ଲେଖକ ସଲମାନ ରୁଶଦିଙ୍କ ଉପରେ ଆକ୍ରମଣ
ପ୍ରସିଦ୍ଧ ଲେଖକ ସଲମାନ ରୁଶଦିଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଛି। ଶୁକ୍ରବାର ସେ ପଶ୍ଚିମ ନ୍ୟୁୟର୍କରେ ଉଦବୋଧନ ଦେବା ସମୟରେ ତାଙ୍କୁ ଉପରେ ଏହି ଆକ୍ରମଣ ହୋଇଥିଲା।
ନ୍ୟୁୟର୍କ: ପ୍ରସିଦ୍ଧ ଲେଖକ ସଲମାନ ରୁଶଦିଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଛି। ଶୁକ୍ରବାର ସେ ପଶ୍ଚିମ ନ୍ୟୁୟର୍କରେ ଉଦବୋଧନ ଦେବା ସମୟରେ ତାଙ୍କୁ ଉପରେ ଏହି ଆକ୍ରମଣ କରାଯାଇଛି। ଆସୋସିଏଟେଡ ପ୍ରେସ ରିପୋର୍ଟ ଅନୁସାରେ ଚୋଟୋକ୍ୱା ସଂସ୍ଥାନରେ ରୁଶଦି ନିଜର ଅଭିଭାଷଣ ରଖିବା ପାଇଁ ମଞ୍ଚକୁ ଯିବା ସମୟରେ ଜଣେ ବ୍ୟକ୍ତିଙ୍କୁ ତାଙ୍କ ଉପରେ ଆକ୍ରମଣ କରିଥିଲା।

ଭାରତୀୟ ବଂଶୋଦ୍ଭବ ସଲମାନ ରୁଶଦି ନିଜ ଲେଖା ପାଇଁ ସାରା ବିଶ୍ୱରେ ପରିଚିତ। ତାଙ୍କ ଲେଖା ପାଇଁ 1980 ଦଶନ୍ଧିରେ ଇରାନ ତାଙ୍କୁ ଜୀବନରୁ ମାରିବା ପାଇଁ ଦମକ ଦେଇଥିଲା। 1988 ମସିହାରୁ ଇରାନରେ ରୁଶଦିଙ୍କ ପୁସ୍ତକ ଦ ସାଟାନିକ୍ ଭର୍ସେସ୍ ଉପରେ ପ୍ରତିବନ୍ଧକ ଲଗାଯାଇଛି, କାରଣ ଅନେକ ମୁସଲମାନ ଏହାକୁ ନିନ୍ଦନୀୟ ବୋଲି ବିବେଚନା କରନ୍ତି । ଦୀର୍ଘ 20 ବର୍ଷ ଧରି ଆମେରିକାରେ ରହିଆସୁଛନ୍ତି ସଲମାନ ।












Click it and Unblock the Notifications