ମସ୍କଙ୍କ ବଡ଼ ଦାବି, କହିଲେ ଆସନ୍ତା ୨୦ ରୁ ୩୦ ବର୍ଷ ମଧ୍ୟରେ ମଙ୍ଗଳକୁ.....

ଆସନ୍ତା ୨୦-୩୦ ବର୍ଷ ମଧ୍ୟରେ ସ୍ପେସ୍‌ଏକ୍ସ ଦ୍ବାରା ମଙ୍ଗଳଗ୍ରହକୁ ମାନବ ଯାତ୍ରା କରିପାରିବ ବୋଲି ସ୍ପେସ୍‌ଏକ୍ସର ମାଲିକ ତଥା ସିଇଓ ଏଲନ୍‌ ମସ୍କ କହିଛନ୍ତି। ଏକ ଗଣମାଧ୍ୟମକୁ ଦେଇଥିବା ସାକ୍ଷାତକା‌ରରେ ମସ୍କ କହିଛନ୍ତି, ମଙ୍ଗଳ ଗ୍ରହକୁ ମହାକାଶଚାରୀଙ୍କୁ ନେବାରେ ଆମେ ସକ୍ଷମ ହେବୁ। ବାସ୍ତବରେ ଆମେ ମଙ୍ଗଳ ଗ୍ରହ ଯିବାକୁ ଚାହୁଥିବା କୌଣସି ବ୍ୟକ୍ତିଙ୍କୁ ସେଠାକୁ ନେଇପାରିବୁ।

SpaceX

ଏହାହିଁ କମ୍ପାନିର ଦୀର୍ଘସୂତ୍ରୀ ଲକ୍ଷ୍ୟ। ‌ତେବେ ଏହା କେତେ ବର୍ଷ ମଧ୍ୟରେ ସମ୍ଭବ ହୋଇପାରିବ ପ୍ରଶ୍ନର ଜବାବରେ ମସ୍କ୍‌ କହିଛନ୍ତି, ସେ ବିଚାର କରୁଛନ୍ତି, ଆସନ୍ତା ୨୦-୩୦ ବର୍ଷ ମଧ୍ୟରେ ଏହା ସମ୍ଭବ ହୋଇପାରିବ। ନାସାର ମହାକାଶଚାରୀ ସୁନୀତା ୱଲିୟମ୍‌ସ, ବୁଚ୍‌ ୱିଲମୋର, ନିକ୍‌ ହେଗ୍‌ ଓ ରୁଷୀୟ ମହାକାଶଚାରୀ ଆଲେକଜାଣ୍ଡର ଗୋର୍ବୁନୋଭ୍‌ଙ୍କୁ ସୁରକ୍ଷିତ ଭାବେ ସ୍ପେସ୍‌ଏକ୍ସର ଡ୍ରାଗନ୍‌ ମହାକାଶଯାନରେ ପୃଥିବୀ ପୃଷ୍ଠକୁ ଫେରାଇ ଆଣିବା ଘଟଣାରେ ସେ ପ୍ରତିକ୍ରିୟା ଦେଇ କହିଛନ୍ତି, ନାସା ସହ କାର୍ଯ୍ୟ କରୁଥିବା ସ୍ପେସ୍‌ଏକ୍ସ ଟିମ୍‌କୁ ସେ ଧନ୍ୟବାଦ ଜଣାଉଛନ୍ତି।

ମହାକାଶଚାରୀମାନେ କୁଶଳରେ ଘରକୁ ଫେରିଛନ୍ତି। ଏହାସହ ସେମାନଙ୍କ ପ୍ରତ୍ୟାବର୍ତ୍ତନକୁ ଗୁରୁତ୍ବ ଦେଇଥିବାରୁ ରାଷ୍ଟ୍ରପତି ଟ୍ରମ୍ପ୍‌ଙ୍କୁ ହୃଦୟପୂର୍ବକ ଅଭିବାଦନ ଜଣାଇଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+