ସ୍କୁଲରେ ଗୁଳିକାଣ୍ଡ; ୧୦ ମୃତ ଓ ୨୪ ଆହତ

କାନାଡାର ଟମ୍ବଲର ରିଜ୍ ସ୍କୁଲରେ ଗୁଳିକାଣ୍ଡ ଘଟିଛି । ଏହି ଆକ୍ରମଣରେ ପ୍ରାୟ ୧୦ ଜଣଙ୍କର ମୃତ୍ୟୁ ହୋଇଥିଲାବେଳେ ୨୪ ଜଣ ଆହତ ହୋଇଛନ୍ତି । ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

School shooting

ସୂଚନାନୁଯାୟୀ, ଗତକାଲି ଅପରାହ୍ନରେ ଟମ୍ବଲର ରିଜ୍ ମାଧ୍ୟମିକ ସ୍କୁଲରେ ଗୁଳିକାଣ୍ଡ ଘଟି ଜଣେ ସନ୍ଦିଗ୍ଧ ବ୍ୟକ୍ତିଙ୍କ ସମେତ ୧୦ ଜଣଙ୍କର ମୃତ୍ୟୁ ହୋଇଛି । ପ୍ରାୟ ଦୁଇ ଡଜନ ଆହତଙ୍କ ଚିକିତ୍ସା କରାଯାଉଛି । ଟମ୍ବଲର ରିଜ୍ RCMP କହିଛି ଯେ, ଅପରାହ୍ନ ପ୍ରାୟ ୧ଟା ୨୦ ମିନିଟ୍ ସମୟରେ ସ୍କୁଲରେ ଜଣେ ସକ୍ରିୟ ଗୁଳିକାଣ୍ଡକାରୀର ସୂଚନା ମିଳିଥିଲା । ଏହାରି ମଧ୍ୟରେ ପୋଲିସ କହିଛି ଯେ, ସ୍କୁଲରୁ ଗୁରୁତର ଆହତ ଦୁଇଜଣଙ୍କୁ ଏୟାରଲିଫ୍ଟ କରାଯାଇଛି । "ଅନ୍ୟ ସମସ୍ତ ଛାତ୍ର ଏବଂ କର୍ମଚାରୀଙ୍କୁ ସୁରକ୍ଷିତ ଭାବରେ ସ୍ଥାନାନ୍ତର କରାଯାଇଛି ।"
ଅନ୍ୟପଟେ ଜଣେ ମହିଳା ସନ୍ଦିଗ୍ଧ ଏଥିରେ ସାମିଲ ହୋଇଥିବା ଜଣାପଡିଛି । ମହିଳାଙ୍କ ସନ୍ଦିଗ୍ଧଙ୍କର ମଧ୍ୟ ମୃତ୍ୟୁ ହୋଇଥିବା ପୋଲିସ ସୂଚନା ଦେଇଛି । ଏଥିରେ ଆଉ କାହାର ସମ୍ପୃକ୍ତି ଅଛି କି ନାହିଁ ସେନେଇ ପୋଲିସ ତଦନ୍ତ କରୁଛି । ଗୁଳିକାଣ୍ଡ ପରେ ସ୍କୁଲକୁ ସିଲ୍ କରିଦିଆଯାଇଛି । ଏଥିସହ ଆଖପାଖ ଅଞ୍ଚଳର ଲୋକଙ୍କୁ ଘର ଭିତରେ ରହିବାକୁ ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି । ସ୍କୁଲ ପରିସରରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+