ସ୍କୁଲ ବସ୍‌ରେ ଲାଗିଲା ନିଆଁ, ଜୀବନ୍ତ ଜଳିଗଲେ ୨୫ ଛାତ୍ର ଓ ଶିକ୍ଷକ,

ଥାଇଲ୍ୟାଣ୍ଡର ଏକ ସ୍କୁଲ ବସ୍‌ରେ ଅଗ୍ନିକାଣ୍ଡରେ ୨୫ ଶିଶୁ ଓ ଶିକ୍ଷକ ଜୀବନ୍ତ ଦଗ୍ଧ ହୋଇଛନ୍ତି। କୁହାଯାଉଛି ଯେ ଏହି ବସ୍ ମଙ୍ଗଳବାର ଦିନ ରାଜଧାନୀ ବ୍ୟାଙ୍କକକ୍ ଉପକଣ୍ଠରେ ଛାତ୍ର ଓ ଶିକ୍ଷକମାନଙ୍କୁ ନେଇ ଯାଉଥିଲା। ହଠାତ୍ ବସରେ ନିଆଁ ଲାଗିଥିଲା। ଯାହା ଫଳରେ ସମସ୍ତେ ନିଆଁରେ ଫସି ଯାଇଥିଲେ।

ବସ୍‌ରେ ମୋଟ ୪୪ ଜଣ ଲୋକ ଯାତ୍ରା କରୁଥିଲେ। ଗୃହମନ୍ତ୍ରୀ ଅନୁଟିନ ଚରଣଭୀରାକୁଲ କହିଛନ୍ତି, ଘଟଣାସ୍ଥଳର ତଦନ୍ତ ଶେଷ ହୋଇ ନ ଥିବାରୁ କର୍ତ୍ତୃପକ୍ଷ ଏପର୍ଯ୍ୟନ୍ତ ମୃତ୍ୟୁ ସଂଖ୍ୟା ନିଶ୍ଚିତ କରିପାରି ନାହିଁ। କିନ୍ତୁ ବଞ୍ଚିଥିବା ଲୋକଙ୍କ ସଂଖ୍ୟାକୁ ଆଧାର କରି ୨୫ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି।

School bus fire in Thailand kills at least 25

ଥାଇଲ୍ୟାଣ୍ଡର ପରିବହନ ମନ୍ତ୍ରୀ ସୁରିଆ ଜଙ୍ଗରୁଙ୍ଗ୍ରୁଙ୍ଗକିଟ୍ ଏହି ଘଟଣାକୁ ନିଶ୍ଚିତ କରିଛନ୍ତି। ସେ କହିଥିଲେ ଯେ ବସ୍‌ରେ ପ୍ରାୟ ୪୪ ଜଣ ଲୋକ ଥିଲେ। ୧୯ ଜଣ କୌଣସି ପ୍ରକାରେ ବସରୁ ଓହ୍ଲାଇବାରେ ସଫଳ ହୋଇଥିଲେ। ବାକି ସମସ୍ତେ ନିଆଁରେ ଫସି ଯାଇଥିଲେ। ଯେଉଁମାନେ ଜୀବନ ବଞ୍ଚାଇବାରେ ବିଫଳ ହୋଇଥିଲେ।ବସ୍‌ରେ ଥିବା ଲୋକମାନେ ସ୍କୁଲ ଯାତ୍ରା ପାଇଁ କେନ୍ଦ୍ରୀୟ ଉଥାଇ ଥାନି ପ୍ରାନ୍ତରୁ ରାଜଧାନୀ ଆୟୁଥୟା ଅଭିମୁଖେ ଯାତ୍ରା କରୁଥିଲେ। ରାଜଧାନୀର ଉତ୍ତର ଉପକଣ୍ଠ ପାଥମ୍ ଥାନିରେ ଏହି ହୃଦୟ ବିଦାରକ ଦୁର୍ଘଟଣା ଘଟିଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+