ଋଷ ୟୁକ୍ରେନ ଯୁଦ୍ଧକୁ ନେଇ ଆସିଲା ବଡ ଖବର ; ଯୁଦ୍ଧରେ ଲାଗିବ ବ୍ରେକ, ଆଲୋଚନାରେ ବସିବେ ଦୁଇ ଦେଶର ରାଷ୍ଟ୍ରପତି

ଯୁଦ୍ଧଭୂମିରୁ ଆସିଛି ବଡ ଖବର । ୟୁକ୍ରେନ ରାଷ୍ଟ୍ରପତିଙ୍କୁ ଭେଟିବାକୁ ରୁଷ ରାଷ୍ଟ୍ରପତି ପ୍ରସ୍ତୁତ ଥିବା ସୂଚନା ଦେଇଛି କ୍ରେମଲିନ ।ତିନି ବର୍ଷର ଯୁଦ୍ଧପରେ ଋଷ ଓ ଆମେରିକାର କୂଟନୀତିଜ୍ଞମାନେ ସାଉଦି ଆରବରେ ଏକ ବୈଠକ କରିବା ପରେ ଋଷ ପକ୍ଷରୁ ଏହି ଘୋଷଣା ସାମ୍ନାକୁ ଆସିଛି। ତେବେ ଏହି ବୈଠକରେ ୟୁକ୍ରେନର କୌଣସି ଅଧିକାରୀ ସାମିଲ ହୋଇ ନଥିଲେ ବୋଲି ସୂଚନା ମିଳିଛି। ଅନ୍ୟପଟେ ଜେଲେନ୍କି "ୟୁକ୍ରେନ ପଛରେ ହେଉଥିବା କୌଣସି ଶାନ୍ତି ଚୁକ୍ତିକୁ ଗ୍ରହଣ କରାଯିବ ନାହିଁ" ବୋଲି ଘୋଷଣା କରିଛନ୍ତି।

Russia s Ukraine War

ସୀମାକୁ ନେଇ ଉଭୟ ଦେଶ ନିଜ ନିଜ ନିଷ୍ପତ୍ତିରେ ଅଟଳ ରହିଛନ୍ତି। କିଭ୍ ପଛକୁ ହଟିଲେ ଆମେ ଯୁଦ୍ଧ ବନ୍ଦ କରିଦେବୁ ବୋଲି ପୁଟିନ ଗତ ବର୍ଷ ଘୋଷଣା କରିଥିଲେ। କିନ୍ତୁ ଏହି ନିଷ୍ପତ୍ତିକୁ ୟୁକ୍ରେନ ଗ୍ରହଣ ନକରି ଯୁଦ୍ଧ ଜାରି ରଖିଥିଲା। ତେବେ ଆମେରିକୀୟ ରାଷ୍ଟ୍ରପତି ଭାବେ ଟ୍ରମ୍ପ ନିଜର ଦ୍ୱିତୀୟ ପାଳି ଆରମ୍ଭ କରିବା ପରେ ଦୁଇ ଦେଶ ମଧ୍ୟରେ ଶାନ୍ତି ଫେରାଇ ଆଣିବାକୁ ଚେଷ୍ଟା ଜାରି ରଖିଛନ୍ତି। କିଛିଦିନ ତଳେ ଟ୍ରମ୍ପ ଟେଲିଫୋନ ଯୋଗେ ଉଭୟ ଦେଶରରାଷ୍ଟ୍ରପତିମାନଙ୍କ ସହ କଥା ହୋଇଥିଲେ। ଏହା ନିର୍ୟ୍ୟାସରେ ସୋମବାର ଆମେରିକୀୟ ଓ ଋଷିୟ କୂଟନୀତିଜ୍ଞ ମାନେ ଯୁଦ୍ଧ ବିରାମ ପାଇଁ ସାଉଦି ଆରବରେ ଏକ ବୈଠକର ଆୟୋଜନ କରିଥିଲେ। ଶାନ୍ତି ଚୁକ୍ତି ନେଇ ଆମେରିକା ଓ ଋଷିଆ ମଧ୍ୟରେ ଆଲୋଚନା ହେଉଥିବା ବେଳେ ମଧ୍ୟ ଋଷିଆ କିଭ୍ ରେ ଡ୍ରୋନ ଆକ୍ରମଣ କରିଥିଲା ବୋଲି ୟୁକ୍ରେନର ସାମରିକ ବାହିନୀ ଘୋଷଣା କରିଛି। ଋଷ ସେନା ମୋଟ୍ ୧୭୬ଟି ଡ୍ରୋନ ଯୋଗେ ୟୁକ୍ରେନ ଉପରେ ଆକ୍ରମଣ ଜାରି ରଖିଥିଲା ବୋଲି ୟୁକ୍ରେନ ବାୟୁ ସେନା ଘୋଷଣା କରିଛି। ତେବେ ଅନେକ ଡ୍ରୋନକୁ ଜାମର ଦ୍ୱାରା ନଷ୍ଟ କରିଦିଆ ଯାଇଥିଲା ବୋଲି ଖବର ସରବାରହ ସଂସ୍ଥା ଏପି ଏକ ରିପୋର୍ଟ ପ୍ରକାଶ କରିଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+