'ବାଂଲାଦେଶ ହିଂସାର ମାଷ୍ଟରମାଇଣ୍ଡ ୟୁନୁସ ସରକାର'
ବାଂଲାଦେଶରେ ହେଉଥିବା ହତ୍ୟାକାଣ୍ଡ ଏବଂ ସଖ୍ୟାଲଘୁଙ୍କୁ କରାଯାଉଥିବା ଟାର୍ଗେଟ ପଛରେ ମହମ୍ମଦ ୟୁନୁସଙ୍କୁ ମାଷ୍ଟରମାଇଣ୍ଡ ବୋଲି ଅଭିଯୋଗ କରିଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନା।ସେ ଅଭିଯୋଗ କରିଛନ୍ତି ଯେ ବାଂଲାଦେଶରେ ଘଟିଥିବା ନରସଂହାର ପାଇଁ ମହମ୍ମଦ ୟୁନୁସ ଦାୟୀ।
ନ୍ୟୁୟର୍କରେ ଏକ ଆୱାମି ଲିଗ ଇଭେଣ୍ଟକୁ ସମ୍ବୋଧିତ କରି ହସିନା ମନ୍ଦିର, ଚର୍ଚ୍ଚ ଏବଂ ଧାର୍ମିକ ସଂଗଠନ ଇସ୍କନ ଉପରେ ବାରମ୍ବାର ଆକ୍ରମଣ କରିଥିବାରୁ ୟୁନୁସଙ୍କୁ ସମାଲୋଚନା କରିଥିଲେ। ଶେଖ ହସିନା କହିଛନ୍ତି, ମୋ ଉପରେ ସାମୁହିତ ହତ୍ୟାକାଣ୍ଡ ଅଭିଯୋଗ ହୋଇଛି। କିନ୍ତୁ ଏହି ଆକ୍ରମଣର ମାଷ୍ଟରମାଇଣ୍ଡ ହେଉଛି ମହମ୍ମଦ ୟୁନୁସ।

ସେ ଆହୁରି କହିଛନ୍ତି ଯେ ତାଙ୍କ ପିତାଙ୍କ ଭଳି ତାଙ୍କୁ ହତ୍ୟା କରିବା ପାଇଁ ଯୋଜନା କରାଯାଇଥିଲା। ସେ ଯଦି କ୍ଷମତାକୁ ଧରି ରଖିଥାନ୍ତେ, ତେବେ ପରିସ୍ଥିତି ଆହୁରି ଭୟଙ୍କର ହୋଇ ଯାଇଥାନ୍ତା। ତାଙ୍କ ସୁରକ୍ଷାକର୍ମୀ ଯଦି ନିଆଁ ଲଗାଇବାକୁ ଚାହିଁଥାନ୍ତେ, ତେବେ ଗଣ ଭବନ ନିକଟରେ ଏକାଧିକ ଲୋକଙ୍କ ମୃତ୍ୟୁ ହୋଇଥାନ୍ତା। କିନ୍ତୁ ସେ ଏସବୁ ଚାହୁଁ ନ ଥିବାରୁ ଦେଶ ଛାଡ଼ି ଚାଲି ଆସିବାକୁ ସ୍ଥିର କରିଥିଲେ ବୋଲି କହିଛନ୍ତି।
ପ୍ରକାଶ ଥାଉକି, ବାଂଲାଦେଶରେ ସଂରକ୍ଷଣକୁ ନେଇ ହସିନାଙ୍କ ସରକାର ବିରୁଦ୍ଧରେ ଛାତ୍ର ଆନ୍ଦୋଲନ ମୁଣ୍ଡ ଟେକିଥିଲା। ଏହା ଧୀରେ ଧୀରେ ଏତେ ଭୟଙ୍କର ହୋଇଥିଲା ଯେ ପ୍ରଧାନମନ୍ତ୍ରୀଙ୍କ ବାସଭବନକୁ ଧସେଇ ପଶିଥିଲେ ଆନ୍ଦୋଳନକାରୀ। ବିପୁଳ ସଂଖ୍ୟାର ଆନ୍ଦୋଳନକାରୀ ଗଣ ଭବନକୁ ଧସେଇ ପଶି ହସିନାଙ୍କ ଇସ୍ତଫା ଦାବି କରିଥିଲେ। ଶେଷରେ ଲୋକଙ୍କ ଦାବିକୁ ରଖି ହସିନା ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇ ବିଦେଶ ଚାଲି ଆସିଥିଲେ।

Click it and Unblock the Notifications