେବେ କୌଣସି ହତାହତ ଖବର ଆସିନାହିଁ । ବନ୍ୟା ପ୍ରଭାବିତ ଅଞ୍ଚଳରେ ଉଦ୍ଧାରକାରୀ ଦଳ ନିୟୋଜିତ ରହିଛି । ଲୋକଙ୍କୁ ହେଲିକପ୍ଟରରେ ଉଦ୍ଧାର କରାଯାଉଛି । ୧୦୦୦ରୁ ଅଧିକ ଯବାନ ନିୟୋଜିତ ରହିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+