ୟୁକ୍ରେନ ଉପରେ ଋଷର ମିଶାଇଲ ମାଡ଼: ୧୭ ମୃତ
Ukrain News: ଋଷ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ବନ୍ଦ ହେବାର ନାଁ ନେଉ ନାହିଁ । ବୁଧବାର ୟୁକ୍ରେନର ଐତିହାସିକ ସହର ଚେର୍ନିହିଭରେ ଋଷ ତିନୋଟି ମିଶାଇଲ ମାଡ଼ କରିଛି । ଯେଉଁଥିରେ ପ୍ରାୟ ୧୭ ଜଣଙ୍କ ମୃତ ଘଟିଛି । ସେହିପରି ୬୦ରୁ ଉର୍ଦ୍ଧ୍ୱ ଗୁରୁତର ଆହତ ହୋଇଥିବା ନେଇ ସୂଚନା ରହିଛି । ମୃତକଙ୍କ ମଧ୍ୟରେ ଅନେକ ଶିଶୁ ଥିବା ଜଣାଯାଇଛି ।

ସୂଚନା ଅନୁସାରେ, ୟୁକ୍ରେନର ଚେର୍ନିହିଭ୍ ସହରରେ ପୁଣି ମିଶାଇଲ ମାଡ଼ କରିଛି ଋଷ । ୟୁକ୍ରେନର ରାଜଧାନୀ କ୍ୱିଭଠାରୁ ୧୫୦ କିମି ଦୂରରେ ରହିଛି ଚେର୍ନିହିଭ୍ । ଯେଉଁଠି ଏକ ୮ ମହଲା ବିଲ୍ଡିଂ ଉପରେ ଅତର୍କିତ ଭାବେ ଋଷ ମିଶାଇଲା ମାଡ଼ କରିଥିଲା । ଯାହା ଫଳରେ ଏକ ବଡ଼ ବିଲ୍ଡିଂ ଭୁଶୁଡ଼ି ପଡ଼ିଥିଲା । ଯେଉଁଥିରେ ୧୭ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୬୦ ଅଧିକ ଲୋକ ଆହତ ହୋଇଥିବା ନେଇ ଖବର ରହିଛି । ସମସ୍ତ ଆହତଙ୍କୁ ଭେଟିକାଲରେ ଭର୍ତ୍ତି କରାଯାଇଛି ଏବଂ ଚିକିତ୍ସା ଜାରି ରହିଛି । ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ, ଋଷ-ୟୁକ୍ରେନ ମଧ୍ୟରେ ଗତ ଦୁଇ ବର୍ଷ ହେବ ଯୁଦ୍ଧ ଲାଗି ରହିଛି ।












Click it and Unblock the Notifications