ଆମେରିକୀୟଙ୍କୁ ୧୪ ଦେଶ ଛାଡ଼ିବାକୁ ନିର୍ଦ୍ଦେଶ ଜାରି
ଆମେରିକୀୟଙ୍କୁ ୧୪ ଦେଶ ଛାଡ଼ିବାକୁ ନିର୍ଦ୍ଦେଶ ଜାରି । ଜରୁରୀକାଳୀନ ନିର୍ଦ୍ଦେଶ ଜାରି କଲା ଆମେରିକା ବୈଦେଶିକ ବିଭାଗ । ମଧ୍ୟ-ପ୍ରାଚ୍ୟର ୧୪ଟି ଦେଶରେ ଥିବା ଆମେରିକୀୟ ନାଗରିକମାନଙ୍କୁ "ଗମ୍ଭୀର ସୁରକ୍ଷା ବିପଦ" ଦର୍ଶାଇ ତୁରନ୍ତ ସେହି ସ୍ଥାନ ଛାଡ଼ିବାକୁ କୁହାଯାଇଛି ।

ଇରାନ, ଇସ୍ରାଏଲର ୱେଷ୍ଟ ବ୍ୟାଙ୍କ ଏବଂ ଗାଜା, ଇରାକ, ସାଉଦି ଆରବ, ୟୁଏଇ, କୁଏତ, କାତାର, ଓମାନ, ବାହାରିନ, ଲେବାନନ, ଜୋର୍ଡାନ, ସିରିଆ, ୟେମେନ ଏବଂ ଇଜିପ୍ଟ ଛାଡ଼ିବାକୁ କୁହାଯାଇଛି । ଆମେରିକାର ସହକାରୀ ସଚିବ ମୋରା ନାମଦାରଙ୍କ ଏକ ବିବୃତ୍ତିରେ କୁହାଯାଇଛି, ଗମ୍ଭୀର ସୁରକ୍ଷା ବିପଦ କାରଣରୁ ବୈଦେଶିକ ବିଭାଗ ଆମେରିକୀୟଙ୍କୁ ଉପଲବ୍ଧ ବ୍ୟବସାୟିକ ପରିବହନ ବ୍ୟବହାର କରି ୧୪ଟି ଦେଶ ତୁରନ୍ତ ଛାଡ଼ିବାକୁ ଅନୁରୋଧ କରାଯାଉଛି ।
ଇରାନ ଓ ଇସ୍ରାଏଲ ମଧ୍ୟରେ ଚାଲିଥିବା ସଂଘର୍ଷ ଏବଂ ଆମେରିକାର ସାମରିକ କାର୍ଯ୍ୟାନୁଷ୍ଠାନ ଯୋଗୁଁ ଏହି ଅଞ୍ଚଳରେ ଆମେରିକୀୟ ପାଇଁ ବିପଦ ବଢ଼ିଛି । ଆଗକୁ ବିମାନ ସେବା ବାଧାପ୍ରାପ୍ତ ହେବାର ଆଶଙ୍କା କରି ନାଗରିକମାନଙ୍କୁ କମର୍ସିଆଲ ବିମାନ ଯୋଗେ ତୁରନ୍ତ ବାହାରିଯିବାକୁ କୁହାଯାଇଛି । ଜରୁରୀ ସହାୟତା ପାଇଁ ଆମେରିକା ସରକାରଙ୍କ Smart Traveler Enrollment Program (STEP)ରେ ପଞ୍ଜୀକରଣ କରିବା ସହ ଦୂତାବାସ ସହିତ ଯୋଗାଯୋଗରେ ରହିବାକୁ କୁହାଯାଇଛି।
-
ଟି୨୦ ବିଶ୍ୱକପରୁ ବିଦା ପରେ ୫୦ ଲକ୍ଷ ଟଙ୍କା ଫାଇନ୍ ଦେବେ ପାକିସ୍ତାନର ସବୁ ଖେଳାଳି -
ଆମେରିକା F-15 ଯୁଦ୍ଧ ବିମାନକୁ ଖସାଇଲା ଇରାନ -
ୱେଷ୍ଟଇଣ୍ଡିଜକୁ ହରାଇ ସେମିଫାଇନାଲରେ ଭାରତ -
ଇରାନର ସବୁଠୁ ଶକ୍ତିଶାଳୀ ମୁଖ୍ୟାଳୟକୁ ଧ୍ୱଂସ କଲା ଆମେରିକା ସେନା -
ଟାଇଁ ଟାଇଁ ଖରା, ୩୯ ଡିଗ୍ରୀ ଛୁଇଁପାରେ ପାରଦ -
ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଡାକିଲେ ଗୁରୁତ୍ବପୂର୍ଣ୍ଣ ବୈଠକ -
ଇରାନ୍-ଆମେରିକା ଯୁଦ୍ଧକୁ ନେଇ ସତର୍କ କରାଇଲା ଭାରତ, ସବୁ ରାଜ୍ୟକୁ କେନ୍ଦ୍ର ଗୃହ ମନ୍ତ୍ରାଳୟର ଚିଠି -
ବିଶ୍ୱର ପ୍ରଥମ ମହିଳା ଭାବେ ଜାତିସଂଘ ସୁରକ୍ଷା ପରିଷଦ ବୈଠକରେ ଅଧ୍ୟକ୍ଷତା କଲେ ମେଲାନିଆ ଟ୍ରମ୍ପ -
ଯୁଦ୍ଧ ବିଭୀଷିକା ଭିତରେ ବଦଳିଗଲା ସବୁକିଛି...ସେୟାର ବଜାରରେ ଅସ୍ଥିରତା, ହୁ ହୁ ହୋଇ ବଢିଲା ଦର... -
ହୋଲି ରାତିରେ ଏହି ସ୍ଥାନରେ ଜଳନ୍ତୁ ଦୀପ, ଘରେ ସୁଖ ଏବଂ ସମୃଦ୍ଧି ଆଣିବ -
ମଧ୍ୟପ୍ରାଚ୍ୟରେ ଯୁଦ୍ଧ ମଧ୍ୟରେ ବଢ଼ିଲା ଅଶୋଧିତ ତୈଳ ଦର -
ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଯୋଗୁଁ ଭୁବନେଶ୍ବର-ଦୁବାଇ ବିମାନ ବାତିଲ୍












Click it and Unblock the Notifications