ୟେମେନରେ ଭୟଙ୍କର ଏୟାର ଷ୍ଟ୍ରାଇକ କଲା ସାଉଦିଆରବ,ଚାଲିଗଲା ୨୦ ଜୀବନ
ୟେମେନରେ ଭୟଙ୍କର ଏୟାର ଷ୍ଟ୍ରାଇକ । ସାଉଦିଆରବର ଆକ୍ରମଣରେ ୨୦ ମୃତ । ଦୁଇ ଦେଶ ମଧ୍ୟରେ ବଢ଼ିଲା ଯୁଦ୍ଧ ଆଶଙ୍କା । ୟେମେନରେସାଉଦି ଆରବ ନେତୃତ୍ୱାଧୀନ ମିଳିତ ବାହିନୀ ପକ୍ଷରୁ ବଡ଼ ଧରଣର ବିମାନ ଆକ୍ରମଣ କରାଯାଇଛି । ଏହି ଆକ୍ରମଣରେ ପ୍ରାୟ ୨୦ ଜଣ ବିଦ୍ରୋହୀ ସୈନ୍ୟ ପ୍ରାଣ ହରାଇଥିବା ଜଣାପଡ଼ିଛି ।
'ସଦର୍ଣ୍ଣ ଟ୍ରାଞ୍ଜିସନାଲ୍ କାଉନସିଲ୍' ନାମକ ଗୋଷ୍ଠୀର ଶିବିର ଉପରେ ଆଟାକ ହୋଇଛି । ଏହି ଗୋଷ୍ଠୀକୁ ସଂଯୁକ୍ତ ଆରବ ଏମିରେଟ୍ସ ସମର୍ଥନ କରୁଥିବା କୁହାଯାଉଛି । ୟେମେନର ହଦ୍ରାମାଉତ୍ ପ୍ରଦେଶରେ ଥିବା 'ଅଲ୍-ଖାଶା' ସାମରିକ ଶିବିର ଏବଂ ସେୟୁନ୍ ବିମାନବନ୍ଦର ନିକଟରେ ଏହି ବୋମା ମାଡ଼ ହୋଇଛି ।

ଗତ କିଛି ସପ୍ତାହ ଧରି ଏହି ବିଦ୍ରୋହୀ ଗୋଷ୍ଠୀ ୟେମେନର ଅନେକ ଅଞ୍ଚଳ ଦଖଲ କରିନେଇଥିଲେ । ସେମାନଙ୍କୁ ରୋକିବା ପାଇଁ ସାଉଦି ଆରବ ଏହି କଠୋର ପଦକ୍ଷେପ ନେଇଛି । ଏହି ଆକ୍ରମଣ ପରେ ବିଦ୍ରୋହୀ ଗୋଷ୍ଠୀ (STC) ଘୋଷଣା କରିଛି ଯେ ସେମାନେ ଆଗାମୀ ଦୁଇ ବର୍ଷ ମଧ୍ୟରେ ଦକ୍ଷିଣ ୟେମେନକୁ ଏକ ସ୍ୱତନ୍ତ୍ର ଦେଶ ଭାବେ ଗଠନ କରିବେ, ଯାହାର ନାମ "ସାଉଥ୍ ଆରବିୟା
" ରଖାଯିବ । ଏହି ଘଟଣା ପରେ ସାଉଦି ଆରବ ଏବଂ UAE ମଧ୍ୟରେ ସମ୍ପର୍କ ଖରାପ ହେବାରେ ଲାଗିଛି । ସେପଟେ ଆଡେନ ବିମାନବନ୍ଦରରେ ସମସ୍ତ ବିମାନ ଚଳାଚଳ ବନ୍ଦ କରିଦିଆଯାଇଛି । ଯାହାଫଳରେ ସାଧାରଣ ଲୋକେ ବହୁତ ହଇରାଣ ହେଉଛନ୍ତି ।
-
ମାର୍ଚ୍ଚ ଶେଷ ସପ୍ତାହରେ ପ୍ରଳୟ କରିବ କାଳବୈଶାଖୀ -
ନିର୍ବାଚନ ସରିଲେ ବାହାହେବେ ବିଜୟ -
ଘରୋଇ ବସ୍ରେ ଅଗ୍ନିକାଣ୍ଡ, ବିଧାୟକ ମଙ୍ଗୁ ଖିଲଙ୍କ ସମେତ ସମସ୍ତ ଯାତ୍ରୀ ସୁରକ୍ଷିତ ଉଦ୍ଧାର -
ନାଟୋ'କୁ ଭୀରୁ କହି ବର୍ଷିଲେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ୍ -
Zomatoରୁ ଖାଇବା ଅର୍ଡର କରିବା ହେଲା ମହଙ୍ଗା, ବଢ଼ିଲା ପ୍ଲାଟଫର୍ମ ଫିସ୍ -
ଓଡ଼ିଆ ଖାଦ୍ୟ ପଖାଳକୁ ମିଳିଲା ଅନ୍ତର୍ଜାତୀୟ ପରିଚୟ -
ଆଜି ପବିତ୍ର ଇଦ୍-ଉଲ୍-ଫିତର୍, ଆଲିଙ୍ଗନ କରି ଜଣାଉଛନ୍ତି ଶୁଭେଚ୍ଛା





Click it and Unblock the Notifications