ହସିନାଙ୍କୁ ଚେତାବନୀ ଦେଲ ୟୁନୁସ, କହିଲେ ମୁହଁରେ ତାଲା.....
ନୂଆଦିଲ୍ଲୀ: ଗତ ଅଗଷ୍ଟ ୫ ତାରିଖରେ ବାଂଲାଦେଶରେ ସରକାର ବଦଳିବା ପରଠାରୁ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନା ଭାରତରେ ଅଛନ୍ତି। ବାଂଲାଦେଶରେ ସରକାର ବିରୋଧୀ ହିଂସା ଉଗ୍ରରୂପ ନେବା ପରେ ହସିନାଙ୍କୁ ବାଧ୍ୟବଶତଃ ଇସ୍ତଫା ଦେବାକୁ ପଡ଼ିଥିଲା। ଏହା ପରେ ଗିରଫଦାରି ଭୟରେ ସେ ଦେଶ ଛାଡ଼ି ଭାରତ ପଳାଇ ଆସିଥିଲେ।
ରାଜନୈତିକ ଅସ୍ଥିରତା ତଥା ସାଧାରଣ ନାଗରିକଙ୍କ ହିଂସାତ୍ମକ ବିରୋଧ ମଧ୍ୟରେ ଶେଖ ହାସିନା ବାଂଲାଦେଶର ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବା ସହ ଦେଶ ଛାଡି ଭାରତରେ ଅଛନ୍ତି। ଶେଖ ହସିନାଙ୍କୁ କ୍ଷମତାଚ୍ୟୁତ କରିବା ପରେ ବାଂଲାଦେଶରେ ଏକ ନୂତନ ମଧ୍ୟବର୍ତ୍ତୀକାଳୀନ ସରକାର ଗଠନ କରାଯାଇଛି।ୟୁନୁସ କହିଛନ୍ତି ଯେ ଶେଖ ହାସିନା ଭାରତରେ ବସିଥିବା ସମୟରେ ଯେଉଁ ପ୍ରକାର ରାଜନୈତିକ ମନ୍ତବ୍ୟ ଦେଉଛନ୍ତି ତାହା ଠିକ ନୁହେଁ।

ଏକ ସାକ୍ଷାତକାରରେ ୟୁନୁସ କହିଛନ୍ତି, ଯେପର୍ଯ୍ୟନ୍ତ ବାଂଲାଦେଶ ଭାରତରୁ ତାଙ୍କୁ ପ୍ରତ୍ୟର୍ପଣ ନ କରିଛି ସେ ପର୍ଯ୍ୟନ୍ତ ହାସିନା ଚୁପ ରହିବା ଉଚିତ୍। ସେ କହିଛନ୍ତି ଯେ ଦୁଇ ଦେଶ ମଧ୍ୟରେ ସମ୍ପର୍କ ଯେପରି ଅସହଜ ନ ହୁଏ ସେଥିପାଇଁ ସେ ନିରବ ରହିବା ଆବଶ୍ୟକ। ଭାରତ ଏବଂ ବାଂଲାଦେଶ ମଧ୍ୟରେ ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣ ବଜାୟ ରଖିବାକୁ ହେଲେ ହସିନାଙ୍କୁ ମୁହଁରେ ତାଲା ଲଗାଇ ବସିବାକୁ ପଡ଼ିବ। ଆମେ ଭାରତ ସରକାରଙ୍କୁ ହସିନାଙ୍କ ପ୍ରତ୍ୟର୍ପଣ ପାଇଁ ଅନୁରୋଧ କରିବୁ ବୋଲି ୟୁନସ୍ କହିଛନ୍ତି ।












Click it and Unblock the Notifications