ପାକିସ୍ତାନରେ ଭୟଙ୍କର ବନ୍ୟା, ୧୦୦ ଲୋକଙ୍କ ମୃତ୍ୟୁ
ପାକିସ୍ତାନରେ ଭୟଙ୍କର ବନ୍ୟା ବିପତ୍ତି । ହଠାତ୍ ବନ୍ୟା ଯୋଗୁ ଶହ ଶହ ଲୋକ ପ୍ରାଣ ହରାଇଛନ୍ତି । କୁହାଯାଉଛି ଯେ ଅତି କମରେ ୨୦୦ଜଣଙ୍କର ମୃତ୍ୟୁ ହୋଇଛି । ପାକିସ୍ତାନର ଖୋବର ପଖତୁନଖ୍ୱାର ଅନେକ ଜିଲାରେ ଭୟଙ୍କର ବନ୍ୟା ଯୋଗୁଁ ବ୍ୟାପକ କ୍ଷୟକ୍ଷତି ହୋଇଛି । ରାସ୍ତା, ପୋଲ, ଘର, ସ୍କୁଲ ସବୁ ଅଞ୍ଚଳ ପାଣିରେ ବୁଡିଯାଇଛି । ଏହାସହିତ ଭିତ୍ତିଭୂମି ମଧ୍ୟ ଅନେକ କ୍ଷତି ହୋଇଛି । ଏକ ରିପୋର୍ଟ ଅନୁସାରେ ଉତ୍ତର ଏବଂ ଉତ୍ତର-ପଶ୍ଚିମ ପାକିସ୍ତାନରେ ହଠାତ୍ ବନ୍ୟା ଯୋଗୁଁ ୨୪୩ଜଣଙ୍କର ମୃତ୍ୟୁ ହୋଇଛି । ଏଥିରେ କେବଳ ୧୫୭ଜଣ ହେଉଛନ୍ତି ବୁନେର ଜିଲାର ।













Click it and Unblock the Notifications