Get Updates
Get notified of breaking news, exclusive insights, and must-see stories!

ସିଙ୍ଗାପୁର ପାସପୋର୍ଟ ସବୁଠୁ ଶକ୍ତିଶାଳୀ: ୮୫ତମ ସ୍ଥାନରେ ଭାରତ

ହେନଲି ପାସପୋର୍ଟ ସୂଚକାଙ୍କ ପକ୍ଷରୁ ଚଳିତବର୍ଷ ପାଇଁ ବିଭିନ୍ନ ଦେଶର ପାସପୋର୍ଟ ତାଲିକା ଜାରି କରାଯାଇଛି । ତଦନୁଯାୟୀ ସିଙ୍ଗାପୁର ପାସପୋର୍ଟ ପ୍ରଥମ ସ୍ଥାନ ଅଧିକାର କରିଥିବାବେଳେ ସବୁଠୁ ଶକ୍ତିଶାଳୀ ପାସପୋର୍ଟ ଭାବେ ମାନ୍ୟତାଲାଭ କରିଛି ।

ସିଙ୍ଗାପୁର ପାସପୋର୍ଟଧାରୀ ବ୍ୟକ୍ତି ବିନା ଭିସାରେ ୧୯୩ ରାଷ୍ଟ୍ରକୁ ଗସ୍ତ କରିପାରିବେ ବୋଲି ଜଣାପଡିଛି । ସିଙ୍ଗାପୁର ପଛକୁ ଦକ୍ଷିଣ କୋରିଆ ଓ ଜାପାନ ଯଥାକ୍ରମେ ଦ୍ବିତୀୟ ଓ ତୃତୀୟ ସ୍ଥାନରେ ରହିଛନ୍ତି । ଏହି ଦୁଇ ଦେଶର ପାସପୋର୍ଟଧାରୀ ବିନା ଭିସାରେ ଯଥାକ୍ରମେ ୧୯୦ ଓ ୧୮୯ ରାଷ୍ଟ୍ର ଯାଇପାରିବେ ବୋଲି କୁହାଯାଇଛି । ଗତବର୍ଷ ତୁଳନାରେ ଭାରତ ଏଥର ପାଞ୍ଚଟି ପାହ୍ୟା ତଳକୁ ଖସି ୮୫ତମ ସ୍ଥାନ ଅଧିକାର କରିଛି। ଭାରତୀୟ ପାସପୋର୍ଟଧାରୀ ବିନା ଭିସାରେ ୫୭ଟି ଦେଶ ଗସ୍ତ କରିପାରିବେ । ଗତବର୍ଷ ଭାରତ ୮୦ତମ ସ୍ଥାନରେ ଥିବାବେଳେ ପାସପୋର୍ଟଧାରୀଙ୍କୁ ୬୨ଟି ଦେଶ ବୁଲିବାର ସୁଯୋଗ ମିଳିପାରିଥିଲା ।

Singapore passport is the most powerful India at 85th place

ଅପରପକ୍ଷରେ ଜର୍ମାନୀ, ଇଟାଲୀ, ଲକ୍‌ଜେମବର୍ଗ, ସ୍ପେନ ଓ ସ୍ବିଜରଲାଣ୍ଡ ମିଳିତଭାବେ ତାଲିକାର ୪ର୍ଥ ସ୍ଥାନରେ ରହିଛନ୍ତି। ଏହି ଦେଶର ପାସପୋର୍ଟଧାରୀଙ୍କୁ ବିନ ଭିସାରେ ୧୮୮ ରାଷ୍ଟ୍ର ଗସ୍ତ କରିବାର ସୁବିଧା ଉପଲବ୍ଧ ହେବ । ସେହିପରି ପଞ୍ଚମ ସ୍ଥାନରେ ଅଷ୍ଟ୍ରିଆ, ବେଲଜିୟମ, ଡେନମାର୍କ, ଫିନଲାଣ୍ଡ, ଫ୍ରାନ୍ସ, ଆୟରଲାଣ୍ଡ ଓ ନେଦରଲାଣ୍ଡ୍‌ସ ମିଳିତ ଭାବେ ରହିଛନ୍ତି ।

