Get Updates
Get notified of breaking news, exclusive insights, and must-see stories!

ମଝି ଆକାଶରେ ଜଳିଗଲା ବିମାନ, ୧୨ ଜଣଙ୍କ ଗଲା ଜୀବନ

କେନିଆରେ ଏକ ବିମାନ ଦୁର୍ଘଟଣା ଘଟିଛି। କେନିଆର ଉପକୂଳବର୍ତ୍ତୀ ଅଞ୍ଚଳ କ୍ୱାଲେରେ ଏହି ବିମାନ ଦୁର୍ଘଟଣା ଘଟିଛି। ଏଥିରେ ଥିବା ୧୨ ଜଣଙ୍କର ମୃତ୍ୟୁ ଆଶଙ୍କା କରାଯାଉଛି। କେନିଆ କର୍ତ୍ତୃପକ୍ଷ ଦୁର୍ଘଟଣା ସମ୍ପର୍କରେ ସୂଚନା ପ୍ରକାଶ କରିଛନ୍ତି। ଅଧିକାରୀମାନେ କହିଛନ୍ତି, ମାସାଇ ମାରା ଜାତୀୟ ସଂରକ୍ଷଣର ଏକ ଲୋକପ୍ରିୟ ପର୍ଯ୍ୟଟନସ୍ଥଳକୁ ଯାଉଥିବା ସମୟରେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଡିଆନି ଏୟାରଷ୍ଟ୍ରିପଠାରୁ ପ୍ରାୟ ୪୦ କିଲୋମିଟର ଦୂରରେ ଏକ ପାହାଡିଆ ଏବଂ ଜଙ୍ଗଲିଆ ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଛି।

kenya plane crash

ଅଧିକାରୀଙ୍କ କହିବା ମୁତାବକ, ବିମାନଟି ମାସାଇ ମାରା ରାଷ୍ଟ୍ରୀୟ ରିଜର୍ଭରେ ଏକ ଲୋକ ପର୍ଯ୍ୟଟକ ସ୍ଥଳକୁ ଯାଉଥିବା ବେଳେ ଦୁର୍ଘଟଣାର ଶିକାର ହୋଇଥିଲା । ଦୁର୍ଘଟଣା ଡାୟନୀ ବିମାନବିନ୍ଦର ଠାରୁ ପ୍ରାୟ ୪୦ କିମି ଦୂର ପାହାଡିଆ ଏବଂ ଜଙ୍ଗଲ ଅଞ୍ଚଳରେ ହୋଇଛି । ବିମାନଟି ଉଡ଼ାଣ କିଛି ମିନିଟ ମଧ୍ୟରେ ଦୁର୍ଘଟଣା ହୋଇ ନିଆଁ ପିଣ୍ଡୁଳା ହୋଇଯାଇଥିଲା । ଘଟଣା ସ୍ଥଳରେ କେବଳ ଜଳିଯାଇଥିବା ଅଂଶବିଶେଷ ମିଳିଛି । ସ୍ଥାନୀୟ ଲୋକ କେବଳ ଏକ ବିସ୍ଫୋରଣ ଶବ୍ଦ ଶୁଣିଛନ୍ତି ବୋଲି କହିଛନ୍ତି ।

ତେବେ କେନିଆ ଆଭିଏସନ ଅଥରିଟିର ଅଧିକାରୀଙ୍କ କହିବାନୁଯାୟୀ, ଦୁର୍ଘଟଣା ବିଷୟରେ ଯାଞ୍ଚ କରାଯାଉଛି । ପ୍ରାରମ୍ଭିକ ଯାଞ୍ଚରୁ ବିମାନର ଇଂଜିନ ଅଚଳ, କିମ୍ବା ପାଲଇଟଙ୍କ ଭୁଲ୍ ଯୋଗୁଁ ହୋଇଥିବା କୁହାଯାଉଛି । ପ୍ରାଣ ହରାଇଥିବା ପରିବାରକୁ ଯଥାସମ୍ଭବ ସହାୟତା ଯୋଗାଇ ଦିଆଯିବ ବୋଲି କାଲେ କାଉଣ୍ଟି କମିଶନର କହିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+