ID Card ଦେଖାଅ...ପାକିସ୍ତାନ ସେନା ମୁଖ୍ୟ ଅସୀମ ମୁନିର ହଟ୍ଟହଟା

ପାକିସ୍ତାନକୁ ଧକ୍କା । ଅନ୍ତର୍ଜାତୀୟ ସ୍ତରରେ ଉଡିଲା ଧଜିଆ । ଯେଉଁ ସେନାମୁଖ୍ୟଙ୍କୁ ନେଇ ପାକିସ୍ତାନର ଗର୍ବ, ସେହି ମୁଖ୍ୟଙ୍କ ଅନ୍ତର୍ଜାତୀୟ ସ୍ତରରେ ଯେ କୌଣସି ସମ୍ମାନ ନାହିଁ ତାହା ସ୍ପଷ୍ଟ ହୋଇଛି । କାରଣ ପାକ୍ ସେନା ମୁଖ୍ୟ ଅସିମ୍ ମୁନିରଙ୍କୁ ଜର୍ମାନୀ ସୁରକ୍ଷାକର୍ମୀ ଅଟକାଇଥିବା ଦେଖିବାକୁ ମିଳିଛି ।

Asim Muni s

ରିପୋର୍ଟ ଅନୁସାରେ, ଏବେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି । ଏଥିରେ ଦେଖିବାକୁ ମିଳିଛି ଯେ, ଅସିମ୍ ମୁନୀର ଜର୍ମାନୀର ମୁନିଚ୍ ଯାଇଛନ୍ତି । ସେ ମୁନିଚ୍ ସିକ୍ୟୁରିଟି କନଫରେନ୍ସରେ ସାମିଲ ହେବାକୁ ଜର୍ମାନୀ ଗସ୍ତ କରିଛନ୍ତି । ତେବେ ସମ୍ମିଳନୀରେ ଯୋଗ ଦେବାକୁ ଯାଉଥିବା ବେଳେ ଜର୍ମାନର ଜଣେ ସୁରକ୍ଷାକର୍ମୀ ତାଙ୍କୁ ଏକ ପ୍ରକାର ଅଟକାଇ ଦେଇଥିଲେ । ଏହାସହ ପ୍ରବେଶ ପତ୍ର ବା ଆଇଡେଣ୍ଟିଟି କାର୍ଡ ଦେଖାଇବାକୁ ମଧ୍ୟ କହିଥିଲେ ।

ଭିଡିଓରେ ସ୍ପଷ୍ଟ ଭାବେ ଦେଖିବାକୁ ମିଳୁଛି ଯେ, ମୁନୀର ଅନ୍ୟ ଜଣେ ଅଧିକାରୀଙ୍କ ସହ ସମ୍ମିଳନୀରେ ଯୋଗ ଦେବାକୁ ଯାଉଛନ୍ତି । ଏହି ସମୟରେ ଜଣେ ସୁରକ୍ଷାକର୍ମୀ ତାଙ୍କ କାନ୍ଧକୁ ହାତରେ ସ୍ପର୍ଶ କରୁଛନ୍ତି । ଏହାସହ ଆଇଡି କାର୍ଡକୁ ସିଧା ଭାବେ ପକାଇବାକୁ କହୁଛନ୍ତି ।

ସୂଚନାଯୋଗ୍ୟ, ସୁରକ୍ଷା ସମ୍ମିଳନୀରେ ଅସିମ୍ ମୁନୀରଙ୍କୁ ଯୋଗଦାନକୁ ଅନେକ ଜର୍ମାନ ନେତା ପସନ୍ଦ କରି ନାହାଁନ୍ତି । ଜର୍ମାନସ୍ଥିତ ଜେଏସଏମଏମ ପାର୍ଟି ମୁନୀରଙ୍କ ଗସ୍ତକୁ ବିରୋଧ କରିଛି । ଏହା ଦେଶ ପାଇଁ ଠିକ୍ ନୁହେଁ ବୋଲି ଦଳ କହିଛି । ପାକିସ୍ତାନରେ ଲଗାତାର ଭାବେ ଚାଲୁଥିବା ମାନବାଧିକାର ହନନ ପ୍ରଦିବାଦରେ ଜେଏଏସଏମଏମ ପାର୍ଟି ପାକ୍ ଅଧିକାରୀଙ୍କୁ ଅନେକ ସମୟରେ ବିରୋଧ କରେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+