ପେଟ୍ରୋଲ ଅଭାବରୁ ବନ୍ଦ ହେଲା ସ୍କୁଲ
Schools to remain closed due to lack of fuel. Sri Lankan Education Ministry declared holiday week for all the government and state-approved private school
ଶ୍ରୀଲଙ୍କା:ଆର୍ଥିକ ସଙ୍କଟ ଦେଇ ଗତି କରୁଛି ଶ୍ରୀଲଙ୍କା । ପୂର୍ବରୁ ପେଟ୍ରୋଲ ଅଭାବ ଦେଦାରୁ 'ନୋ ପେଟ୍ରୋଲ'ପୋଷ୍ଟର ଲଗାଯାଇଥିଲା ଆଉ ଏବେ ବନ୍ଦ ହୋଇଛି ପିଲାଙ୍କ ପାଠ ପଢା । ପ୍ରାୟ ଏକ ସପ୍ତାହ ହେଲା ବନ୍ଦ ରହିଛି ସ୍କୁଲ । ଭୟଙ୍କର ଆର୍ଥିକ ସଙ୍କଟ ପାଇଁ ଲୋକଙ୍କୁ ଖାଦ୍ୟ ମିଳିବା ମଧ୍ୟ କଷ୍ଟକର ହୋଇପଡିଛି ।ତେବେ ପେଟ୍ରୋଲ ଦର ବଦ୍ଧି ପାଇଁ ଏବେ ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲରେ ଆଉ ଏକ ସପ୍ତାହ ପାଇଁ ପଡିଛି ତାଲା ।ଇନ୍ଧନ ଅଭାବରୁ ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟତ୍ରୀ ମାନେ ସ୍କୁଲ ଯିବା ଆସିବା ପାଇଁ କଷ୍ଟକର ହୋଇପଡିଥିଲା । ତେବେ ଛୁଟିରେ ଚଳିତ ବର୍ଷର ପାଠ୍ୟକ୍ରମକୁ ପୂରଣ କରାଯିବ ବୋଲି କହିଛନ୍ତି ଶ୍ରୀଲଙ୍କାର ଶିକ୍ଷା ମନ୍ତ୍ରୀ ।

ଏହା ସହ ସୋମବାରଠୁ ପୁରା ଦେଶରେ ତିନି ଘଣ୍ଟା ପାଇଁ ବିଦ୍ୟୁତ୍ ମଧ୍ୟ କଟାଯିବ ବୋଲି ଘୋଷଣା କରାଯାଇଛି । କାରଣ ସେମାନେ ବିଦ୍ୟୁତ୍ ଉତ୍ପାଦନ ପାଇଁ ଆବଶ୍ୟକ ପଡୁଥିବା ପର୍ଯ୍ୟାପ୍ତ ଇନ୍ଧନ ଯୋଗାଇବାରେ ସକ୍ଷମ ନୁହଁନ୍ତି ।ଏହା ସହିତ ଦେଶରେ ରନ୍ଧନ ଗ୍ୟାସ୍, ଔଷଧ ଏବଂ ଖାଦ୍ୟ ସାମଗ୍ରୀ ସହିତ ଅତ୍ୟାବଶ୍ୟକ ଜିନିଷର ମଧ୍ୟ ବହୁତ ଅଭାବ ରହିଛି ।
-
ବ୍ରିଟେନକୁ ସିଧାସଳଖ ଚେତାବନୀ ଦେଲା ଇରାନ, କହିଲା ଆମେରିକାକୁ ସାହାଯ୍ୟ କରିବା ପଡ଼ିବ ମହଙ୍ଗା -
ମାର୍ଚ୍ଚ ଶେଷ ସପ୍ତାହରେ ପ୍ରଳୟ କରିବ କାଳବୈଶାଖୀ -
ଘରୋଇ ବସ୍ରେ ଅଗ୍ନିକାଣ୍ଡ, ବିଧାୟକ ମଙ୍ଗୁ ଖିଲଙ୍କ ସମେତ ସମସ୍ତ ଯାତ୍ରୀ ସୁରକ୍ଷିତ ଉଦ୍ଧାର -
ନାଟୋ'କୁ ଭୀରୁ କହି ବର୍ଷିଲେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ୍ -
ଓଡ଼ିଆ ଖାଦ୍ୟ ପଖାଳକୁ ମିଳିଲା ଅନ୍ତର୍ଜାତୀୟ ପରିଚୟ -
Zomatoରୁ ଖାଇବା ଅର୍ଡର କରିବା ହେଲା ମହଙ୍ଗା, ବଢ଼ିଲା ପ୍ଲାଟଫର୍ମ ଫିସ୍ -
ଆଜି ପବିତ୍ର ଇଦ୍-ଉଲ୍-ଫିତର୍, ଆଲିଙ୍ଗନ କରି ଜଣାଉଛନ୍ତି ଶୁଭେଚ୍ଛା





Click it and Unblock the Notifications