ଉଗାଣ୍ଡାରେ ଭୟଙ୍କର ବିସ୍ଫୋରଣ, ପାଖ ହୋଟେଲରେ ଥିଲେ ଏହି ଓଡିଆ ଖେଳାଳି
ଉଗାଣ୍ଡାରେ ଘଟିଛି ଭୟଙ୍କର ବିସ୍ଫୋରଣ । ସିରିଏଲ ବ୍ଲାଷ୍ଟରେ ଥରିଲା ଆଫ୍ରିକୀୟ ଦେଶ ଉଗାଣ୍ଡା। ଉଗାଣ୍ଡାର ରାଜଧାନୀ କାପାଲା ସହରର ସଂସଦ ଭବନ ନିକଟରେ ଘଟିଥିବା ଏହି ବିସ୍ଫୋରଣରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି।
ନୂଆଦିଲ୍ଲୀ: ଉଗାଣ୍ଡାରେ ଘଟିଛି ଭୟଙ୍କର ବିସ୍ଫୋରଣ । ସିରିଏଲ ବ୍ଲାଷ୍ଟରେ ଥରିଲା ଆଫ୍ରିକୀୟ ଦେଶ ଉଗାଣ୍ଡା। ଉଗାଣ୍ଡାର ରାଜଧାନୀ କାପାଲା ସହରର ସଂସଦ ଭବନ ନିକଟରେ ଘଟିଥିବା ଏହି ବିସ୍ଫୋରଣରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି। ବଡ଼ କଥା ହେଉଛି ଯେଉଁ ସ୍ଥାନରେ ବିସ୍ଫୋରଣ ହେଲା, ସେଠାରୁ ୧୦୦ରୁ ୨୦୦ ମିଟର୍ ଭିତରେ ଭାରତୀୟ ପାରା ବ୍ୟାଡମିଣ୍ଟନ ଟିମ୍ ରହୁଥିଲା। ତେବେ ବିସ୍ଫୋରଣର ଭାରତୀୟ ଟିମ୍କୁ କୌଣସି କ୍ଷତି ହୋଇନାହିଁ।

ଭାରତୀୟ ପାରା ବ୍ୟାଡମିଣ୍ଟନ୍ ଟିମ୍ ଉଗାଣ୍ଡାରେ ପାରା ବ୍ୟାଡମିଣ୍ଟନ ଇଣ୍ଟରନ୍ୟାଶନାଲ୍-୨୦୨୧ରେ ଭାଗ ନେବା ପାଇଁ ଦୁଇଦିନ ତଳେ ଉଗାଣ୍ଡାରେ ପହଞ୍ଚିଥିଲା। ଏହି ଟିମରେ ଟୋକିଓ ପାରାଲିମ୍ପିକ୍ସରେ ପଦକ ଜିତିଥିବା ଖେଳାଳି ପ୍ରମୋଦ ଭଗତ, ମନୋଜ ସରକାର ଓ ବାକି ଖେଳାଳି ସାମିଲ ଅଛନ୍ତି। ତେବେ ଏହି ଟୁର୍ଣ୍ଣାମେଣ୍ଟରେ ଭାଗ ନେଉଥିବା ଓଡ଼ିଶାର ତିନି ଖେଳାଳି ସୁରକ୍ଷିତ ଥିବା ଜଣାପଡ଼ିଛି। ଏହାଛଡ଼ା ସମସ୍ତ ଭାରତୀୟ ଖେଳାଳିମାନେ ମଧ୍ୟ ସୁରକ୍ଷିତ ଅଛନ୍ତି।
ଏହି ବିସ୍ଫୋରଣ ପଛରେ ଉଗ୍ରବାଦୀ ସଂଗଠନ ଏଡ଼ିଏଫର ହାତ ରହିଥିବା ସନ୍ଦେହ କରାଯାଉଛି । ଏହି ଘଟଣାରେ ତିନି ଜଣ ପୋଲିସ କର୍ମୀ ପ୍ରାଣ ହରାଇଥିବାବେଲେ ୨୦ରୁ ଅଧିକ ଲୋକ ବର୍ତ୍ତମାନ ଗୁରୁତ୍ତର ଆହାତ ହୋଇଛନ୍ତି । ଉଗାଣ୍ଡା ପୋଲିସ ପ୍ରସାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ା କଡ଼ି କରାଯାଇଛି ।












Click it and Unblock the Notifications