Get Updates
Get notified of breaking news, exclusive insights, and must-see stories!

ପାକିସ୍ତାନରୁ ଦୁବାଇ ଯାଇ ନେପାଳ ଦେଇ ଭାରତ ଆସିଥିଲେ ସୀମା ହାଇଦର; କଣ ରହିଛି ରହସ୍ୟ ?

ପାକିସ୍ତାନୀ ନାଗରିକ ସୀମା ହାଇଦର ଜଣେ ପାକିସ୍ତାନୀ ଏଜେଣ୍ଟ ହେବା ପ୍ରଶ୍ନରେ ୟୁପିର ସ୍ୱତନ୍ତ୍ର ଡିଜି ଆଇନ ପ୍ରଶାନ୍ତ କୁମାର କହିଛନ୍ତି ଯେ ଏହା ଦୁଇ ଦେଶ ମଧ୍ୟରେ ଏକ ପ୍ରସଙ୍ଗ, ତେଣୁ କୌଣସି ପ୍ରମାଣ ମିଳିବା ପର୍ଯ୍ୟନ୍ତ ଆମେ କିଛି କହି ପାରିବୁ ନାହିଁ। ମାମଲାର ତଦନ୍ତ ଚାଲିଛି। ସମସ୍ତ ଏଜେନ୍ସି ସେମାନଙ୍କର କାର୍ଯ୍ୟ କରୁଛନ୍ତି । ସେ କହିଛନ୍ତି ଯେ ତାଙ୍କୁ (ସୀମା ହାଇଦର) ଥରେ ଜେଲ ପଠାଯାଇଛି, ଏବେ ସେ ଜାମିନରେ ଅଛନ୍ତି।

ପଚରାଉଚରା ବେଳେ ସୀମା ହାଇଦର ବାରମ୍ବାର ବିବୃତ୍ତି ପରିବର୍ତ୍ତନ କରୁଛନ୍ତି। କେନ୍ଦ୍ରୀୟ ଗୁପ୍ତଚର ଏଜେନ୍ସିର ପ୍ରଶ୍ନରେ ପାକିସ୍ତାନୀ ନାଗରିକ ସୀମା ହାଇଦର ଏବେ ଦ୍ବନ୍ଦରେ।

seema_haider

ନୋଏଡାର ରାବପୁରା ଗ୍ରାମରେ ପହଞ୍ଚିବାରେ ତାଙ୍କୁ କିଏ ସାହାଯ୍ୟ କରିଛି ସେ ସମ୍ପର୍କରେ ସେ ସଠିକ୍ ଉତ୍ତର ଦେଉ ନାହାଁନ୍ତି। ତାଙ୍କ ସହ ମିଳିଥିବା ମୋବାଇଲ୍ ତଥ୍ୟ ନଷ୍ଟ ହେବାର ପ୍ରମାଣ ମଧ୍ୟ ମିଳିଛି, ଯାହା ପରେ ଏହାକୁ ପୁନରୁଦ୍ଧାର ପାଇଁ ଉଦ୍ୟମ ଚାଲିଛି ।

ଆଇବିର ତଦନ୍ତରେ ଏକଥାର ଜଣା ପଡ଼ିଛି ଯେ ମେ ୧୩ରେ ପାକିସ୍ତାନରୁ କୌଣସି ବ୍ୟକ୍ତି ନେପାଳ ଦେଇ ଭାରତ ଆସିବା ରେକର୍ଡରେ ନାହିଁ । ତେଣୁ ଏଠି ସହେନ୍ଦ ସୃଷ୍ଟି ହେଉଛି ସୀମା ମେ ୧୩ରେ କିଭଳି ଭାରତକୁ ଆସିଥିବା ଦାବି କରୁଛନ୍ତି ।

ପୁଲିସ ମହାନିର୍ଦେଶକଙ୍କ ପକ୍ଷରୁ ଜାରି ପ୍ରେସ ଇସ୍ତାହାର ଅନୁଯାୟୀ ସୀମା ଠାରୁ ଦୁଇଟି ଭିଡିଓ କ୍ୟାସେଟ, ୪ଟି ମୋବାଇଲ, ୫ଟି ପାକିସ୍ତାନୀ ପାସପୋର୍ଟ, ଗୋଟିଏ ବ୍ୟବହାର ହୋଇ ନଥିବା ପାସପୋର୍ଟ ଓ ପରିଚୟପତ୍ର ଜବତ କରାଯାଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+