ଦେଶଦ୍ରୋହ ମାମଲାରେ ଶେଖ ହସିନାଙ୍କୁ ପଳାତକ ଘୋଷଣା
ବାଂଲାଦେଶ ଅପରାଧିକ ଯାଞ୍ଚ ବିଭାଗ(ସିଆଇଡି) ଦୁଇଟି ପ୍ରମୁଖ ଜାତୀୟ ସମାଚାର ପତ୍ରରେ ନୋଟିସ୍ ଜାରି କରିଛି। ଏଥିରେ ପ୍ରଧାନମନ୍ତ୍ରୀ ଶେଖ ହାସିନା ଓ ଅନ୍ୟ ୨୬୦ ଜଣଙ୍କୁ ଦେଶଦ୍ରୋହର ମାମଲାରେ ପଳାତକ ଘୋଷିତ କରିଛି। ଏହି ନିଷ୍ପତ୍ତି 'ଜୟ ବାଂଲା ବ୍ରିଗେଡ୍' ନାମକ ଅନଲାଇନ୍ ପ୍ଲାଟଫର୍ମକୁ ନେଇ ରହିଛି। ମହମ୍ମଦ ୟୁନୁସ୍ଙ୍କ ନେତୃତ୍ବରେ ଅନ୍ତରୀଣ ସରକାର ଏହି ପ୍ଲାଟଫର୍ମରେ ସରକାରଙ୍କୁ ଅସ୍ଥିର କରିବା ଓ ହିଂସା ସୃଷ୍ଟି କରିବାର ଷଡଯନ୍ତ୍ର କରୁଥିବା ଅଭିଯୋଗ କରିଛି।
ସିଆଇଡିର ସ୍ବତନ୍ତ୍ର ଅଧିକ୍ଷକ ଜସିମା ଉଦ୍ଧିନ୍ ଖାନ୍ଙ୍କ ଦ୍ବାରା ସାଇନ୍ କରାଯାଇଥିବା ଏହି ନୋଟିସ୍କୁ ଇଂରାଜୀ ଓ ବଙ୍ଗାଳୀରେ ପ୍ରକାଶିତ କରାଯାଇଛି। ଏଥିରେ କୁହାଯାଇଛି ଏହାକୁ ଢାକା ମଟ୍ରୋପଲିଟାନ୍ ମାଜିଷ୍ଟେ୍ରଟ କୋର୍ଟଙ୍କ ନିର୍ଦେଶ ପରେ ପ୍ରକାଶିତ କରାଯାଇଛି। ଳି କୁହାଯାଉଛି ଯେ, ୟୁନୁସ ସରକାର ଭାରତର ପଳାତକ ଜାକିର ନାଇକକୁ ବଞ୍ଚାଇବା ପାଇଁ ଏହି ପଦକ୍ଷେପ ନେଇଛି। ଯିଏକି କିଛି ଦିନ ପରେ ବାଂଲାଦେଶ ଯିବାର ଅଛି।

ଏଥିରେ ଡିଜିଟାଲ ପ୍ଲାଟଫର୍ମ, ସର୍ଭର ଏବଂ ସୋସିଆଲ ମିଡିଆରୁ ସଂଗୃହୀତ ତଥ୍ୟର ଏକ ଫରେନସିକ ପରୀକ୍ଷା ରିପୋର୍ଟ ଅନ୍ତର୍ଭୁକ୍ତ ଥିଲା। ଗୁରୁବାର ଢାକା ମେଟ୍ରୋପଲିଟାନ ମାଜିଷ୍ଟ୍ରେଟ କୋର୍ଟ-୧୭ର ବିଚାରପତି ଆରିଫୁଲ ଇସଲାମ ଶେଖ ହସିନା ଏବଂ ଅନ୍ୟ ୨୬୦ ଜଣଙ୍କୁ ପଳାତକ ଘୋଷଣା କରିଥିଲେ ଏବଂ ଖବରକାଗଜରେ ଏକ ନୋଟିସ ପ୍ରକାଶ କରିବାକୁ ନିର୍ଦ୍ଦେଶ ଦେଇଥିଲେ।
ମନେରଖନ୍ତୁ ଯେ ବାଂଲାଦେଶରେ ବିଦ୍ରୋହ ସମୟରେ, ଯେତେବେଳେ ପ୍ରଦର୍ଶନକାରୀମାନେ ୫ ଅଗଷ୍ଟ, ୨୦୨୪ ରେ ଢାକାରେ ତାଙ୍କ ବାସଭବନ ଉପରେ ଆକ୍ରମଣ କରିଥିଲେ, ସେ ବାଂଲାଦେଶ ବାୟୁସେନା ବିମାନରେ ଭାରତର ହିଣ୍ଡନ ଏୟାରବେସରେ ପହଞ୍ଚିଥିଲେ। ସେଠାରେ ସେ ଭାରତୀୟ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଏବଂ ଅନ୍ୟ ଅଧିକାରୀଙ୍କ ସହିତ ସାକ୍ଷାତ କରିଥିଲେ ଏବଂ ତାଙ୍କୁ ଏକ ଗୁପ୍ତ ସ୍ଥାନକୁ ନିଆଯାଇଥିଲା। ତାଙ୍କ ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଏକ ସାମ୍ପ୍ରତିକ ସାକ୍ଷାତକାରରେ ସେ କହିଥିଲେ ଯେ ସେ ଦିଲ୍ଲୀରେ ମୁକ୍ତ ଅନୁଭବ କରୁଥିଲେ।












Click it and Unblock the Notifications