ଆମେରିକାରେ ଭୟଙ୍କର ବରଫ ଝଡ, ୧୪ ରାଜ୍ୟରେ ୪୦ ଜଣଙ୍କ ମୃତ୍ୟୁ

ସବୁ ଆଡେ ବରଫ ଆଉ ବରଫ । ଯୁଆଡେ ଚାହିଁଲେ ବରଫର ଧଳା ଚାଦର । ଆମେରିକାରେ ଗତ ଜାନୁଆରୀ୨୫ତାରିଖରୁ ଆରମ୍ଭ ହୋଇଥିବା ବରଫ ଝଡ ଏବେ ଅଧିକ ଘାତକ ହେବାରେ ଲାଗିଲାଣି । ଏହା ଏବେସୁଦ୍ଧା ୪୨ଟି ଜୀବନ ନେଇ ସାରିଥିବା ବେଳେ ଜନଜୀବନ ଏକପ୍ରକାର ଠପ୍ ହୋଇଯାଇଛି । ଲୋକେ ଅନ୍ଧାରରେ ରହିଛନ୍ତି । ଏପରିକି ପେଟ୍ରୋଲ-ଡିଜେଲ ମଧ୍ୟ ସଠିକ ଭାବେ ମିଳୁନାହିଁ ।

ନ୍ୟୁଜ ଏଜେନ୍ସି ଏଏଫପିର ରିପୋର୍ଟ ଅନୁସାରେ, ବରଫ ଝଡ କାରଣରୁ ଆମେରିକାର ଦକ୍ଷିଣ ଏବଂ ଉତ୍ତର ପୂର୍ବ ପ୍ରାନ୍ତରେ ପରିସ୍ଥିତି ଭୟଙ୍କର ହୋଇଯାଇଛି । ଫଳରେ ବିଭିନ୍ନ ସ୍କୁଲ ଏବଂ କଲେଜକୁ ବନ୍ଦ ରଖାଯାଇଛି । ଲକ୍ଷ ଲକ୍ଷ ଘରେ ବିଦ୍ୟୁତ ସରବରାହ ବନ୍ଦ ହୋଇପଡିଛି । ଏହାସହ ଦୈନିକ୨ମିଲିୟନ ବ୍ୟାରେଲର ତୈଳ ଉତ୍ପାଦନ ବାଧାପ୍ରାପ୍ତ ହୋଇଛି ।

America

ଗଲାଣି ୪୨ଜୀବନ

ରୟଟର୍ସର ରିପୋର୍ଟ ଅନୁସାରେ, ଆମେରିକାରେ ବରଫ ଝଡ ପ୍ରଭାବରୁ ୪୨ଜଣ ପ୍ରାଣ ହରାଇଛନ୍ତି । ମାସାଚ୍ୟୁଟସ ଏବଂ ଓହିୟୋରେ ଅଧିକ ବ୍ୟକ୍ତି ପ୍ରାଣ ହରାଇଛନ୍ତି । ସେହିପରି ଆରକାନସାସ୍ ଏବଂ ଟେକ୍ସାସରେ ଝଡ କାରଣରୁ ଦୁର୍ଘଟଣା ଘଟିଛି । ଫଳରେ ଏକାଧିକ ଯୁବକ ପ୍ରାଣ ହରାଇଛନ୍ତି । ଏହାଛଡା ନ୍ୟୁୟର୍କ ସହରରେ ପ୍ରବଳ ଥଣ୍ଡା କାରଣରୁ ୮ଜଣଙ୍କ ଜୀବନ ଯାଇଛି ।

ଅଧା ଆମେରିକା ଅନ୍ଧାର

ବରଫ ଝଡ କାରଣରୁ ଲକ୍ଷଲକ୍ଷ ଆମେରିକୀୟ ଅନ୍ଧାରରେ ରହିଛନ୍ତି । ତାପମାତ୍ରା ମାଇନସକୁ ଖସିବା କାରଣରୁ୮ଲକ୍ଷରୁ ଅଧିକ ଘରେ ବିଦ୍ୟୁତ ସରବରାହ ବନ୍ଦ ରହିଛି । ବିଦ୍ୟୁତ ଉତ୍ପାଦନ ମଧ୍ୟ ବାଧାପ୍ରାପ୍ତ ହୋଇଛି । ମାସଭିଲ୍, ଟେନେସି ଅଞ୍ଚଳରେ ପ୍ରାୟ ଦେଢ ଲକ୍ଷ ଲୋକ ବିନା ବିଦ୍ୟୁତରେ୪ଦିନ ହେଲା ରହିଛନ୍ତି । ମିସିସିପିରେ ମଧ୍ୟ ଲକ୍ଷେ୪୦ହଜାର ଲୋକଙ୍କ ଘରେ ବିଜୁଳି ନାହିଁ ।

ଆଗକୁ ଆହୁରି ଥଣ୍ଡା

ଆମେରିକା ପାଣିପାଗ ବିଭାଗର କହିବାନୁସାରେ, ଆଗକୁ ଶୀତ ଲହରୀ ଜାରି ରହିବ । ଆହୁରି ତୁଷାର ଝଡ ହେବାର ସମ୍ଭାବନା ରହିଛି । ଆର୍କଟିକ ଅଞ୍ଚଳରୁ କୋହଲା ପବନ ମାଡି ଆସୁଛି । ଚଳିତ ସପ୍ତାହରେ ପୂର୍ବ ଉପକୂଳରେ ଆଉଏକ ବରଫ ଝଡ ମାଡ ହେବ । ଯାହା ଅଧିକ କ୍ଷୟକ୍ଷତି କରିପାରେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+