ଟୋରୋଣ୍ଟୋରେ ଭାରତୀୟ ଛାତ୍ରଙ୍କୁ ଗୁଳିକରି ହତ୍ୟା
କାନାଡ଼ାର ଟୋରୋଣ୍ଟୋରେ ଭାରତୀୟ ଛାତ୍ରଙ୍କୁ ଗୁଳିକରି ହତ୍ୟା । ମୃତକ ହେଲେ ୨୦ ବର୍ଷୀୟ ଡକ୍ଟରାଲ ଛାତ୍ର ଶିବାଙ୍କ ଅବସ୍ତି । ୟୁନିଭରସିଟି ଅଫ୍ ଟୋରୋଣ୍ଟୋ ସ୍କାରବରୋ କ୍ୟାମ୍ପସ୍ ପାଖରେ ଏହି ଗୁଳିକାଣ୍ଡ ଘଟିଛି । ମଙ୍ଗଳବାର ପ୍ରାୟ ୩.୩୪ରେ ହାଇଲ୍ୟାଣ୍ଡ କ୍ରିକ ଟ୍ରେଲ ଓ ପୁରୁଣା କିଙ୍ଗ୍ସଟନ ରୋଡ୍ରେ ଗୁଳିକାଣ୍ଡ ନେଇ ପୋଲିସକୁ ଖବର ଆସିଥିଲା । ତେବେ ଘଟଣାସ୍ଥଳରେ ହିଁ ଶିବାଙ୍କଙ୍କ ଜୀବନ ଯାଇଥିବା ପୋଲିସ କହିଛି । ଗୁଳିକାଣ୍ଡ ପରେ ଅଭିଯୁକ୍ତ ଘଟଣାସ୍ଥଳରୁ ଫେରାର ମାରିଥିବା ବେଳେ, ପୋଲିସ ତନାଘନା ଆରମ୍ଭ କରିଛି ।

ସେପଟେ ଗୁଳିକାଣ୍ଡ ପରେ ୟୁନିଭରସିଟିର ଛାତ୍ରଛାତ୍ରୀ ଭୟଭୀତ ଅଛନ୍ତି । ଏହାକୁ କାନାଡ଼ାରେ ଚଳିତ ବର୍ଷର ୪୧ ତମ ନରହତ୍ୟା ବୋଲି ପୋଲିସ କହିଛି । ସେପଟେ ଗୁଳିକାଣ୍ଡ ନେଇ ଗଭୀର ଶୋକ ପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ ସମବେଦନା ଜଣାଇଛି ଭାରତୀୟ ଦୂତାବାସ । ଶିବାଙ୍କଙ୍କୁ ହତ୍ୟାର କିଛି ଦିନ ପୂର୍ବରୁ ହିମାଂଶୀ ଖୁରାନା ନାମ୍ନୀ ଭାରତୀୟ ମହିଳାଙ୍କୁ ହତ୍ୟା କରାଯାଇଥିଲା । ଘଟଣାରେ ଟୋରୋଣ୍ଟୋର ଅବଦୁଲ୍ ଘଫୁରୀଙ୍କୁ ପୋଲିସ ଖୋଜୁଛି ।












Click it and Unblock the Notifications