ରନ ଓ୍ବେରୁ ଖସିଗଲା ବିମାନ, ଜଳିଗଲେ ୧୭୯ ଯାତ୍ରୀ
South Korea plane crash : ରବିବାର ଦକ୍ଷିଣ କୋରିଆରେ ଏକ ବଡ଼ ବିମାନ ଦୁର୍ଘଟଣା ଘଟିଛି। ଦକ୍ଷିଣ କୋରିଆର ମୁଆନ ଆନ୍ତର୍ଜାତୀୟ ବିମାନବନ୍ଦରରେ ଏକ ବିମାନ ରନୱେରୁ ଖସିଯାଇଥିଲା। ଏହି ଦୁର୍ଘଟଣାରେ ୧୨୦ ଜଣଙ୍କର ମୃତ୍ୟୁ ନିଶ୍ଚିତ ହୋଇଥିବାବେଳେ ମୃତ୍ୟୁ ସଂଖ୍ୟା ବଢିପାରେ ବୋଲି କହାଯାଉଛି। ଉଦ୍ଧାର ଓ ରିଲିଫ କାର୍ଯ୍ୟ ଚାଲିଛି ଏବଂ ଆହତ ଯାତ୍ରୀମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଜେଜୁ ଏୟାର ଳାଇନ୍ସ ଦ୍ୱାରା ପରିଚାଳିତ ଏହି ଯାତ୍ରୀବାହୀ ବିମାନ ନିୟନ୍ତ୍ରଣ ହରାଇ ରନୱେରୁ ବିଚ୍ୟୁତ ହୋଇଥିବା ମୁଆନ ଅନ୍ତର୍ଜାତୀୟ ବିମାନବନ୍ଦରର ସ୍ଥାନୀୟ ଅଧିକାରୀ କହିଛନ୍ତି। ରବିବାର ସକାଳ ୯.୦୭ ମିନିଟରେ ଥାଇଲାଣ୍ଡରୁ ଦକ୍ଷିଣ କୋରିଆ ଫେରୁଥିଲା ।
ମୁଆନ ଅନ୍ତର୍ଜାତିକ ବିମାନ ବନ୍ଦରରେ ଜେଜୁ ଏୟାରର ବୋଇଂ ୭୩୭-୮୦୦ ବିମାନ ଅବତରଣ ବେଳେ ରନଓ୍ବେରେ ନିଆଁ ଲାଗିଯିବା ପରେ ବିସ୍ଫୋରଣ ହୋଇଥିଲା । ଏଥିରେ ୧୭୫ ଯାତ୍ରୀ ସହିତ ୬ଜଣ କ୍ରୁ ଥିଲେ । ମୋଟ୍ ୧୮୧ଜଣ ମଧ୍ୟରୁ ୧୭୯ ସାଉଥ୍ କୋରିଆ ଏବଂ ୨ଜଣ ଥାଇଲାଣ୍ଡର ଯାତ୍ରୀ ଥିଲେ । ମୋଟ୍ ଯାତ୍ରୀଙ୍କ ମଧ୍ୟରୁ ୮୫ଜଣଙ୍କ ମୃତ୍ୟୁ ସ୍ପଷ୍ଟ ହୋଇଥିବା ବେଳେ ବାକି ୯୪ ଜଣ ଯାତ୍ରୀ ପ୍ରାଣ ହରାଇଥିବା ସାଉଥ କୋରିଆ ମୁଆନ ଅଗ୍ନିଶମ ବାହିନୀ ମୁଖ୍ୟ ଲି-ଯୋଙ୍ଗ-ଏଙ୍ଗ କହିଛନ୍ତି ।

ବିମାନ ବନ୍ଦର କର୍ତ୍ତୃପକ୍ଷଙ୍କ ଅନୁଯାୟୀ, ବିମାନରେ କୌଣସି ପକ୍ଷୀ ମାଡ଼ ହେବା କିମ୍ବା ଲ୍ୟାଣ୍ଡିଂ ଫେଲ୍ ପାଇଁ ଏତେ ବଡ଼ ଦୁର୍ଘଟଣା ହୋଇଥିବା ଆଶଙ୍କା କରାଯାଉଛି । ବିମାନ ଦୁର୍ଘଟଣାକୁ ନେଇ ଥାଇଲାଣ୍ଡ ପ୍ରଧାନମନ୍ତ୍ରୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ଦୁର୍ଘଟଣାର ପରେ ସୋସିଆଲ ମିଡିଆରେ ଏହାର ଫଟୋ ଏବଂ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି।












Click it and Unblock the Notifications