ସନ୍ଦୀପ ଘୋଷଙ୍କୁ ଝଟକା ; ନିରାଶ କଲେ ସୁପ୍ରିମକୋର୍ଟ

କୋଲକାତାର ଆର.ଜି କର ମେଡିକାଲ କଲେଜରେ ଆର୍ଥିକ ଅନିୟମିତତା ମାମଲାରେ ପୂର୍ବତନ ପ୍ରିନ୍ସପାଲ ସନ୍ଦୀପ ଘୋଷଙ୍କ ଆବେଦନକୁ ସୁପ୍ରିମକୋର୍ଟ ପ୍ରତ୍ୟାଖ୍ୟାନ କରିଛନ୍ତି। ଜଣେ ମହିଳା ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା ମାମଲାରେ ଆର ଜି କର ମେଡିକାଲ କଲେଜ ଗତ କିଛି ଦିନ ହେବ ଖବରରେ ରହିଛି । ଡାକ୍ତରଙ୍କ ବଳାତ୍କାର ଓ ହତ୍ୟା ମାମଲା ମଧ୍ୟରେ ମେଡିକାଲ କଲେଜରେ ଆର୍ଥିକ ଅନିୟମିତତା ହେବାର ଗୁରୁତର ଅଭିଯୋଗ ଆସିଥିଲା। ଏହି ଅଭିଯୋଗର କେନ୍ଦ୍ରରେ ଆର.ଜି କର ମେଡିକାଲ କଲେଜର ପୂର୍ବତନ ପ୍ରିନ୍ସିପାଲ ସନ୍ଦୀପ ଘୋଷ ରହିଥିଲେ ।

Sandeep Ghosh

୩ଦିନ ତଳେ କୋଲକାତା ଆର୍‌ ଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲର ପୂର୍ବତନ ପ୍ରିନ୍ସିପାଲ ଡାକ୍ତର ସନ୍ଦୀପ ଘୋଷଙ୍କୁ ସିବିଆଇ ଗିରଫ କରିଥିଲା । ମେଡିକାଲ କଲେଜ ଏବଂ ହସ୍ପିଟାଲରେ ବିଭିନ୍ନ ଆର୍ଥିକ ଅନିୟମିତତା ମାମଲାରେ ସିବିଆଇ ତାଙ୍କୁ ଗିରଫ କରିଥିଲା । ତଦନ୍ତ ନେଇ କୋଲକାତା ହାଇକୋର୍ଟ ସିବିଆଇକୁ ଦାୟିତ୍ବ ଦେବା ପରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା । ହାଇକୋର୍ଟର ରାୟକୁ ବିରୋଧ କରି ସନ୍ଦୀପ ସୁପ୍ରିମକୋର୍ଟର ଦ୍ବାରସ୍ଥ ହୋଇଥିବା ବେଳେ ଆଜି କୋର୍ଟ ତାଙ୍କ ଆବେଦନକୁ ଖାରଜ କରିଛନ୍ତି ।

ସୁପ୍ରିମକୋର୍ଟରେ ଆବେଦନ କରି ଘୋଷ ଜଣାଇଥିଲେ ଯେ, ମୁଁ ତଦନ୍ତକୁ ବିରୋଧ କରୁନାହିଁ। କିନ୍ତୁ ଦୁର୍ନୀତି ମାମଲା ସହ ଆରଜି କର ହସ୍ପିଟାଲରେ ହୋଇଥିବା ଦୁଷ୍କର୍ମର ମାମଲାକୁ ଯୋଡ଼ିବା ବେଆଇନ । ଏହା ସହ ତଦନ୍ତ ସିବିଆଇକୁ ହସ୍ତାନ୍ତର କରିବା ପୂର୍ବରୁ କଲିକତା ହାଇକୋର୍ଟ ମୋର ପକ୍ଷ ଶୁଣି ନଥିଲେ । ମୁଁ ଚାହୁଛି ଯେ, ଦୁର୍ନୀତି ଓ ଆରଜି କର ହସ୍ପିଟାଲରେ ହୋଇଥିବା ଦୁଷ୍କର୍ମର ମାମଲାକୁ ନମିଶାଇ ଅଲଗା ଭାବେ ତଦନ୍ତ କରାଯାଉ ।
ଏହି ଆବେଦର ଶୁଣାଣି ବେଳେ ମୁଖ୍ୟ ବିଚରପତି ଡିୱାଇ ଚନ୍ଦ୍ରଚୂଡ଼ କହିଥିଲେ, କିପରି ଅନୁସନ୍ଧାନ କରାଯିବା ଉଚିତ୍, ଆମେ ତାହା ସିବିଆଇକୁ କହିବୁ ନାହିଁ । କଲିକତା ହାଇକୋର୍ଟ ଏକ ଜନସ୍ବାର୍ଥ ମାମଲା (ପିଆଇଏଲ୍‌)କୁ ଆଧାର କରି ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ତୁମର ପକ୍ଷ ଶୁଣିବା ଜରୁରୀ ନୁହେଁ । "

ପୂର୍ବରୁ ଆଇଏମ୍‌ଏ ଘୋଷଙ୍କ ସଦସ୍ୟତା ରଦ୍ଦ କରିଦେଇଥିଲା। ଆଇଏମ୍‌ଏ ଜାତୀୟ ସଭାପତି ଡାକ୍ତର ଆର୍‌ ଭି ଅଶୋକନ୍‌ଙ୍କ ଦ୍ବାରା ଗଠିତ ଶୃଙ୍ଖଳାଗତ କମିଟି ଦ୍ବାରା ସର୍ବସମ୍ମତି କ୍ରମେ ଏହି ନିଷ୍ପତ୍ତି ନିଆଯାଇଥିଲା।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+