ୟୁରୋପରେ ତାଣ୍ଡବ ରଚିଛି ବାତ୍ୟା 'ବୋରିସ୍', ଚାଇନାରେ 'ବେବିଙ୍କା'
ୟୁରୋପର କେନ୍ଦ୍ରୀୟ ଏବଂ ପୂର୍ବାଞ୍ଚଳରେ ବାତ୍ୟା ବୋରିସ୍ ପ୍ରଭ ଭାବରେ ପ୍ରବଳ ବର୍ଷା ଯୋଗୁଁ ୮ ଜଣଙ୍କର ମୃତ୍ୟୁ ହୋଇଛି । ରୋମାନିଆରେ ବନ୍ୟା ଯୋଗୁଁ ୬ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଅଷ୍ଟ୍ରିଆରେ ବନ୍ୟା ମୁକାବିଲାବେଳେ ଜଣେ ଅଗ୍ନିଶମ କର୍ମଚାରୀଙ୍କର ମୃତ୍ୟୁ ହେବା ସହ ପୋଲାଣ୍ଡର ଦକ୍ଷିଣ-ପଶ୍ଚିମ ଭାଗରେ ବୁଡ଼ିଯାଇ ଜଣଙ୍କର ମୃତ୍ୟୁ ହୋଇଛି ।
ଆଜି ମଧ୍ୟ ଅଧିକ ବର୍ଷା ଏବଂ ଜୋର୍ରେ ପ୍ରବନ ବହିବ ବୋଲି ସେଠାକାର ପାଣି ପାଣିପାଗ ବିଜ୍ଞାନ କେ କେନ୍ଦ୍ର ପକ୍ଷ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି । ଅନ୍ୟପକ୍ଷରେ ଶକ୍ତିଶାଳୀ ବାତ୍ୟା ବେବିଙ୍କା ଆଜି ସାଂଘାଇର ସୁଳଭାଗ ସ୍ପର୍ଶ କରିଛି । ଏହାର ପ୍ରଭାବରେ ପ୍ରବଳ ବର୍ଷା ଏବଂ ପବନ ବହିବା ଯୋଗୁଁ ବିମାନ ଚଳାଚଳ ବାତିଲ ହୋଇଥିବା ବେଳେ ସଡ଼କ ପଥରେ ଯୋଗାଯୋଗ ମଧ୍ୟ ବନ୍ଦ ରହିଛି । ଉପକୂଳବର୍ତ୍ତୀ ବାସିନ୍ଦାଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିବା ନେଇ ଚୀନ୍ର ସରକାରୀ ଗଣମାଧ୍ୟମ ରିପୋର୍ଟରୁ ଜଣାପଡ଼ିଛି ।
ଘୁର୍ଣ୍ଣିଝଡ଼ ବେବିଙ୍କା ସୋମବାର ସାଂଘାଇରେ ଳ୍ୟାଣ୍ଡଫଲ କରିଛି। ସାଂଘାଇ ସେଣ୍ଟ୍ରାଲ ମେଟେରୋଲୋଜିକାଲ ଅବଜରଭେଟୋରୀ ଅନୁଯାୟୀ ସ୍ଥାନୀୟ ସମୟ ପ୍ରାୟ ୭ଟା ୩୦ ସମୟରେ ଏହି ଝଡ଼ ସହରରେ ପହଞ୍ଚିଥିଲା। ସିହ୍ନୁଆ ନ୍ୟୁଜ ଏଜେନ୍ସିର ରିପୋର୍ଟ ଅନୁଯାୟୀ ଏହି ଝଡ଼ ପୁଡଙ୍ଗ ଜିଲାର ଲିଙ୍ଗଙ୍ଗ ଅଞ୍ଚଳ ଉପକୂଳରେ ପହଞ୍ଚିଛି। ଝଡ଼ର କେନ୍ଦ୍ର ନିକଟରେ ସର୍ବାଧିକ ପବନର ବେଗ ପ୍ରତି ସେକେଣ୍ଡରେ ୪୨ ମିଟରରେ ପହଞ୍ଚିଛି। ୭୫ ବର୍ଷରେ ସାଂଘାଇରେ ବେବିଙ୍କା ସବୁଠାରୁ ଶକ୍ତିଶାଳୀ ଟାଇଫୁନ ବୋଲି ବିଶ୍ୱାସ କରାଯାଏ।

ରାଜ୍ୟ ବନ୍ୟା ନିୟନ୍ତ୍ରଣ ଏବଂ ମରୁଡ଼ି ସହାୟତା ମୁଖ୍ୟାଳୟ ରବିବାର ଚାଇନାର ପୂର୍ବ ଅନୁହୁଇ ପ୍ରଦେଶ ପାଇଁ ଲେଭଲ-୪ ଜରୁରୀକାଳୀନ ସଙ୍କେତ ଦେଇଥିବାବେଳେ ସାଂଘାଇ ଏବଂ ଜେଜିଆଙ୍ଗରେ ଲେଭଲ-୩ ଜରୁରୀକାଳୀନ ସଙ୍କେତ ଦେଇଛି।












Click it and Unblock the Notifications