ପୁଣି ବେଆଇନ ପ୍ରବାସୀଙ୍କୁ ହାତକଡ଼ି ପିନ୍ଧାଇ ଭରତରେ ଛାଡ଼ିଲା ଆମେରିକା

ଆମେରିକାରୁ ଫେରୁଛନ୍ତି ବେଆଇନ ପ୍ରବାସୀ । ବେଆଇନ ଭାବରେ ଆମେରିକାରେ ଥିବା ଭାରତୀୟମାନଙ୍କୁ ଟ୍ରମ୍ପ ସରକାର ଦେଶରୁ ବିତାଡିତ କରୁଛନ୍ତି । ଶନିବାର ଦ୍ବିତୀୟ ବ୍ୟାଚରେ ୧୧୯ଜଣଙ୍କୁ ନେଇ ଆମେରିକା ସେନା ବିମାନ ଅମୃତସରରେ ପହଁଚିଛି, ଏହା ହେଉଛି ଆମେରିକାରୁ ଭାରତ ଆସିଥିବା ବେଆଇନ ନାଗରିକଙ୍କ ଦ୍ବିତୀୟ ବ୍ୟାଚ । ଏମାନଙ୍କ ମଧ୍ୟରୁ ୬୫ ଜଣ ପଞ୍ଜାବର ହୋଇଥିବା ବେଳେ ୮ ଜଣ ଗୁଜରାଟର । ଉତ୍ତର ପ୍ରଦେଶ, ଗୋଆ, ମହାରାଷ୍ଟ୍ର ଓ ରାଜସ୍ଥାନରୁ ଜଣେ ଲେଖାଏଁ ଅଛନ୍ତି ।

ସେହିଭଳି ହିମାଚଳ ପ୍ରଦେଶ ଓ ଜାମ୍ମୁ-କାଶ୍ମୀରରୁ ମଧ୍ୟ ଜଣେ ଲେଖାଏଁ ଥିଲେ। ଅଧିକାଂଶଙ୍କ ବୟସ ୧୮ରୁ ୩୦ ବର୍ଷ ମଧ୍ୟରେ । ଆମେରିକାରେ ଗିରଫ ହେବା ପରେ ଏମାନଙ୍କ ହାତ, ଗୋଡ଼ ଓ ଅଣ୍ଟାରେ ବେଡ଼ି ପକାଇ ଏମାନଙ୍କୁ ସି-୧୭ ସାମରିକ ହେଲିକପ୍ଟରରେ ଅମୃତସର ଅଣାଯାଇଛି । ହୋସିଆରପୁରର ଦଲଜିତ ସିଂହ ମଧ୍ୟ ସେହି ବିମାନରେ ଫେରିଥିଲେ। ବିମାନରେ ବସିଥିବା ସମୟରେ ସେମାନଙ୍କୁ ହାତକଡ଼ି ବାନ୍ଧି ବାନ୍ଧି ଦିଆଯାଇଥିଲା ବୋଲି ସେ ସୂଚନା ଦେଇଛନ୍ତି। ସିଂହ ଗଣମାଧ୍ୟମକୁ କହିଛନ୍ତି, ଆମ ପାଦରେ ଚେନ୍ ଓ ହାତକଡ଼ି ଥିଲା।

Second batch of illegal migrants from U S land in Amritsar deportee says they were handcuffed chained

ଏହା ପୂର୍ବରୁ ବେଆଇନ ପ୍ରବାସୀଙ୍କୁ ନେଇ ପ୍ରଥମ ବିମାନ ଗତ ଫେବ୍ରୁଆରି ୫ ତାରିଖରେ ଆମେରିକାରୁ ଆସି ଭାରତର ଅମୃତସରରେ ଓହ୍ଲାଇଥିଲା । ଏହି ବିମାନରେ ୧୦୪ ଜଣ ପ୍ରବାସୀ ଥିଲେ । ତେବେ ଏହି ବିମାନରେ ଆସିଥିବା ବେଆଇନ ପ୍ରବାସୀମାନଙ୍କ ହାତରେ ହାତକଡ଼ି ପକାଇ ଅତ୍ୟନ୍ତ ଅମାନବୀୟ ଭାବେ ଭାରତ ଅଣାଯାଇଥିବା ଅଭିଯୋଗ ହୋଇଥିଲା । କିନ୍ତୁ ଏହାକୁ ନେଇ ବିରୋଧୀ ଦଳମାନେ ସରକାରଙ୍କୁ ଟାର୍ଗେଟ୍ କରିଥିଲେ

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+