ଗ୍ରୀସରେ ସମଲିଙ୍ଗୀ ବିବାହକୁ ମିଳିଲା ମଞ୍ଜୁରୀ
Greece Same Sex Marriage: ପ୍ରଭାବଶାଳୀ ତଥା ଦୃଢ ବିରୋଧ ସତ୍ୱେ ଗ୍ରୀସ୍ ସରକାର ଏକ ଐତିହାସିକ ଘୋଷଣା କରିଛନ୍ତି । ଗ୍ରୀସରେ ସମଲିଙ୍ଗୀ ବିବାହ ମିଳିଲା ଆଇନଗତ ସ୍ୱୀକୃତ । ଦୀର୍ଘ ଦିନ ଧରି ଗ୍ରୀସରେ ସମଲିଙ୍ଗୀ ବିବାହକୁ ଆଇନଗତ କରିବାକୁ ସଂଘର୍ଷ ଜାରି ଥିଲା ଏବଂ ସରକାରଙ୍କ ଏହି ନିଷ୍ପତ୍ତିକୁ ସମର୍ଥନ କରିବା ପାଇଁ ଗ୍ରୀକ୍ ସଂସଦରେ କ୍ରସ୍ ଭୋଟ୍ ମଧ୍ୟ କରାଯାଇଥିଲା।
300 ସିଟ୍ ବିଶିଷ୍ଟ ସଂସଦରେ ସମଲିଙ୍ଗୀ ବିବାହକୁ ସ୍ୱୀକୃତି ଦେବା ପାଇଁ ସରକାରଙ୍କୁ 175 ଭୋଟ୍ ଆବଶ୍ୟକ ଥିଲା ଏବଂ ଭୋଟ୍ ସମୟରେ ଜଣେ ବିରୋଧୀ ସାଂସଦ କ୍ରସ୍ ଭୋଟ କରିଥିଲେ ଯାହା ପରେ ସମଲିଙ୍ଗୀ ବିବାହ ସପକ୍ଷରେ 176 ଭୋଟ୍ ପଡିଥିଲା ଏହଂ ସଂସଦରେ ଏହି ବିଲ୍ ପାରିତ ହୋଇଥିଲା । ପ୍ରଧାନମନ୍ତ୍ରୀଙ୍କ ପକ୍ଷରୁ ଏହି ବିଲକୁ ଗୃହରେ ଉପସ୍ଥାପନା କରାଯାଇଥିଲା । ଏହି ବିଲ୍କୁ ଦେଶର ଚର୍ଚ୍ଚଗୁଡ଼ିକ ପକ୍ଷରୁ କଡ଼ା ବିରୋଧ କରାଯାଇଥିଲା ।

ସଂସଦ ମଧ୍ୟରେ 76 ସାଂସଦ ସମଲିଙ୍ଗୀ ବିବାହ ବିରୋଧରେ ମତଦାନ କରିଥିବା ବେଳେ 46 ସାଂସଦ ଭୋଟିଂର ବହିଷ୍କାର କରି ଗୃହ ଛାଡିଥିଲେ । ଭୋଟିଂ ସରିବା ପରେ ପ୍ରଧାନମନ୍ତ୍ରୀ ଟ୍ୱିଟ୍ କରି କହିଛନ୍ତି ଯେ, ସମଲିଙ୍ଗୀ ବିବାହକୁ ସମାନତା ଆଇନ ପ୍ରଣୟନ କରିବାରେ 16 ତମ ଦେଶ ହୋଇଥିବାରୁ ଗ୍ରୀସ୍ ଗର୍ବିତ।
ସେ ଆହୁରି ଲେଖିଛନ୍ତି ଯେ, ଏହା ମାନବ ଅଧିକାର ପାଇଁ ଏକ ମାଇଲଖୁଣ୍ଟ । ଯାହା ଆଜିର ଗ୍ରୀସକୁ ପ୍ରତିଫଳିତ କରିଛି - ଏକ ପ୍ରଗତିଶୀଳ ତଥା ଗଣତାନ୍ତ୍ରିକ ଦେଶ, ୟୁରୋପୀୟ ମୂଲ୍ୟବୋଧ ପ୍ରତି ସମ୍ପୂର୍ଣ୍ଣ ପ୍ରତିବଦ୍ଧ। ଗ୍ରୀସରେ, ଏହି ବିଲ୍ ସଂସଦରେ ଉପସ୍ଥାପିତ ହେବା ପରେ ଲକ୍ଷ ଲକ୍ଷ ସମର୍ଥକ ସଂସଦ ବାହାରେ ଏବଂ ଟିଭି ପରଦାରେ ବିତର୍କକୁ କରୁଥିବାର ଦେଖିବା ପାଇଁ ମିଳିଛି । ଭୋଟ୍ ଦେବା ପରେ ସଂସଦ ଫଳାଫଳ ଘୋଷଣା କରିବା ମାତ୍ରେ ବିଲ୍ ସମର୍ଥକମାନଙ୍କ ମଧ୍ୟରେ ଉତ୍ସବ ଆରମ୍ଭ ହୋଇଯାଇଥିଲା । ସେମାନେ ପରସ୍ପରକୁ ଆଲିଙ୍ଗନ କରି ଅଭିନନ୍ଦନ ଜଣାଇଥିଲେ।












Click it and Unblock the Notifications