ବଡ଼ ଖେଳ କରିଦେଲେ ୟୁନୁସ୍‌, ମନ୍ତ୍ରୀ ପଦ ଛାଡ଼ିଲେ ହସିନାଙ୍କ ଭାଣିଜୀ

ନୂଆଦିଲ୍ଲୀ: ବ୍ରିଟେନର ଲେବର ପାର୍ଟି ସାଂସଦ ଟ୍ୟୁଲିପ୍ ସିଦ୍ଦିକ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ସେ ବ୍ରିଟେନରେ ଆର୍ଥିକ ଏବଂ ଦୁର୍ନୀତି ବିରୋଧୀ ମାମଲାର ଦୟିତ୍ୱ ତୁଲାଉଥିଲେ । ଟ୍ୟୁଲିପ୍ ସିଦ୍ଦିକ ହେଉଛନ୍ତି ବାଂଲାଦେଶ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କ ଭାଣିଜୀ । ଶେଖ୍ ହସିନାଙ୍କ ଇସ୍ତଫା ପରେ ତାଙ୍କ ସହ ଆର୍ଥିକ ସମ୍ପର୍କକୁ ନେଇ ଉଠିଥିବା ପ୍ରଶ୍ନ ପରେ ଟ୍ୟୁଲିପ୍ ଏଭଳି ନିଷ୍ପତ୍ତି ନେଇଛନ୍ତି ।

ଲଣ୍ଡନରେ ତାଙ୍କ ସମ୍ପତ୍ତି ବ୍ୟବହାର ନେଇ ଦୁର୍ନୀତି ଏବଂ ସ୍ବଚ୍ଛତାର ଅଭାବ ପାଇଁ ଗତ ସପ୍ତାହରେ ତାଙ୍କ ଉପରେ ଅଭିଯୋଗ ଆସିଥିଲା। ତଥାପି, ସିଦ୍ଦିକି ତାଙ୍କ ଇସ୍ତଫାପତ୍ରରେ ଏହି ଅଭିଯୋଗଗୁଡ଼ିକୁ ପ୍ରତ୍ୟାଖ୍ୟାନ କରିଛନ୍ତି ଏବଂ କହିଛନ୍ତି ଯେ ସେ ସମସ୍ତ ବିଷୟରେ ସମ୍ପୂର୍ଣ୍ଣ ସ୍ବଚ୍ଛତାର ସହିତ କାମ କରିଛନ୍ତି ଏବଂ ଅଧିକାରୀଙ୍କ ପରାମର୍ଶ ପାଳନ କରିଛନ୍ତି।

yunus

ଟ୍ୟୁଲିପ୍ ତାଙ୍କ ଉପରେ ଲାଗିିଥିବା ସମସ୍ତ ଅଭିଯୋଗର ଖଣ୍ଡନ କରିଛନ୍ତି । ସୋସିଆଲ ମିଡିଆରେ ଏକ ପୋଷ୍ଟ ଶେୟାର କରି ସେ ଲେଖିଛନ୍ତି, 'ମୁଁ ମନ୍ତ୍ରୀ ଆଚରଣ ସଂହିତା ଉଲ୍ଲଂଘନ କରିନାହିଁ । ସମସ୍ତ ମାମଲାର ଯାଞ୍ଚ୍ ସମ୍ପୂର୍ଣ୍ଣ ପାରଦର୍ଶିତାର ସହ କରାଯାଇଛି ଏବଂ ଅଧିକାରୀଙ୍କ ପରାମର୍ଶ ପାଳନ କରିଛନ୍ତି ।' କାର୍ଯ୍ୟରେ ଅନିୟମିତତା ନେଇ ମୋ ବିରୋଧରେ କୌଣସି ପ୍ରମାଣ ନାହିଁ ।

ତାଙ୍କ ଇସ୍ତଫାପତ୍ରରେ ଟ୍ୟୁଲିପ ସିଦ୍ଦିକି କହିଛନ୍ତି, ଅର୍ଥମନ୍ତ୍ରୀ ପଦବୀରେ ରହିବା ସରକାରଙ୍କ କାମରେ ବାଧା ସୃଷ୍ଟି କରିପାରେ, ତେଣୁ ସେ ଏହି ନିଷ୍ପତ୍ତି ନେଇଛନ୍ତି। ବ୍ରିଟିଶ ପ୍ରଧାନମନ୍ତ୍ରୀ କୀର ଷ୍ଟାରମର୍‌ ତାଙ୍କ ଇସ୍ତଫାପତ୍ର ଗ୍ରହଣ କରିଛନ୍ତି ଏବଂ ଭବିଷ୍ୟତ ପାଇଁ ତାଙ୍କୁ ଶୁଭକାମନା ଜଣାଇଛନ୍ତି। ଡାଉନିଂ ଷ୍ଟ୍ରିଟ ଘୋଷଣା କରିଛି ଯେ ଲେବର ପାର୍ଟି ସାଂସଦ ଏମା ରେନୋଲ୍ଡସ ଟ୍ୟୁଲିପ ସିଦ୍ଦିକିଙ୍କ ସ୍ଥାନରେ ନୂତନ ଅର୍ଥମନ୍ତ୍ରୀ ହେବେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+