ପହଲଗାମ ଆତଙ୍କୀ ହମଲା, ଶ୍ରୀଲଙ୍କାରେ ବିମାନ ତଲାସୀ
ପହଲଗାମ ଆକ୍ରମଣକାରୀଙ୍କୁ ଧରିବାକୁ ଶ୍ରୀଲଙ୍କାରେ ତଲାସୀ କରାଯାଇଥିଲା। ଚେନ୍ନାଇରୁ କଲମ୍ବୋ ବିମାନବନ୍ଦରରେ ପହଞ୍ଚିଥିବା ଏକ ବିମାନରେ ଖାନତଲାସୀ କରାଯାଇଥିଲା। ସୂଚନା ଅନୁସାରେ, ଚେନ୍ନାଇରୁ ଶ୍ରୀଲଙ୍କା ଏୟାରଲାଇନ୍ସର ବିମାନ UL 122 ଶ୍ରୀଲଙ୍କା ଯାଇଥିଲା । ଏହି ବିମାନରେ ପହଲଗାଓଁ ଆତଙ୍କବାଦୀ ଭାରତ ଛାଡ଼ି ଶ୍ରୀଲଙ୍କା ଚାଲି ଯାଇଥିବା ଗୁଇନ୍ଦା ସୂଚନା ମିଳିଥିଲା ।
ଆଉ ସୂଚନା ମିଳିବା ପରେ ଆରମ୍ଭ ହୋଇଯାଇଥିଲା ଆକ୍ସନ । ବିମାନଟି ଶ୍ରୀଲଙ୍କାର ବନ୍ଦରନାଇକେ ଆନ୍ତର୍ଜାତିକ ବିମାନ ବନ୍ଦରରେ ପହଞ୍ଚିବା ପରେ ଆରମ୍ଭ ହୋଇଯାଇଥିଲା ଯାଞ୍ଚ । ସମ୍ପୂର୍ଣ୍ଣ ବିମାନକୁ ଯାଞ୍ଚ କରାଯାଇଛି । ପ୍ରତିଟି ଯାତ୍ରୀଙ୍କ ଯାଞ୍ଚ ହୋଇଛି । ବିମାନଟି ଭାରତରୁ କଲମ୍ବୋ ଯାଇଥିଲା । ଭାରତର ଏହି ଆକ୍ସନ, ଆତଙ୍କବାଦୀ ଏବଂ ସେମାନଙ୍କ ଆକ୍କାଙ୍କ ମନରେ ଭୟ ଖେଳାଇ ଦେଇଛି । ନରସଂହାର ପରେ ଘାଟି ଅଞ୍ଚଳରେ ଲୁଚିଥିବା ଆତଙ୍କବାଦୀ ଭାରତ ଛାଡିବାକୁ ଯୋଜନା କରୁଥିବା ବେଳେ ଅନ୍ୟ ଦେଶରେ ଭାରତର ଏପରି ଯାଞ୍ଚ ସେମାନଙ୍କ ମନରେ ଛନକା ଭରି ଦେଇଛି ।

ସୂଚନା ଥାଉକି ୨୨ ଏପ୍ରିଲରେ ଜମ୍ମୁ ଏବଂ କାଶ୍ମୀରର ପହଲଗାମର ବୈସାରଣ ଉପତ୍ୟକାରେ ଆତଙ୍କବାଦୀମାନେ ୨୬ ଜଣଙ୍କୁ ହତ୍ୟା କରିଥିଲେ। ଏମାନଙ୍କ ମଧ୍ୟରୁ ଅଧିକାଂଶ ପର୍ଯ୍ୟଟକ ଥିଲେ। ଏହାପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଲାଗି ରହିଛି। ସେପଟେ ଆତଙ୍କବାଦୀମାନେ ପୁଣି ଏକ ବଡ଼ ଆକ୍ରମଣ କରିବାକୁ ଯୋଜନା ତଳାଉଥିବା ଗୁଇନ୍ଦା ସୂଚନା ମିଳିବା ପରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।












Click it and Unblock the Notifications