ଗିରଫ ହେଲେ ଦକ୍ଷିଣ କୋରିଆର ପୂର୍ବତନ ପ୍ରଥମ ମହିଳା, ଜାଣନ୍ତୁ କାରଣ.....
ଦକ୍ଷିଣକୋରିଆର ପୂର୍ବତନ ପ୍ରଥମ ମହିଳା ତଥା ପୂର୍ବତନ ରାଷ୍ଟ୍ରପତିଙ୍କ ପତ୍ନୀ କିମ୍ କେଓନ୍ ହି ଗିରଫ ହୋଇଛନ୍ତି। ସେ ଏକ ଦୁର୍ନୀତି ମାମଲାରେ ଗିରଫ ହୋଇଥିବା କଥା ସୂଚନା ମିଳିଛି । ନିର୍ବାଚନରେ ଅନିୟମିତତା କରିବା ଅଭିଯୋଗ ପରେ ତାଙ୍କର କାର୍ଯ୍ୟାଳୟମାନଙ୍କରେ ବିଭିନ୍ନ ସରକାରୀ ସଂସ୍ଥା ଚଢଉ କରିଥିଲେ ।

ପୂର୍ବତନ ପ୍ରଥମ ମହିଳା କିମ କିଓନ୍ ହି ମଙ୍ଗଳବାରରେ ଗିରଫ ହୋଇଥିଲେ । ତାଙ୍କ ବିରୋଧର ଲାଞ୍ଚ, ଅଂଶଧନ ହେରଫେର୍ କରିବା ଅଭିଯୋଗ ରହିଥିଲା । ତାଙ୍କର ଓକିଲ ୫୨ ବର୍ଷିୟା କିମ୍ଙ୍କ ଗିରଫ ବିଷୟରେ ପୁନଃ ବିଚାର କରିବା ପାଇଁ ଅଦାଲତଙ୍କୁ ପ୍ରାର୍ଥନା କରିଥିଲେ । ମାତ୍ର ଅଦାଲତ ସେ ବିଭିନ୍ନ ପ୍ରମାଣକୁ ନଷ୍ଟ ଏବଂ ସାକ୍ଷୀଙ୍କୁ ପ୍ରଭାବିତ କରିପାରନ୍ତି କହିବା ସହ ତାଙ୍କର ଜାମିନ୍ ଆବେଦନକୁ ଖାରଜ କରିଦେଇଥିଲେ । ଦକ୍ଷିଣ କୋରିଆର ସଂସଦୀୟ ନିର୍ବାଚନରେ କିମ୍ ହେରଫେର କରିଥିବା ଅଭିଯୋଗ ହୋଇଛି। ତାଙ୍କ ବିରୋଧରେ ୮୪୮ ପୃଷ୍ଟାର ଅଭିଯୋଗ ଅଦାଲତରେ ଦାଖଲ କରାଯାଇଛି ।












Click it and Unblock the Notifications