‘ଅପରେସନ ସିନ୍ଦୂର’କୁ ନେଇ ସତ ମାନିଲେ ଶେହବାଜ୍ ସରିଫ୍, ପାକ୍ରେ ହୋଇଛି ଭୟଙ୍କର କ୍ଷତି
ଅପରେସନ୍ ସିନ୍ଦୂର ସତ ମାନିଲା କଲା ପାକିସ୍ତାନ । ଭୟଙ୍କର କ୍ଷତି ସହିଥିବା ଶେଷରେ ମାନିଛି ପାକିସ୍ତାନ । ଭାରତର ଜବାବୀ ଆକ୍ସନରେ ବହୁ ଏୟାରବେସ୍ ଛାରଖାର ହୋଇଛି।
ପହଲଗାଓଁ ଆକ୍ରମଣର ପ୍ରତିଶୋଧ ନେବାକୁ ପାକିସ୍ତାନରେ ଅପରେସନ ସିନ୍ଦୂର ଜରିଆରେ ଭାରତ ଆତଙ୍କୀଙ୍କ ଆଡ୍ଡାକୁ ଧ୍ୱଂସ କରିଥିଲା। ଏହି ଅପରେସନ ସିନ୍ଦୂରରେ ପାକିସ୍ତାନର ଅନେକ ଏୟାରବେସ ଓ ଆତଙ୍କୀ ଆଡ୍ମା ଧୂଳିସାତ କରିବା ସହ ଅନେକ କ୍ଷତି ହୋଇଥିବା ଭାରତ ଦାବି କରିଥିଲା। ପାକିସ୍ତାନ କିନ୍ତୁ ବାରମ୍ବାର ମିଛ ପ୍ରଚାର କରୁଥିଲା ଯେ ପାକ୍ ମାଟିରେ କୌଣସି କ୍ଷତି ହୋଇନାହିଁ। ହେଲେ ଏବେ ନିଜେ ଖୋଦ୍ ପାକିସ୍ତାନର ପ୍ରଧାନମନ୍ତ୍ରୀ ଅପରେସନ ସିନ୍ଦୂରର ସଫଳତାକୁ ସ୍ୱୀକାର କରିଛନ୍ତି ।

ଭାରତର ପ୍ରତିଶୋଧମୂଳକ ଆକ୍ରମଣରେ ତାଙ୍କର ଅନେକ ବାୟୁସେନା ଘାଟି ଧ୍ୱଂସ ପାଇଥିବା କହିଛନ୍ତି ପ୍ରଧାନମନ୍ତ୍ରୀ ଶେହବାଜ୍ ସରିଫ । ସବୁଠାରୁ ହାଇପ୍ରୋଫାଇଲ ଏୟାରବେସକୁ ଧ୍ୱଂସ କରିଛି ଭାରତ । ପାକିସ୍ତାନର ଏହି ସ୍ୱୀକାରୋକ୍ତି ଏବେ ସର୍ବ ସମ୍ମୁଖରେ ଆସିଛି । ଏବେ ପାକିସ୍ତାନ ସହୁ ସତ ମାନିଛି । ଗତକାଲି ପର୍ଯ୍ୟନ୍ତ ପାକିସ୍ତାନ ନିଜର ଦେଶର ଲୋକଙ୍କୁ ମୁର୍ଖ ବନାଉଥିଲା ଏବଂ ବିଜୟର ଉତ୍ସବ ପାଳନ କରୁଥିଲା । ଏବେ ଏହା କିନ୍ତୁ କୁହୁଛି ଯେ ଭାରତ ବହୁତ କ୍ଷତି କରିଛି ।
ସୂଚନା ଥାଉକି, ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଗତ ୭ ତାରିଖରେ 'ଅପରେସନ ସିନ୍ଦୂର' ଆରମ୍ଭ କରିଥିଲା ଭାରତୀୟ ସେନା ପାକିସ୍ତାନରେ ଥିବା ଆତଙ୍କୀ ଆଡ୍ଡାକୁ ନଷ୍ଟ କରିଥିଲା ସେନା । ଭାରତୀୟ ସେନାର ଏହି ଅପରେସନ ପରେ ଉଭୟ ଦେଶ ମଧ୍ୟରେ ଉତ୍ତେଜନା ବଢିଥିଲା। ସୀମାରେ ଜୋରଦାର ଗୁଳିବର୍ଷଣ ହୋଇଥିଲା । ତେବେ ଭାରତ ପକ୍ଷରୁ କଡ଼ା ଜବାବ ଦିଆଯିବା ସହ ପାକ୍ର ୧୧ ଏୟାରବେସ୍କୁ ଟାର୍ଗେଟ କରାଯାଇଥିଲା । ଏଥିରେ ଭୟଭୀତ ହୋଇ ଗତ ୧୦ ତାରିଖରେ ଅସ୍ତ୍ରବିରତି ପାଇଁ ଅନୁରୋଧ କରିଥିଲା ପାକ୍ । ଉଭୟ ଦେଶର ଆଲୋଚନା ପରେ ଅସ୍ତ୍ରବିରତି ପାଇଁ ସହମତି ହୋଇଥିଲା ।












Click it and Unblock the Notifications