ବାଂଲାଦେଶ ସେନା ମୁଖ୍ୟ କ’ଣ ଜଣେ CIA ଏଜେଣ୍ଟ? ନୂଆ ପୁସ୍ତକରେ ପ୍ରକାଶ ପାଇଲା..... ହସିନାଙ୍କୁ ହଟାଇବା ଲାଗି.....
ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କ ବହିଷ୍କାରର ଏକ ବର୍ଷରୁ ଅଧିକ ସମୟ ପରେ ବାଂଲାଦେଶର ପୂର୍ବତନ ଗୃହମନ୍ତ୍ରୀ ଅସାଦୁଜମାନ ଖାନ କମଲ ଏକ ନୂତନ ପୁସ୍ତକରେ ଦାବି କରିଛନ୍ତି ଯେ, ସେନାମୁଖ୍ୟ ୱାକର-ଉଜ୍-ଜମାନ ସିଆଇଏର ଏଜେଣ୍ଟ ଭାବରେ କାର୍ଯ୍ୟ କରିଥିଲେ ଏବଂ ବିଦ୍ରୋହ କରିଥିଲେ। ସେନା ମୁଖ୍ୟଙ୍କୁ ମୁଖ୍ୟ ଷଡ୍ଯନ୍ତ୍ରକାରୀ ବୋଲି କହିବା ସହ କମଲ ଆମେରିକା ବାଂଲାଦେଶକୁ ଅସ୍ଥିର କରୁଥିବା ଅଭିଯୋଗ କରି ଦାବି କରିଛନ୍ତି ଯେ, ଆମେରିକା ଦକ୍ଷିଣ ଏସିଆରେ ଅଧିକ ଶକ୍ତିଶାଳୀ ରାଷ୍ଟ୍ରମୁଖ୍ୟ ଚାହୁନାହିଁ।
ସେ ଦକ୍ଷିଣ ଏସିଆର ଶକ୍ତିଶାଳୀ ନେତା ତାଲିକାରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ ଏବଂ ଶେଖ ହସିନାଙ୍କୁ ନାମିତ କରିଛନ୍ତି। ଆମେରିକା ବାଂଲାଦେଶଠାରୁ ସେଣ୍ଟ ମାର୍ଟିନ୍ ଦ୍ୱୀପ ଚାହୁଛି ବୋଲି ହସିନାଙ୍କ ଦାବିକୁ ମଧ୍ୟ ସେ ଦୋହରାଇଛନ୍ତି।ଦୀପ ହାଲଦାର, ଜୟଦୀପ ମଜୁମଦାର ଓ ସାହିଦୁଲ ହାସନ ଖୋକୋନଙ୍କ ଦ୍ୱାରା ଲିଖିତ ଏବଂ ଜଗର୍ନଟଙ୍କ ଦ୍ୱାରା ପ୍ରକାଶିତ 'ଇନ୍ଶାଲ୍ଲା ବାଂଲାଦେଶ: ଦ ଷ୍ଟୋରୀ ଅଫ୍ ଆନ୍ ଅନ୍ଫିନିସଡ ରିଭଲ୍ୟୁସନ୍' ପୁସ୍ତକରେ ଏହି ଦାବି କରାଯାଇଛି। ପୁସ୍ତକର ଦାବି ଅନୁସାରେ, ହସିନାଙ୍କୁ ଗାଦିଚ୍ୟୁତ କରିବା ପାଇଁ ଦୀର୍ଘ ସମୟ ଧରି ସିଆଇଏ ଷଡ୍ଯନ୍ତ୍ର କରିଥିଲା।

ଆମେ ଜାଣି ନ ଥିଲୁ ଯେ ସିଆଇଏ ପକେଟରେ ୱାକର୍ ଅଛନ୍ତି। ଦୁଇଟି କାରଣ। ପ୍ରଥମଟି ହେଉଛି ଦକ୍ଷିଣ ଏସିଆରେ ଅଧିକ ଶକ୍ତିଶାଳୀ ରାଷ୍ଟ୍ରମୁଖ୍ୟଙ୍କୁ ଆମେରିକା ସହ୍ୟ କରିପାରୁନାହିଁ। ମୋଦୀ, ଜିନପିଙ୍ଗ୍ ଭଳି ଶକ୍ତିଶାଳୀ ନେତାଙ୍କ ପାଇଁ ଆମେରିକାର ଅଡ଼ୁଆ ବଢ଼ୁଥିବା ବେଳେ ଅନ୍ୟତମ ଶକ୍ତିଶାଳୀ ନେତ୍ରୀ ଶେଖ୍ ହସିନାଙ୍କୁ ହଟାଇବା ପାଇଁ ଷଡ୍ଯନ୍ତ୍ର କରି ଆମେରିକା ସଫଳ ହୋଇଛି। ସେଣ୍ଟ ମାର୍ଟିନ୍ ଦ୍ୱୀପ ଅକ୍ତିଆର କରିବା ହିଁ ଆମେରିକାର ମୂ ଳଲକ୍ଷ ବୋଲି କମଲ ପୁସ୍ତକରେ କହିଛନ୍ତି।












Click it and Unblock the Notifications