ଏହି ପାସପୋର୍ଟଧାରୀମାନେ ବିନା ଭିସାରେ ୧୮୭ ରାଷ୍ଟ୍ର ଗସ୍ତ କରିବାର ସୁଯୋଗ ପାଇପାରିବେ । ଷଷ୍ଠ ସ୍ଥାନରେ ହଙ୍ଗେରୀ, ନ୍ୟୁଜିଲାଣ୍ଡ, ନରୱେ, ପର୍ତ୍ତୁଗାଲ ଓ ସ୍ବିଡେନ ମିଳିତଭାବେ ରହିଛନ୍ତି । ଏହି ପାସପୋର୍ଟଧାରୀ ବିନା ଭିସାରେ ୧୮୬ ରାଷ୍ଟ୍ର ଯାଇପାରିବେ। ଅଷ୍ଟ୍ରେଲିଆ, ଚେକ୍‌ ଗଣତନ୍ତ୍ର, ମାଲଟା ଓ ପୋଲାଣ୍ଡ ମିଳିତଭାବେ ୭ମ ସ୍ଥାନରେ ରହିଥିବାବେଳେ ଏମାନଙ୍କୁ ୧୮୫ ରାଷ୍ଟ୍ର ଗସ୍ତ କରିବାର ସୁଯୋଗ ମିଳିବ। କ୍ରୋଏସିଆ, ଏଷ୍ଟୋନିଆ, ସ୍ଲୋଭାକିଆ, ସ୍ଲୋଭେନିଆ, ସଂଯୁକ୍ତ ଆରବ ଏମିରେଟ୍‌ସ (ୟୁଏଇ) ଓ ବ୍ରିଟେନ ମିଳିତଭାବେ ୮ମ ସ୍ଥାନରେ ରହିଛନ୍ତି । କାନାଡା ୯ମ ସ୍ଥାନରେ ଥିବାବେଳେ ଲାଟଭିଆ ଓ ଲିଚେସଷ୍ଟିନ୍‌ ଯୁଗ୍ମଭାବେ ୧୦ମ ସ୍ଥାନ ଅଧିକାର କରିଛନ୍ତି। ଏଭଳି ପାସପୋର୍ଟଧାରୀ ୧୮୨ ରାଷ୍ଟ୍ରକୁ ବିନା ଭିସାରେ ଗସ୍ତ କରିପାରିବେ । ଅପରପକ୍ଷରେ ଆମେରିକା ପ୍ରଥମ ଥର ଶ୍ରେଷ୍ଠ ୧୦ରୁ ବାଦ ପଡିଛି। ଗତବର୍ଷ ଆମେରିକା ଏହି ତାଲିକାରେ ୭ମ ସ୍ଥାନରେ ଥିବାବେଳେ ଚଳିତବର୍ଷ ୧୨ଶ ସ୍ଥାନକୁ ଖସିଛି । ଆମେରିକା ପାସପୋର୍ଟଧାରୀ ବିନା ଭିସାରେ ୧୮୦ ରାଷ୍ଟ୍ର ଗସ୍ତ କରିବାର ସୁଯୋଗ ପାଇବେ ।

ଭାରତର ପଡୋଶୀ ରାଷ୍ଟ୍ର ମଧ୍ୟରେ ଶ୍ରୀଲଙ୍କା ୯୮, ଭୁଟାନ ୯୨, ବାଂଲାଦେଶ ୧୦୦, ନେପାଳ ୧୦୧ ଓ ପାକିସ୍ତାନ ୧୦୩ତମ ସ୍ଥାନରେ ରହିଛନ୍ତି । ଆଫ୍‌ଗାନିସ୍ତାନ ପାସପୋର୍ଟ ବିଶ୍ବର ସବୁଠୁ ଦୁର୍ବଳ ପାସପୋର୍ଟ ବିବେଚିତ ହୋଇଥିବାବେଳେ ଏହା ପଛକୁ ସିରିୟା ଓ ଇରାକ ସ୍ଥାନ ପାଇଛନ୍ତି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+