ବଢିଲା କରୋନା ମାମଲା, ସାଂଘାଇରେ ବନ୍ଦ ହେଲା ଡିଜନିଲ୍ୟାଣ୍ଡ
କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ଚୀନ୍ ର ଥିମ୍ ପାର୍କ ବନ୍ଦ। ପରିଦର୍ଶକମାନଙ୍କୁ ସୋମବାର ଯିବାକୁ ବାରଣ କରାଯାଇଥିଲା।
ବେଜିଂ: ଚୀନରେ ପୁଣି ତାଣ୍ଡବ ରଚିଛି କରୋନା । ଜିରୋ କରୋନା ନୀତି ଅନୁସାରେ ଚୀନର କମ୍ୟୁନିଷ୍ଟ ସରକାର ଦେଶର ଅନେକ ସହରରେ ଲକ୍ ଡାଉନ କରିଛନ୍ତି। ଏହି ସମୟରେ ସାଂଘାଇର ଡିଜନୀଲ୍ୟାଣ୍ଡକୁ ବନ୍ଦ କରାଯାଇଛି । ଡିଜନୀଲ୍ୟାଣ୍ଡ ନିଜର ସୋଶାଲ ମିଡିଆ ଆକାଉଣ୍ଟରେ ଏକ ନୋଟିସ ସେୟାର କରି ଏନେଇ ସୂଚନା ପ୍ରଦାନ କରିଛି । କିନ୍ତୁ ଅନ୍ୟପଟେ ପାର୍କ ଭିତରେ ଯାତ୍ରୀ ବନ୍ଦୀ ଥିବା ଅଭିଯୋଗ ହୋଇଛି ।

ସୋଶାଲ ମିଡିଆରେ ଡିଜନୀଲ୍ୟାଣ୍ଡ କହିଛି, ଆମେ ଆମର ଅସୁବିଧା ପାଇଁ କ୍ଷମା ଚାହୁଁଛୁ ଏବଂ ଏହି ଅବଧି ଭିତରେ ପ୍ରଭାବିତ ହୋଇଥିବା ଯାତ୍ରୀଙ୍କ ଟଙ୍କା ଫେରସ୍ତ କରାଯିବ। ଏହାପରେ ପାର୍କ ଖୋଲିବା ନେଇ ପୂର୍ବରୁ ସୂଚନା ଦିଆଯିବ । ସୂଚନା ଅନୁସାରେ, ସାଂଘାଇରେ ଗତ 28 ଦିନରେ 595 ଜଣଙ୍କର କରୋନା ଜନିତ ମୃତ୍ୟୁ ସହିତ 64,282 ମାମଲା ଚିହ୍ନଟ କରାଯାଇଛି।ଗତମାସରେ ସି ଜିନପିଙ୍ଗ ଜିରୋ କୋଭିଡ ନୀତିରେ କୌଣସି କୋହଳ କରାଯିବନି ବୋଲି ସଂକେତ ଦେଇଥିଲେ । ବର୍ତ୍ତମାନ ଦେଶର ପାଖାପାଖି 2 ଶହରୁ ଅଧିକ ସହରରେ ଲକ ଡାଉନ ଲାଗିଛି ।












Click it and Unblock the Notifications