ମୃତ୍ୟୁଦଣ୍ଡ ପରେ ଶେଖ ହସିନାଙ୍କ ପ୍ରଥମ ପ୍ରତିକ୍ରିୟା, କହିଲେ - ଏହା ପକ୍ଷପାତ ଏବଂ...

ବିକ୍ଷୋଭ ଯୋଗୁ ଦେଶ ଛାଡ଼ି ଦେଇଥିବା ବାଂଲାଦେଶ(Bangaldesh)ର ପ୍ରଧାନମନ୍ତ୍ରୀ ଶେଖ ହସିନା(Sheikh Hasina)ଙ୍କୁ ମିଳିଛି ମୃତ୍ୟୁଦଣ୍ଡ। ମାନବିକତା ବିରୋଧୀ ଅପରାଧ ପାଇଁ ତାଙ୍କୁ ଢାକାରେ ଥିବା ଅନ୍ତର୍ଜାତୀୟ କ୍ରାଇମ୍ସ ଟ୍ରିବ୍ୟୁନାଲ -୧ ଏପରି ଦଣ୍ଡରେ ଦଣ୍ଡିତ କରିଛନ୍ତି। ତାଙ୍କ ସହ ଦେଶର ପୂର୍ବତନ ଗୃହମନ୍ତ୍ରୀ ଅସାଦୁଜାମନ ଖାନ କମଲ ମଧ୍ୟ ମୃତ୍ୟୁଦଣ୍ଡ ମିଳିଛି।

ତେବେ ଢାକାର ପୂର୍ବତନ ପୁଲିସ୍‌ ମୁଖ୍ୟ ଚୌଧୁରୀ ଅବଦୁଲ୍ଲା ଅଲ ମାମୁନ ଅନ୍ତରୀଣ ସରକାର ସହ ସାଲିସ କରି କଠୋର ଦଣ୍ଡରୁ ବର୍ତ୍ତି ଯାଇଛନ୍ତି। ଗତବର୍ଷ ଛାତ୍ର ସଂଗଠନର ବିଶାଳ ବିକ୍ଷୋଭ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଶେଖ ହସିନା ହିଁ ନିର୍ଦ୍ଦେଶ ଦେଇଥିଲେ ବୋଲି ପୂର୍ବତନ ପୁଲିସ୍‌ ମୁଖ୍ୟ କୋର୍ଟଙ୍କୁ ଜଣାଇଥିଲେ। ସେ ପୂରା ମାମଲାରେ ପ୍ରମୁଖ ସାକ୍ଷୀ ବନିଥିଲେ। ଏଥିପାଇଁ ତାଙ୍କୁ କୋର୍ଟ କେବଳ ୫ ବର୍ଷର ଜେଲ ଦଣ୍ଡରେ ଦଣ୍ଡିତ କରିଛନ୍ତି। ଏହାକୁ ନେଇ ବିକ୍ଷୋଭ ବେଳେ ପ୍ରାଣ ହରାଇଥିବା ଲୋକଙ୍କ ପରିବାର ଲୋକ ପ୍ରଶ୍ନ ଉଠାଇଛନ୍ତି।

Sheikh Hasina

ଟ୍ରିବ୍ୟୁନାଲ ବିକ୍ଷୋଭକାରୀଙ୍କୁ ହତ୍ୟାକାରୀ ଭାବେ ଶେଖ ହସିନାଙ୍କୁ ଚିତ୍ରଣ କରିଛନ୍ତି। ୨୦୨୪ ଅଗଷ୍ଟ ମାସରେ ଢାକାରେ ଭୟଙ୍କର ବିକ୍ଷୋଭ ଓ ହିଂସାକାଣ୍ଡ ଦେଖାଯାଇଥିଲା। ବିକ୍ଷୋଭକାରୀଙ୍କୁ ଦମନ କରିବାକୁ ସୁରକ୍ଷାକର୍ମୀମାନେ ଗୁଳି ଚଳାଇବାକୁ ମଧ୍ୟ ପଛାଇ ନଥିଲେ। ଏଥିରେ ଅନେକ ଛାତ୍ରନେତାଙ୍କ ମୃତ୍ୟୁ ହୋଇଥିଲା। ତଥାପି ବିକ୍ଷୋଭକାରୀମାନେ ଶୋଭାଯାତ୍ରା ବନ୍ଦ କରି ନଥିଲେ। ଦିନକୁ ଦିନ ହିଂସାକାଣ୍ଡ ବଢ଼ି ଚାଲିଥିଲା। ବିକ୍ଷୋଭ ବଢ଼ିବାରୁ ହସିନା ଭୟରେ ଦେଶ ଛାଡ଼ିଥିଲେ। ସେବେଠାରୁ ସେ ଭାରତରେ ରାଜନୀତିକ ଆଶ୍ରୟ ନେଇଛନ୍ତି।

ସେପଟେ ବାଂଲାଦେଶରେ ଅନ୍ତରୀଣ ସରକାର ଗଠନ ହୋଇଥିଲା। ସରକାର ଏକତରଫା ଭାବେ ହସିନା, ପୂର୍ବତନ ଗୃହମନ୍ତ୍ରୀ ଅସାଦୁଜାମନ ଖାନ କମଲ ଓ ପୂର୍ବତନ ପୁଲିସ୍‌ ମୁଖ୍ୟ ଚୌଧୁରୀଙ୍କ ବିରୋଧରେ ମାନବିକତା ବିରୋଧୀ ଅପରାଧ ମାମଲା ରୁଜୁ କରିଥିଲେ। ଏହାର ଶୁଣାଣି ମଧ୍ୟ ଢାକାରେ ଥିବା ଅନ୍ତର୍ଜାତୀୟ କ୍ରାଇମ୍ସ ଟ୍ରିବ୍ୟୁନାଲରେ ହୋଇଛି।

