ଦକ୍ଷିଣକୋରିଆ ଜଙ୍ଗଲରେ ଲାଗିଲା ଭୟଙ୍କର ନିଆଁ , ଚାଲିଗଲା ୪ ଜୀବନ
ଦକ୍ଷିଣ କୋରିଆର ଦକ୍ଷିଣ-ପୂର୍ବାଞ୍ଚଳରେ ଭୟଙ୍କର ବନାଗ୍ନି ଯୋଗୁଁ ଅତିକମ୍ରେ ୪ ଜଣଙ୍କ ମୃତ୍ୟୁ ହେବା ସହ ବ୍ୟାପକ କ୍ଷୟକ୍ଷତି ଘଟିବା ପରେ ସେଠାରେ ଜରୁରୀ ପରିସ୍ଥିତି ଘୋଷଣା କରାଯାଇଛି । ଦକ୍ଷିଣ କୋରିଆର ଜଙ୍ଗଲ ବିଭାଗ ସମ୍ପୃକ୍ତ ଅଞ୍ଚଳର ୧୨ଟି ସ୍ଥାନରେ ଅଗ୍ନି ସତର୍କତା ଜାରି କରିଛି । ଜଙ୍ଗଲରେ ନିଆଁ ଲିଭାଇବାପାଇଁ ପ୍ରଶାସନ ପକ୍ଷରୁ ବହୁସଂଖ୍ୟାରେ ନିଆଁଲିଭାଳି ଗାଡ଼ି ଓ ଯବାନମାନଙ୍କୁ ମୁତୟନ କରାଯାଇଛି ।
ନିଆଁ ଲିଭାଇବା ପାଇଁ ପ୍ରୟାସ କରୁଥିବା ଅଗ୍ନିଶମ କର୍ମଚାରୀ ଏବଂ ରିଲିଫ୍ କର୍ମୀମାନେ ବହୁତ ଅସୁବିଧାର ସମ୍ମୁଖୀନ ହୋଇଥିଲେ । ଏହି ସମୟରେ ପ୍ରବଳ ଧୂଆଁ ସହ ପ୍ରବଳ ପବନ ହେଉଥିବା ହେତୁ ନିଆଁକୁ ଶିଘ୍ର ବ୍ୟାପିବାରେ ସାହାଯ୍ୟ କରିଥିଲା । ଯାହା ଫଳରେ ଅଗ୍ନିଶମ କର୍ମଚାରୀମାନଙ୍କ ପାଇଁ ନିଆଁକୁ ନିୟନ୍ତ୍ରଣ କରିବା ଅତ୍ୟନ୍ତ କଷ୍ଟକର ହୋଇପଡୁଥିଲା ।

ଦକ୍ଷିଣ ଗ୍ୟୋଙ୍ଗସାଙ୍ଗ ପ୍ରଦେଶରେ ଶୁକ୍ରବାର ଦିନ ଆରମ୍ଭ ହୋଇଥିବା ଏହି ଅଗ୍ନିକାଣ୍ଡ ଶନିବାର ଅପରାହ୍ନ ସୁଦ୍ଧା ୨୭୫ ହେକ୍ଟର (୬୮୦ ଏକର) ଅଞ୍ଚଳକୁ କବଳିତ କରିଛି । ନିଆଁକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରିବା ସମୟରେ ଦୁଇଜଣ ଅଗ୍ନିଶମ କର୍ମଚାରୀଙ୍କ ଜୀବନ ଯାଇଛି । ଅଧିକାରୀଙ୍କ ସଚନା ଅନୁଯାୟୀ ୨୦୦ ରୁ ଅଧିକ ଲୋକଙ୍କୁ ଘର ଛାଡି ସୁରକ୍ଷିତ ସ୍ଥାନକୁ ଯାଇଛନ୍ତି ।
କାର୍ଯ୍ୟକାରୀ ରାଷ୍ଟ୍ରପତି ଚୋଇ ସାଙ୍ଗ ମୋକ୍ ସୂର୍ଯ୍ୟାସ୍ତ ପୂର୍ବରୁ ନିଆଁକୁ ନିୟନ୍ତ୍ରଣ କରିବା ପାଇଁ ସମସ୍ତ ପ୍ରକାରର ପ୍ରୟାସ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଅଗ୍ନିକାଣ୍ଡର ଭୟାବହତାକୁ ଦୃଷ୍ଟିରେ ରଖି ଦକ୍ଷିଣ କୋରିଆ ସରକାର ଶନିବାର ସନ୍ଧ୍ୟାରେ ପ୍ରଭାବିତ ଅଞ୍ଚଳକୁ ବିପର୍ଯ୍ୟୟ ଅଞ୍ଚଳ ଘୋଷଣା କରିଛନ୍ତି ।












Click it and Unblock the Notifications