ବିକାଶ ଓ ଅଭିବୃଦ୍ଧି ଶାନ୍ତି ଏବଂ ସ୍ଥିରତା ଉପରେ ନିର୍ଭର କରେ:ଏସ. ଜୟଶଙ୍କର

ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ. ଜୟଶଙ୍କର କହିଛନ୍ତି, ବିକାଶ ଓ ଅଭିବୃଦ୍ଧି ଶାନ୍ତି ଏବଂ ସ୍ଥିରତା ଉପରେ ନିର୍ଭର କରେ । ସୀମାପାର ଆତଙ୍କବାଦ, ଉଗ୍ରବାଦ ଏବଂ ବିଚ୍ଛିନ୍ନତାବାଦ ଦ୍ବାରା ବାଣିଜ୍ୟ, ଶକ୍ତି, ଯୋଗାଯୋଗ ଏବଂ ଲୋକଙ୍କ ମଧ୍ୟରେ ସମ୍ପର୍କ ବାଧାପ୍ରାପ୍ତ ହେଉଛି ବୋଲି ଡକ୍ଟର ଜୟଶଙ୍କର କହିଛନ୍ତି । ପାକିସ୍ତାନର ଇସଲାମାବାଦରେ ଆଜି ସାଂଘାଇ ସହଯୋଗ ସଂଗଠନ ପରିଷଦର ୨୩ତମ ବୈଠକରେ ଉଦ‌ବୋଧନ ଦେଇ ଡକ୍ଟର ଜୟଶଙ୍କର ଏହା କହିଛନ୍ତି ।

ଜଳବାୟୁ ପରିବର୍ତ୍ତନ, ଯୋଗାଣ ଶୃଙ୍ଖଳ ଅନିଶ୍ଚିତତା ଏବଂ ଆର୍ଥକ ଅସ୍ଥିରତା ପରି ଆହ୍ୱାନଗୁଡ଼ିକ ବିଶ୍ଵବ୍ୟାପୀ ଅଭିବୃଦ୍ଧି ଏବଂ ବିକାଶକୁ ପ୍ରଭାବିତ କରୁଛି। ପାରସ୍ପରିକ ସମ୍ମାନ, ସାର୍ବଭୌମତ୍ୟ ଏବଂ ଆଞ୍ଚଳିକ ଅଖଣ୍ଡତାକୁ ସ୍ବୀକୃତି ଦେବା ଉପରେ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ସହଯୋଗ ପ୍ରତିଷ୍ଠା ହେବା ଜରୁରୀ ବୋଲି ଡକ୍ଟର ଜୟଶଙ୍କର କ‌ହିଛନ୍ତି ।

ବିଭିନ୍ନ କ୍ଷେତ୍ରରେ ସହଯୋଗର ଆବଶ୍ୟକତା ଉପରେ ଆଲୋକପାତ କରି ଜକ୍ଟର ଜୟଶଙ୍କର ସାମୂହିକ ପ୍ରୟାସ ଦ୍ବାରା ସମ୍ବଳ ସଂଗ୍ରହ, ପୁଞ୍ଜିନିବେଶ ଆକୃଷ୍ଟ ହୋଇପାରିବ ବୋଲି କହିଛନ୍ତି । ଜୟଶଙ୍କର ଏସ.ସି.ଓ ଢାଞ୍ଚାରେ ଭାରତର ବିଶ୍ୱସ୍ତରୀୟ ପଦକ୍ଷେପର ପ୍ରାସଙ୍ଗିକତା ଉପରେ ମଧ୍ୟ ଆଲୋକପାତ କରିଥିଲେ। ଅକ୍ଷୟ ଶକ୍ତିକୁ ପ୍ରୋପାହନ ଦେଉଥୁବା ଅନ୍ତର୍ଜାତୀୟ ସୌର ମେଣ୍ଟ ଏବଂ ଜଳବାୟୁ ପରିବର୍ତ୍ତନର ପ୍ରଭାବକୁ ହ୍ରାସ କରିବା ଉଦ୍ଦେଶ୍ୟରେ ବିପର୍ଯ୍ୟୟ ମୁକାବିଲା ଭିଭିଭୂମି ପ୍ରସ୍ତୁତ କରିବାକୁ ଡକ୍ଟର ଜୟଶଙ୍କର ଗୁରୁତ୍ୱ ପ୍ରଦାନ କରିଛନ୍ତି ।

Jaishankar

ଡକ୍ଟର ଜୟଶଙ୍କର ଜାତିସଂଘ ସୁରକ୍ଷା ପରିଷଦର ବ୍ୟାପକ ସଂସ୍କାର ଉପରେ ମଧ୍ୟ ଗୁରୁତ୍ୱ ପ୍ରଦାନ କରିଛନ୍ତି । ମିଳିତ ଜାତିସଂଘର ବିଶ୍ୱସନୀୟତା ଏବଂ ଫଳପ୍ରଦ ପଦକ୍ଷେପ କ୍ଷେତ୍ରରେ ବିକାଶଶୀଳ ଦେଶଗୁଡ଼ିକର ପ୍ରତିନିଧିତ୍ବ ସୁନିଶ୍ଚିତ କରିବା ଉପରେ ନିର୍ଭର କରେ ବୋଲି ସେ କହିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+