ପାକିସ୍ତାନର ପ୍ରଧାନମନ୍ତ୍ରୀ ହେବେ ଶାହାବାଜ ସରିଫ, ନୱାଜ ସରିଫ କଲେ ମନୋନୀତ
Pakistan New Prime Minister: ନୱାଜ ସରିଫ ଆନୁଷ୍ଠାନିକ ଭାବେ ସାନ ଭାଇ ଶାହାବାଜଙ୍କୁ ପ୍ରଧାନମନ୍ତ୍ରୀ ପଦ ପାଇଁ ମନୋନୀତ କରିଛନ୍ତି । ପାକିସ୍ତାନ ମୁସଲିମ ଲିଗ୍-ନୱାଜ (PML-N) ସଂସଦୀୟ ଦଳ ବୁଧବାର (ଫେବୃଆରୀ 28) ମଧ୍ୟ ବରିଷ୍ଠ ନେତା ସର୍ଦ୍ଦାର ଆୟାଜ ସାଦିକଙ୍କୁ ଜାତୀୟ ସଭାର ବାଚସ୍ପତି ପଦ ପାଇଁ ମନୋନୀତ କରିଛି । ଏହି ନିଷ୍ପତ୍ତି National Assembly ଉଦଘାଟନର ଗୋଟିଏ ପୂର୍ବରୁ ଘୋଷଣା କରାଯାଇଛି ।

ସୂଚନା ଅନୁଯାୟୀ, ଫେବ୍ରୁଆରୀ 8 ରେ ଅନୁଷ୍ଠିତ ସାଧାରଣ ନିର୍ବାଚନ ପରେ ଗୁରୁବାର ଫେବ୍ରୁଆରୀ 29 ଦିନ ନୂତନ ଜାତୀୟ ସଭାର ପ୍ରଥମ ବୈଠକ ଅନୁଷ୍ଠିତ ହେବ। ପିଏମଏଲ-ଏନ କେନ୍ଦ୍ରୀୟ ଡେପୁଟି ସେକ୍ରେଟାରୀ ଅତୁଲ୍ଲା ତାରାର ବୈଠକ ପରେ ଏକ ବିବୃତ୍ତିରେ କହିଛନ୍ତି ଯେ, ପାର୍ଟି ସୁପ୍ରିମୋ ନୱାଜ ସରିଫଙ୍କ ଅଧ୍ୟକ୍ଷତାରେ ବୁଧବାର ଇସଲାମାବାଦରେ PML-N ସଂସଦୀୟ ସଦସ୍ୟଙ୍କ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି।












Click it and Unblock the Notifications