ଫିଲିପାଇନ୍ସରେ ଭୟଙ୍କର ଭୂସ୍ଖଳନ-ବନ୍ୟା , ୨୫ ମୃତ
ଝଡ଼-ବର୍ଷା, ଭୂସ୍ଖଳନ ଏବଂ ବନ୍ୟା ଯୋଗୁଁ ଫିଲିପାଇନ୍ସରେ ଭୟଙ୍କର କ୍ଷୟକ୍ଷତି ଘଟିଛି । ଏଥିରେ୨୫ ଜଣଙ୍କର ମୃତ୍ୟୁ ହୋଇଛି । ବନ୍ୟା ଏବଂ ଭୂସ୍ଖଳନରେ ପ୍ରଭାବିତ ହୋଇଥିବା ଗାଁରେ ଫସି ରହିଥିବା ବହୁ ସଂଖ୍ୟକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଉଛି । ଉତ୍ତର ପାର୍ବତ୍ୟ ଅଞ୍ଚଳରେ ହୋଇଥିବା ଝଡ଼ ଯୋଗୁଁ ପାଗ ମଧ୍ୟ ଆହୁରି ବିଗିଡିବାରେ ଲାଗିଛି ।
ସୂଚନାନୁଯାୟୀ, ପ୍ରବଳ ଝଡ଼-ବର୍ଷା ଏବଂ ବନ୍ୟା ଯୋଗୁଁ ଫିଲିପାଇନ୍ସରେ ଭୂସ୍ଖଳନ ହୋଇଥିଲା । ଫଳରେ ସ୍ଥାନୀୟ ଅଞ୍ଚଳରେ ଅନେକ କ୍ଷୟକ୍ଷତି ଘଟିଥିଲା । ଏଭଳି ପାଗ କାରଣରୁ ଅନେକ ଗଛ ଉପୁଡିବା, ଭୂସ୍ଖଳନ ଭଳି ପରିସ୍ଥିତି ଏବଂ ବିଦ୍ୟୁତ୍ ଘାତରେ ୨୫ଜଣଙ୍କର ପ୍ରାଣ ଚାଲିଯାଇଥିବାବେଳେ ୮ଜଣ ନିଖୋଜ ରହିଥିବା ଜଣାପଡିଛି । କିନ୍ତୁ 'କୋ-ମେ'ରୁ କୌଣସି ମୃତାହତ ହୋଇଥିବାର ସୂଚନା ଏପର୍ଯ୍ୟନ୍ତ ମିଳି ନାହିଁ ।

ଅନ୍ୟପଟେ ଏଭଳି ପାଣିପାଗ ଯୋଗୁଁ ସମସ୍ତଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସରକାର ଆଜି ମହାନଗର ମାନିଲାର ସ୍କୁଲଗୁଡ଼ିକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହିତ ଉତ୍ତର ଲୁଜୋନ ଅଞ୍ଚଳର ୩୫ ଟି ପ୍ରଦେଶରେ ପାଠପଢାକୁ ସ୍ଥଗିତ ରଖିଛନ୍ତି । ଏଭଳି ପରିସ୍ଥିତିରୁ ଲୋକଙ୍କୁ ଉଦ୍ଧାର କରିବା ପାଇଁ ଗାଁଗୁଡିକରେ ହଜାର ହଜାର ସଂଖ୍ୟାର ସୈନ୍ୟ କର୍ମୀ, ପୋଲିସ, ତଟରକ୍ଷକ କର୍ମଚାରୀ, ଦମକଳ ବାହିନୀ ଏବଂ ସ୍ବେଚ୍ଛାସେବାର କର୍ମୀଙ୍କୁ ଏହି କାର୍ଯ୍ୟରେ ନିଯୋଜିତ କରାଯାଇଛି ।












Click it and Unblock the Notifications