ଆମେରିକାରେ ବଡ଼ ଧରଣର ଗୁଳିକାଣ୍ଡ, ୩ମୃତ, ୬ଆହତ

ଆମେରିକାରେ ପୁଣି ଥରେ ଏକ ବଡ଼ ଧରଣର ଗୁଳିଚାଳନା ଘଟଣା ସାମନାକୁ ଆସିଛି । ଘଟଣାଟି ଆରିଜୋନା ରାଜ୍ୟର ଗ୍ଲେଣ୍ଡାଲେରେ ଘଟିଛି। ସହରର ଏକ ରେଷ୍ଟୁରାଣ୍ଟରେ ୯ ଜଣ ଲୋକଙ୍କୁ ଗୁଳି କରାଯାଇଛି ବୋଲି ପୁଲିସ ସୂଚନା ଦେଇଛି । ୩ମୃତ, ୬ଆହତ ଗ୍ଲେଣ୍ଡେଲ ପୋଲିସ ଅଧିକାରୀ ମୋରୋନି ମେଣ୍ଡେଜ୍ ଘଟଣାସ୍ଥଳରୁ କହିଛନ୍ତି ଯେ, ସନ୍ଧ୍ୟା ପ୍ରାୟ ୭:୪୫ ସମୟରେ ଏଲ୍ କୈମୋରନ୍ ଗିଗାଣ୍ଟେ ମାରିସ୍କୋସ୍ ଏବଂ ଷ୍ଟିକହାଉସରେ ଗୁଳିକାଣ୍ଡ ହୋଇଥିବା ଖବର ପାଇଥିଲା ପୋଲିସ । ଏହାପରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା ।

ତେବେ ପ୍ରାରମ୍ଭିକ ତଦନ୍ତ ସମୟରେ ମୃତକଙ୍କ ସଂଖ୍ୟା ସ୍ପଷ୍ଟ ହୋଇନାହିଁ, କିନ୍ତୁ ନଅ ଜଣଙ୍କୁ ଗୁଳି କରାଯାଇଥିବା ସୂଚନା ରହିଛି ବୋଲି ଅଧିକାରୀ କହିଛନ୍ତି। ପୀଡିତ ମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଷୟରେ ତୁରନ୍ତ ସୂଚନା ଉପଲବ୍ଧ ହୋଇନାହିଁ। ପୋଲିସ ବିଶ୍ୱାସ କରୁଛି ଯେ ଏହି ଘଟଣାରେ ଜଣେରୁ ଅଧିକ ଗୁଳିଚାଳକ ସାମିଲ ଅଛନ୍ତି। ତଦନ୍ତକାରୀ ମାନେ କୌଣସି ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଅଟକ ରଖିନାହାଁନ୍ତି, କିନ୍ତୁ ଅନେକ ଲୋକଙ୍କୁ ପଚରାଉଚରା କରାଯାଉଛି।

firing

ଆମେରିକାର ବନ୍ଧୁକ ସଂସ୍କୃତି ସାରା ବିଶ୍ବରେ କୁଖ୍ୟାତ । ଏକ ରିପୋର୍ଟ ଅନୁସାରେ, ଗତ ୫୦ ବର୍ଷ ମଧ୍ୟରେ, ଏହି ବନ୍ଧୁକ ସଂସ୍କୃତି ଯୋଗୁଁ ୧୫ ଲକ୍ଷରୁ ଅଧିକ ଆମେରିକୀୟ ପ୍ରାଣ ହରାଇଛନ୍ତି। ଆମେରିକାର ଜନସଂଖ୍ୟା ପ୍ରାୟ ୩୩ କୋଟି କିନ୍ତୁ ଅସ୍ତ୍ରଶସ୍ତ୍ର ସଂଖ୍ୟା ୪୦ କୋଟିରେ ପହଞ୍ଚିଛି। ଆମେରିକାର ନିୟମ ଅନୁଯାୟୀ, ରାଇଫଲ୍ କିମ୍ବା ଛୋଟ ବନ୍ଧୁକ କିଣିବା ପାଇଁ ସର୍ବନିମ୍ନ ବୟସ ସୀମା ୧୮ ବର୍ଷ ଏବଂ ଅନ୍ୟାନ୍ୟ ଅସ୍ତ୍ରଶସ୍ତ୍ର ପାଇଁ ଏହା ୨୧ ବର୍ଷ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+