ନ୍ୟାୟରୁ ବଞ୍ଚିତ କରିବା, ହତ୍ୟା ପାଇଁ ନିର୍ଦ୍ଦେଶ ଦେବା ଓ ଦଣ୍ଡାତ୍ମକ ହତ୍ୟାକୁ ରୋକିବାରେ ବିଫଳ ହେବା ଭଳି ୩ଟି ଅପରାଧରେ ହସିନା ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ବିଭିନ୍ନ ରିପୋର୍ଟକୁ ଆଧାର କରି ଟ୍ରିବ୍ୟୁନାଲ ବିଚାରପତି କହିଛନ୍ତି ଯେ ଢାକାରେ ବିକ୍ଷୋଭକାରୀଙ୍କ ବିରୋଧରେ ହେଲିକପ୍ଟର ଓ ମାରାତ୍ମକ ଅସ୍ତ୍ର ବ୍ୟବହାର କରିବାକୁ ହସିନା ନିଜେ ନିର୍ଦ୍ଦେଶ ଦେଇଥିଲେ। ତାଙ୍କ ସରକାର ଆହତଙ୍କୁ ମେଡିକାଲ ସୁବିଧା ଯୋଗାଇ ନଥିଲେ। ପୀଡ଼ିତମାନଙ୍କୁ ନକଲି ନାଁରେ ଆଡମିଟ କରାଯାଇଥିଲା ଓ ସେମାନଙ୍କ ଗୁଳି ମାଡ଼ର ତଥ୍ୟକୁ ଲୁଚା ଯାଇଥିଲା। ଛାତ୍ର ନେତା ଅବୁ ସୟିଦଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟକୁ ବଦଳାଇବା ପାଇଁ ମଧ୍ୟ ଜଣେ ଡାକ୍ତରଙ୍କୁ ଧମକ ଦିଆଯାଇଥିଲା।

ଆଇସିଟିର ନେତୃତ୍ୱ ନେଉଥିବା ଜଷ୍ଟିସ ମହମ୍ମଦ ଗୋଲାମ ମୋର୍ତାଜା ମଜମୁଦାର ରାୟ ପଢ଼ିବା ବେଳେ ଏହାର ସିଧାପ୍ରସାରଣ ହୋଇଥିଲା। ବିଚାରପତି ୪୫୩ ପୃଷ୍ଠାର କିଛି ଅଂଶକୁ ପଢ଼ି ପୂରା ବିଶ୍ୱକୁ ଶୁଣାଇଛନ୍ତି। ରାୟ ୬ଟି ଭାଗରେ ବିଭକ୍ତ ହୋଇଥିବା ବେଳେ ମାନବତା ବିରୋଧୀ ଅପରାଧର ୩ଟି କାଉଣ୍ଟରେ ହସିନା ଦୋଷୀ ସାବ୍ୟସ୍ତ ହୋଇଛନ୍ତି।

ବାଂଲାଦେଶରେ ମୃତ୍ୟୁ ଦଣ୍ଡରେ ଦଣ୍ଡିତ ହୋଇଥିବା ହସିନା ଏବେ ଭାରତରେ ରାଜନୀତିକ ଆଶ୍ରୟ ନେଇଛନ୍ତି। ତାଙ୍କୁ କେମିତି ସ୍ୱଦେଶ ଫେରାଇ ଅଣାଯିବ ବୋଲି ପ୍ରଶ୍ନରେ ସରକାରୀ ଓକିଲ କହିଛନ୍ତି, "ବାଂଲାଦେଶ ଉପଲବ୍ଧ ଥିବା ସମସ୍ତ ପ୍ରକ୍ରିୟାକୁ ବ୍ୟବହାର କରି ଏହାର ବିଚାର କରିବ। ଆଇନଗତ ଉପାୟରେ ତାଙ୍କୁ ବାଂଲାଦେଶ ଅଣାଯିବ। ଆଜିର ରାୟ ଗୋଟିଏ ବଡ଼ ବିଜୟ। ଅନେକ ସହିଦ ଓ ଦେଶଭକ୍ତଙ୍କର ଆଜି ବିଜୟ ହୋଇଛି।"

ଅନ୍ୟପକ୍ଷରେ ହସିନାଙ୍କ ଅପରାଧର ରାୟ ପ୍ରକାଶ ପାଇବା ପୂର୍ବରୁ ବାଂଲାଦେଶରେ ତାଙ୍କ ଦଳ ଆବାମ ଲିଗ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ବିଭିନ୍ନ ସ୍ଥାନରେ ହିଂସାକାଣ୍ଡ ଓ ବିସ୍ଫୋରଣ ମଧ୍ୟ ହୋଇଛି। ରାୟ ପରେ ବି ଉତ୍ତେଜା ଦେଖିବାକୁ ମିଳିଛି। ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ବିକ୍ଷୋଭକାରୀଙ୍କୁ ଦେଖିବା ମାତ୍ର ଗୁଳି କରିବାର ନିର୍ଦ୍ଦେଶ ଦିଆଯାଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+