ଇମ୍ରାନ ଖାନଙ୍କ ଗିରଫଦାରୀ ପରେ ସମର୍ଥକଙ୍କ ଲଙ୍କାକାଣ୍ଡ, ସାରା ଦେଶରେ ୧୪୪ ଧାରା ଲାଗୁ

ଇସଲାମବାଦ: ପୂର୍ବତନ ପାକିସ୍ତାନ ପ୍ରଧାନମନ୍ତ୍ରୀ ତଥା ପାକିସ୍ତାନ ତେହେରିକ-ଇ-ଇନସାଫ ମୁଖ୍ୟ ଇମରାନ ଖାନଙ୍କ ଗିରଫଦାରୀ ପରେ ଜଳିଉଠିଛି ପାକିସ୍ତାନ । ପିଟିଆଇ ନେତା ଇମରାନ ଖାନଙ୍କ ଗିରଫଦାରୀ ପରେ ଦେଶର ଅବସ୍ଥା ବିଗିଡିବାରେ ଲାଗିଛି । ଇମରାନ ଖାନଙ୍କ ଗିରଫଦାରୀ ପରେ ପିଟିଆଇ ସମର୍ଥକ ରାଜରାସ୍ତାକୁ ଓହ୍ଲାଇ ଆସିଛନ୍ତି ।

Imran Khan

ଇସଲାମାବାଦରେ ୧୪୪ ଧାରା ଜାରି: ଇମ୍ରାନ ଖାନଙ୍କ ଗିରଫଦାରୀ ପରେ ସମଗ୍ର ଦେଶରେ ଆରମ୍ଭ ହୋଇ ଯାଇଛି ହିଂସାକାଣ୍ଡ । ତାଙ୍କ ଦଳ ପାକିସ୍ତାନ ତେହେରିକ-ଇ-ଇନସାଫ କର୍ମକର୍ତ୍ତା ରାଜରାସ୍ତାକୁ ଓହ୍ଲାଇବା ସହ ହଙ୍ଗାମା କରିଛନ୍ତି। ହିଂସାକାଣ୍ଡ ଆଶଙ୍କାକୁ ଦୃଷ୍ଟିରେ ରଖି ପାକିସ୍ତାନ ରାଜଧାନୀ ଇସଲାମାବାଦ ଠାରେ ଧାରା ୧୪୪ ଧାରା ଜାରି କରାଯାଇଛି। ଇସଲାମାବାଦ ବ୍ୟତୀତ ଦେଶର ଅନେକ ସ୍ଥାନରେ ମଧ୍ୟ ବିକ୍ଷୋଭ ପ୍ରଦର୍ଶନ ଆରମ୍ଭ ହୋଇଯାଇ ଥିବାର ଖବର ମିଳିଛି ।

ପୂର୍ବରୁ ସରକାର ପତନ ନେଇ ଇମ୍ରାନ ସିଧାସଳଖ ଆଇଏସଆଇର ବରିଷ୍ଠ ଅଧିକାରୀ ମେଜର ଜେନେରାଲ ଫୈସଲ ନସୀରଙ୍କୁ ଦାୟୀ କରିଥିଲେ । କୋର୍ଟ ମଧ୍ୟ ଇମ୍ରାନଙ୍କ ଗିରଫ ନେଇ ଅସନ୍ତୋଷ ବ୍ୟକ୍ତ କରିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+