ଦକ୍ଷିଣ ଆଫ୍ରିକାରେ ବଡ଼ ଅଘଟଣ, ସୁନା ଖଣିରେ ଫସିଥିବା ୧୦୦ ଶ୍ରମିକଙ୍କ ମୃତ୍ୟୁ

ଦକ୍ଷିଣ ଆଫ୍ରିକାରେ ଅଘଟଣ। ବେଆଇନ ସୁନା ଖଣିରେ ଫସି ୧୦୦ ଜଣ ଶ୍ରମିକଙ୍କ ମୃତ୍ୟୁ ।ଖଣିରେ ଫସି ରହିଥିବା ଏହି ଶ୍ରମିକମାନେ ଅନେକ ମାସ ଧରି ଭୋକ ଏବଂ ଶୋଷରେ ଥିବା ବେଳ ତାଙ୍କର ମୃତ୍ୟୁ ହୋଇଛି। ଦକ୍ଷିଣ ଆଫ୍ରିକାର ଷ୍ଟିଲଫୋଣ୍ଟେନ ସହର ନିକଟସ୍ଥ ବଫେଲଫୋଣ୍ଟେନରେ ଥିବା ସୁନା ଖଣିରୁ ଏହି ଘଟଣା ସାମ୍ନାକୁ ଆସିଛି। ଏହି ଘଟଣା ସମ୍ବନ୍ଧୀୟ ସୂଚନା ଶ୍ରମିକମାନଙ୍କ ଦ୍ବାରା ମୋବାଇଲ୍ ଫୋନକୁ ପଠାଯାଇଥିବା ଭିଡିଓରୁ ମିଳିଛି। ଯେଉଁଥିରେ ପ୍ଲାଷ୍ଟିକ୍‌ରେ ଗୁଡ଼ାଯାଇଥିବା ମୃତଦେହ ଦେଖାଯାଉଛି ।

ମାଇନିଂ ଆଫେକ୍ଟେଡ କମ୍ୟୁନିଟିଜ ୟୁନାଇଟେଡ ଇନ ଆକ୍ସନ ଗ୍ରୁପ ମୁତାବକ, ଉଦ୍ଧାର କାର୍ଯ୍ୟରେ ଏଯାଏଁ ୨୬ ଜଣ ଶ୍ରମିକଙ୍କୁ ଜୀବିତ ବାହାର କରାଯାଇଛି । ୧୮ ଜଣ ଶ୍ରମିକ ମୃତଦେହ ବାହାରକୁ ଅଣାଯାଇଛି । ଖଣି ଏତେ ଗଭୀର ଯେ ଆଉ ୫୦୦ ଶ୍ରମିକ ଫସିଥିବା ଜଣାପଡିଛି । ଖଣିର ଗଭୀରତାର ୨.୫ କିମି ରହିଛି । ପୋଲିସ ପକ୍ଷରୁ ଖଣି ସିଲ୍ କରିବାକୁ ଚେଷ୍ଟା କରୁଥିବା ବେଳେ ଶ୍ରମିକ ଏବଂ ପୋଲିସ ମଧ୍ୟରେ ସଂଘର୍ଷ ହୋଇଥିଲା । ଶ୍ରମିକମାନେ ଗିରଫ ଭୟରେ ବାହାରକୁ ଆସୁନଥିଲେ । ପୋଲିସ ଖଣିରେ ପଡିଥିବା ରଶିକୁ କାଢିଦେଇଥିଲା, ଫଳରେ ସେମାନେ ବାହାରକୁ ଆସିପାରୁନଥିଲେ ।

ତେବେ ପୋଷ୍ଟମର୍ଟମ ରିପୋର୍ଟରେ ମୃତ୍ୟୁର କାରଣ ଭୋକ ବୋଲି ଜଣାପଡିଛି । ଖଣିରେ ଖାଇବା ଏବଂ ପାଣି ସପ୍ଲାଏ ବନ୍ଦ ହେବା ଯୋଗୁଁ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ଏପରି ସ୍ଥଳେ ଶ୍ରମିକଙ୍କ ମୃତ୍ୟୁ ଖଣିର ସୁରକ୍ଷା ଏବଂ ପ୍ରବନ୍ଧନ ଉପରେ ଅନେକ ପ୍ରଶ୍ନ ସୃଷ୍ଟି କରିଛି । ପୋଲିସ କହିଛି ଯେ ଗିରଫଦାରୀ ଭୟରେ ଶ୍ରମିକମାନେ ବାହାରକୁ ଆସୁନାହାଁନ୍ତି। ପୋଷ୍ଟ ମର୍ଟମ ରିପୋର୍ଟରେ ମୃତ୍ୟୁର ପ୍ରଥମ କାରଣ କ୍ଷୁଧା ବୋଲି କୁହାଯାଇଛି। ଖଣିରେ ଖାଦ୍ୟ ଏବଂ ଜଳ ଯୋଗାଣ ବନ୍ଦ ଥିବାରୁ ସମସ୍ତ ଶ୍ରମିକଙ୍କ ମୃତ୍ୟୁ ଘଟିଛି।

south africa 100 workers trapped in gold mine died

ଶ୍ରମିକଙ୍କ ମୃତ୍ୟୁ ଖଣିର ସୁରକ୍ଷା ଏବଂ ପରିଚାଳନା ଉପରେ ଗୁରୁତର ପ୍ରଶ୍ନ ସୃଷ୍ଟି କରିଛି। ଦକ୍ଷିଣ ଆଫ୍ରିକାରେ ବେଆଇନ ଖଣି ଏକ ସାଧାରଣ ସମସ୍ୟା। ଯେତେବେଳେ ବଡ଼ ବଡ଼ କମ୍ପାନୀଗୁଡ଼ିକ ଖଣିଗୁଡ଼ିକୁ ଅଦରକାରୀ ଭାବି ପରିତ୍ୟାଗ କରନ୍ତି, ସେତେବେଳେ ସ୍ଥାନୀୟ ଖଣି ଶ୍ରମିକମାନେ ସେଠାରୁ ବଳକା ସୁନା ବାହାର କରିଥାନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+