ୟୁକ୍ରେନରେ ଯୁଦ୍ଧ ନିଷ୍ପତ୍ତି ନେବେ ରୁଷ ସୈନ୍ୟ, ପୁଟିନ ଦେଲେ ଚେତାବନୀ , ତୀବ୍ର ହେବ କି ଆକ୍ରମଣ ?
ରୁଷିଆ-ୟୁକ୍ରେନ୍ ଯୁଦ୍ଧକୁ ୪ ବର୍ଷ ପୂରିବାକୁ ଯାଉଛି। ଏହାର ପରିସମାପ୍ତି ପାଇଁ ୟୁକ୍ରେନ୍ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍ସ୍କି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ଙ୍କୁ ଫ୍ଲୋରିଡ଼ାରେ ଭେଟୁଛନ୍ତି। ତେବେ ଏହାର କିଛି ଘଣ୍ଟା ପୂର୍ବରୁ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍ କହିଛନ୍ତି, ମସ୍କୋ ୟୁକ୍ରେନ୍ରେ ଏହାର ସମସ୍ତ ଲକ୍ଷ୍ୟ ଜବରଦସ୍ତ ହାସଲ କରିବ।

ଏଥିରୁ ଶାନ୍ତି କିମ୍ବା ଯୁଦ୍ଧର ଅବସାନ ପାଇଁ ପୁଟିନ୍ ଚାହୁଁ ନ ଥିବା ଜଣାପଡ଼ୁଛି। ପୁଟିନ୍ ରୁଷିଆ ସଶସ୍ତ୍ର ବଳର କମାଣ୍ଡ ପୋଷ୍ଟ ଗସ୍ତ କରିବା ଅବସରରେ ଏହା କହିଛନ୍ତି। ସେ କହିଛନ୍ତି, କିଭ୍ କର୍ତ୍ତୃପକ୍ଷ ଯଦି ଘଟଣାର ଶାନ୍ତିପୂର୍ଣ୍ଣ ସମାଧାନ ନ ଚାହାନ୍ତି, ଆମ ଆଗରେ ଥିବା ସମସ୍ତ ଲକ୍ଷ୍ୟକୁ ଆମେ ସ୍ବତନ୍ତ୍ର ସାମରିକ ଅଭିଯାନ ଦ୍ୱାରା ପୂରା କରିବୁ। ଶାନ୍ତି ଆଲୋଚନା ପୂର୍ବରୁ କିଭ୍ ଉପରେ ଶୁକ୍ରବାର ରୁଷିଆ ଜୋର୍ଦାର ଆକ୍ରମଣ କରିଥିଲା।












Click it and Unblock the Notifications