ହାସିନାଙ୍କ ବିରୋଧରେ ଚାର୍ଜଶିଟ୍ ଦାଖଲ
ଅନ୍ତର୍ଜାତୀୟ ଅପରାଧ ଟ୍ରିବ୍ୟୁନାଲ (ICT)ର ପ୍ରସିକ୍ୟୁସନ ଜୁଲାଇ ଗଣ ବିଦ୍ରୋହ ସମୟରେ ମାନବତା ବିରୋଧୀ ଅପରାଧ ପାଇଁ ପଦଚ୍ୟୁତ ପ୍ରଧାନମନ୍ତ୍ରୀ ଶେଖ୍ ହାସିନାଙ୍କୁ ଆନୁଷ୍ଠାନିକ ଭାବରେ ଅଭିଯୁକ୍ତ କରିଛି। ପ୍ରସକ୍ୟୁସନ ରବିବାର ଚାର୍ଜଶିଟ୍ ଦାଖଲ କରିଛି।
ଏକ ରିପୋର୍ଟ ଅନୁଯାୟୀ, ପୂର୍ବତନ ଗୃହମନ୍ତ୍ରୀ ଅସଦୁଜ୍ଜମାନ ଖାନ କମଲ ଏବଂ ପୂର୍ବତନ ଆଇଜିପି ଚୌଧୁରୀ ମାମୁନଙ୍କୁ ମଧ୍ୟ ଏହି ମାମଲାରେ ସହ-ଅଭିଯୁକ୍ତ କରାଯାଇଛି। ଏହି ବିଚାର ବାଂଲାଦେଶ ଟେଲିଭିଜନରେ ସିଧା ପ୍ରସାରଣ କରାଯାଉଛି। ରବିବାର ଉପସ୍ଥାପିତ ଅଭିଯୋଗଗୁଡ଼ିକ ଜୁଲାଇ ଏବଂ ଅଗଷ୍ଟରେ ଦେଶବ୍ୟାପୀ ଘଟିଥିବା ଗଣହତ୍ୟାର ମୁଖ୍ୟ ଅଭିଯୁକ୍ତ ହାସିନାଙ୍କୁ ଦୋଷୀ ସାବ୍ୟସ୍ତ କରିଛି। ମାମଲା ଦାୟର ସମୟରେ ମୁଖ୍ୟ ପବ୍ଲିକ ପ୍ରସିକ୍ୟୁଟର୍ ମହମ୍ମଦ ତାଜୁଲ ଇସଲାମ ଏବଂ ଅନ୍ୟ ପବ୍ଲିକ ପ୍ରସିକ୍ୟୁଟର୍ ଉପସ୍ଥିତ ଥିଲେ। ପୂର୍ବରୁ ମେ' ୧୨ରେ ତଦନ୍ତକାରୀମାନେ ଏକ ରିପୋର୍ଟ ଦାଖଲ କରିଥିଲେ ଯେ, ହତ୍ୟାକାଣ୍ଡ ଶେଖ୍ ହାସିନାଙ୍କ ନିର୍ଦ୍ଦେଶରେ ହୋଇଥିଲା।

ଗତ ବର୍ଷ ଶେଖ୍ ହସିନା ଛାତ୍ର ଆନ୍ଦୋଳନ ପରେ ପଦରୁ ଇସ୍ତଫା ଦେଇଥିଲେ । ଏହାପରେ ତାଙ୍କ ବିରୋଧରେ ବାଂଲାଦେଶରେ ଲଗାତାର ବିରୋଧ ପ୍ରଦର୍ଶନ ହୋଇଥିଲା । ତାଙ୍କ ନାମରେ ବିଭିନ୍ନ ଅଦାଲତରେ ମକଦ୍ଦମା ଦାୟର ହୋଇଥିଲା । ଏବେ ବି ବାଂଲାଦେଶରେ ଅସ୍ଥିରତା ଜାରି ରହିଛି । ୟୁନୁସୁ ସରକାରଙ୍କୁ ବିରୋଧ କରୁଛନ୍ତି ସେନାମୁଖ୍ୟ । ଡି଼ସେମ୍ବର ସୁଦ୍ଦା ନିର୍ବାଚନ ସାରିବାକୁ କହୁଛନ୍ତି ସେନା ମୁଖ୍ୟ ।
ମେ ୧୨ରେ ଦାଖର ହୋଇଥିଲା ରିପୋର୍ଟ- ଗତ ଜୁଲାଇ ଏବଂ ଅଗଷ୍ଟରେ ଦେଶରେ ହିଂସା ଏବଂ ପୋଲିସର ଗୁଳିମାଡ, ଗଣହତ୍ୟା ପାଇଁ ସ୍ଥିତି ଉପୁଜିଥିଲା । ଏହାକୁ ଶେଖ୍ ହସିନା ଉସକାଇଥିବା ନେଇ ଅଭିଯୋଗ ହୋଇଥିଲା । ମେ ୧୨ରେ ଦଦନ୍ତକାରୀ ଦଳ ଏକ ରିପୋର୍ଟ ଉପସ୍ଥାପିତ କରିଥିଲେ ଯେଉଁଥିରେ ହସିନା ହତ୍ୟା ଆଦେଶ ଦେଇଥିବା କୁହାଯାଇଥିଲା । ଯେଉଁ ଟ୍ରିବ୍ୟୁନାଲ ଜରିଆରେ ଶେଖ୍ ହସିନାଙ୍କ ଉପରେ ଅଭିଯୋଗ ହୋଇଥିଲା ତାହା ପାକିସ୍ତାନରୁ ମୁକୁଳି ପାକ୍ ସୈନିକଙ୍କ ଉପରେ ମାମଲା କରିବାକୁ ହୋଇଥିଲା ।












Click it and Unblock the Notifications