ଗିରଫ ହେବେ ଶେଖ ହସିନା ! ଇଣ୍ଟରପୋଲକୁ ରେଡ୍ କର୍ଣ୍ଣର ନୋଟିସ ଜାରି କଲା ବାଂଲାଦେଶ
ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ସେଖ୍ ହାସିନାଙ୍କ ବିରୋଧରେ ରେଡ୍ କର୍ଣ୍ଣର ନୋଟିସ ଜାରି କରିବା ଲାଗି ବାଂଲାଦେଶ ପୁଲିସ ଇଣ୍ଟରପୋଲକୁ ଆବେଦନ କରିଛି। ହାସିନାଙ୍କ ସମେତ ୧୧ ଜଣଙ୍କ ବିରୋଧରେ ନୋଟିସ ଜାରି ପାଇଁ ଆବେଦନ କରାଯାଇଛି। ଏମାନେ ସମସ୍ତେ ମହମ୍ମଦ ୟୁନୁସଙ୍କ ନେତୃତ୍ଵାଧୀନ ଅନ୍ତରୀଣ ସରକାର ଭାଙ୍ଗିବାକୁ ଷଡ଼ଯନ୍ତ୍ର କରୁଥିବା ନେଇ ଅଭିଯୋଗ କରାଯାଇଛି।

ଢାକା ଟ୍ରିବ୍ୟୁନ୍ ଅନୁଯାୟୀ, ଏନସିବି ଶାଖା କୋର୍ଟ, ସରକାରୀ ଓକିଲ କିମ୍ବା ତଦନ୍ତକାରୀ ସଂସ୍ଥାଗୁଡ଼ିକରୁ ପ୍ରାପ୍ତ ଆବେଦନ ଆଧାରରେ ଇଣ୍ଟରପୋଲକୁ ଏପରି ଅନୁରୋଧ କରିଥାଏ, ଏନାମୁଲ ହକ୍ ଶନିବାର କହିଛନ୍ତି। ସେ କହିଛନ୍ତି, ଚାଲିଥିବା ମାମଲାର ତଦନ୍ତ କିମ୍ବା କାର୍ଯ୍ୟଧାରା ସମୟରେ ସାମ୍ନାକୁ ଆସିଥିବା ଅଭିଯୋଗ ସମ୍ପର୍କରେ ଏହି ଆବେଦନ ଦାଖଲ କରାଯାଇଛି।
ଏଆଇଜି ଇନାମୁଲ ହକ୍ କହିଛନ୍ତି ଯେ, ବିଦେଶରେ ରହୁଥିବା ପଳାତକଙ୍କ ଆଡ୍ଡା ଚିହ୍ନଟ କରିବାରେ ଇଣ୍ଟରପୋଲ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ । ଜଣେ ପଳାତକଙ୍କ ସ୍ଥାନ ନିଶ୍ଚିତ ହେବା ପରେ, ସେହି ସୂଚନା ଇଣ୍ଟରପୋଲକୁ ପଠାଯାଏ। ସେ କହିଛନ୍ତି ଯେ, ରେଡ ନୋଟିସ ପାଇଁ ଅନୁରୋଧ ଏପର୍ଯ୍ୟନ୍ତ ପ୍ରକ୍ରିୟାରେ ଅଛି।












Click it and Unblock the Notifications